mobile header

ସାରଂଗଡର ସୁଧାରାଣୀଂକୁ ମିଳିଲା ପ୍ରକୃତି ବଂଧୁ ପୁରସ୍କାର

ଫୁଲବାଣୀ, ୧୪/୬.

କନ୍ଧମାଳ ଜିଲ୍ଲା ସାରଂଗଡର ସୁଧାରାଣୀ ସତପଥିଂକୁ ବନ ବିଭାଗ ତରଫରୁ ମିଳିଛି ଏ ବର୍ଷର ପ୍ରକୃତି ବଂଧୁ ପୁରସ୍କାର। ସୁଧରାଣୀ ଙ୍କ ଉଦ୍ୟମରେ ସାରଂଗଡ ଅଂଚଳର ବିଭିନ୍ନ ସ୍ଥାନରେ ପରିବେଶ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ କରାଯିବା ସହ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରାଇପାରିଛନ୍ତି l
ସୁଧାରାଣୀଂକର ଏହି ଭଳି ସମାଜ ସେବା କାର୍ଯ୍ୟ ପାଇଁ ୨୦୧୯ ରେ ସମାଜ ତରଫରୁ ତାଙ୍କୁ ସମାଜ ସେବୀ ଭାବେ ସମ୍ମାନିତ କରାଯାଇଥିଲା। ତାଙ୍କର ଏହି କାର୍ଯ୍ୟ ପାଇଁ ସାରଂଗଡରେ ଖୁସିର ଲହରୀଖେଳିଯାଇଛି l କିଶୋରୀ ବାଳିକା ସୁଧାରାଣୀଂକ ପ୍ରୟାସକୁ ସାଧାରଣ ରେ ପ୍ରସଂଶା କରାଯାଇଛି l ଆଗକୁ ମଧ୍ୟ ସୁଧlରlଣୀ ଏଭଳି କାର୍ଯ୍ୟ ଜାରୀ ରଖିବେ ବୋଲି କହିଛନ୍ତି l

Leave A Reply

Your email address will not be published.