mobile header

ଫୁଲବାଣୀ ସମେତ ଜିଲାରେ ଧୁମଧାମରେ ରଜପର୍ବପାଳନ

ଫୁଲ ବାଣୀ- (ସୁନୀଲ ପଟନାୟକ) ଆଜି ପହିଲି ରଜ,ବର୍ଷକରେ ଥରେ ଆସେ ରଜା ଫଳରେ ଝିଅମାନେ ଏହିଦିନ କୁ ଅପେକ୍ଷା କରିଥାନ୍ତି ମନଭରି ଉପଭୋଗ କରିବ।କୁ । ହେଲେ କରେ ନା ଗତ ୨ ବର୍ଷ ହେଲା କୁଆଁରୀ ମାନଙ୍କ ରାଜ ପର୍ବକୁ ଫିକା କରିଦେଇଥିଲାl ଏ ବର୍ଷ କରୋନା ର ପ୍ରକୋପ ପୁରା କମି ଯାଇଥିବାରୁ ରଜ ପର୍ବ ପାଳନ ଉପରେ କଟକଣା ନାହିଁ l ଫଳରେ ଫୁଲବାଣୀ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ରଜ ମହୋତ୍ସବ ଧୁମ ଧାମ ରେ ପାଳନ ହେଉଛି । ଝିଅମାନେ ସାଙ୍ଗସାଥିଗହଣରେ ଦୋଳି ଖେଳିବା ସହ ନାଚ ଗୀତ ସାଙ୍ଗଙ୍କୁ ପିଠା ପଣା ଖାଇହସଖୁସିରେ ରଜମନାଉଛନ୍ତି ।
ଗାଁ ହେଉକି ସହର ସବୁଠି ଏଥର ରଜ ପର୍ବକୁ ଧୁମଧାମ ରେ ପାଳନ କରାଯାଉଛି ।
, ‘ଝିଅ ବୋହୁ ମାନେ ନୂଆ ଡ୍ରେସ ପିନ୍ଧି ସଜବାଜ ହେବେ,, ସାଙ୍ଗ ସାଥି ମେଳରେ ଦୋଳିରେ ଝୁଲୁଥିବା ଦେଖାଯାଇଥିଲା l ଆଉ ରଜପାନ ଖାଇ ଖୁବ ମଜା କରୁଥିବା ସ୍ଥାନୀୟ ଯୁବତୀ ମମତା ମିଶ୍ର, ରିତା ରାଣୀ ନାୟକ, ଅ।ରତିନ।ୟକ, ନିବେଦିତା ମିଶ୍ର, ପ୍ରମୁଖକହିଛନ୍ତି l
ଫୁଲବାଣୀ ର ଅଗ୍ରଣୀ ଅନୁଷ୍ଠାନ ଡାନ୍ସ ଏକାଡେମୀ ପକ୍ଷରୁ ସଂପାଦକ ସନ୍ତେ।ଷପାତ୍ର ଓ ସଭାପତି ଭାଗବତ ବେହେରାଙ୍କ ଉଦ୍ୟମରେ ଆଜି ସଭାଗୃହ ଠାରେରଜ ଉତ୍ସବ ପାଳନ ହେ।ଇଥିଲା।ବରୀଷ୍ଠ ପ୍ରଶାସକ ମାନେ ଯୋଗଦେଇପୁରସ୍କାର ପ୍ରଦାନ କରିଥିଲେ । ଏ ହି ଅବସର ରେମହିଳା ମାନଙ୍କ ମଧ୍ୟରେ ଝୋଟି, ପ୍ରତିଯୋଗିତା ସହ ପିଲାଙ୍କ ନାଚ ଗୀତ ଆଦି କରାଯାଇଥିଲା

ସେହିପରି ସ୍ଵାତି ଅନୁଷ୍ଠାନ ଓ ମୁନିସିପାଲିଟି ମିଶି ସାଇନ୍ସ ପାର୍କ ପରିସରରେ ମଧ୍ୟ ରଜ ଉତ୍ସଵ ପାଳନ କରାଯାଇଥିଲା । ଏଥିରେ ମୁନିସିପାଲଟି ଅଧକ୍ଷା ସ୍ମିତାରାଣି ମହାନ୍ତି, ନିର୍ବାହୀ ଅଧିକାରୀ ବଳଦେବ ବେହେରା ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗଦେଇଥିଲେ। ସେହିପରି
ସ୍ଥାନୀୟ ଅରବିନ୍ଦ ନଗରଠାରେ ଚାଇଲ୍ଡ ଲାଇନ ପକ୍ଷରୁ ରଜ ଉତ୍ସବ ପାଳନ ହୋଇଥିଲା।ଏହି ଅବସରରେ ଦୋଳୀ ଖେଳିବା ସହ ଅଞ୍ଚଳର ଝିଅ ପିଲାଙ୍କ ମଧ୍ୟରେ ନାଚ ଗୀତର ଆୟୋଜନ କରାଯାଇଥିଲା।ଏଥିରେ ବରୀଷ୍ଟ ଆଇନଜିବୀ ସତ୍ୟନାରାୟଣ ବେହେରା, ସୂର୍ଯ୍ୟ ନାରାୟଣ ବେହେର।,ଅଙ୍ଗନବାଡି ଦିଦି, ଚାଇଲ୍ଡ ଲାଇନର ଶିବଶଙ୍କର ବେହେରା ଓ ଅନ୍ୟକର୍ମକର୍ତ୍ତାମାନେ ଯୋଗଦେଇଥିଲେ ।
ସେ ଯାହା ହେଉ ଚଳିତ ବର୍ଷ ରଜ ପର୍ବ କନ୍ଧମାଳ ଜିଲ୍ଲା ରେ ରଜପର୍ବ ଶାନ୍ତିଶୃଙ୍ଖଳାର ସହ ଧୁମ ଧାମ ରେ ପାଳନ କରାଯାଉଛି ।

Leave A Reply

Your email address will not be published.