mobile header

ସ୍ନାନ ପୁର୍ଣିମାରେ ନିମ୍ବ ଚାରା ରୋପଣ।

15/06/2022
ମୟୂରଭଞ୍ଜ
ପବିତ୍ର ସ୍ନାନପୁର୍ଣିମା ରେ ନିମ୍ବ ଚାରା ରୋପଣ କଲେ ନିମ୍ବ ପରିବାର ର ସଦସ୍ୟ। ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର 2 ନଂ ୱାର୍ଡ ସ୍ଥିତ ବୁଢ଼ୀଖମାରୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ସ୍ନାନ ପୁର୍ଣିମା ଅବସରରେ ନିମ୍ବ ପରିବାରର ସଦସ୍ୟ ମାନଙ୍କ ଦ୍ୱାରା ନିମ୍ବ ଚାରା ରୋପଣ କରାଯାଇଛି।ପରିବେଶର ପରିବର୍ତନ,ଦୂଷିତ ବାତାବରଣ,ଏବଂ ଭୀଷଣ ରୌଦ୍ରତାପ ରେ ଅସହ୍ୟ ହୋଇପଡୁଛି ମାନବ ସମାଜ। ଯାହାକୁ ଦୃଷ୍ଟିରେ ରଖି
ଆଗାମୀ ଦିନରେ ବହୁଳ ସଂଖ୍ୟାରେ ନିମ୍ବ ଗଛ ଲଗାଇବାର ଲକ୍ଷ୍ୟ ରଖି ଅଣ୍ଟା ଭିଡ଼ିଛି “ନିମ୍ବ ପରିବାର” । ଏହି କାର୍ଯ୍ୟକ୍ରମରେ 2 ନଂ ୱାର୍ଡର କାଉନସିଲର ଅନୁରାଧା ମହାନ୍ତି, ଅଜିତ କୁମାର କବାଟ, ବିମ୍ବାଧର ସାହୁ, ଡ଼ ନିରୋଜ କୁମାର ପୋଥାଳ, ପୂର୍ଣ୍ଣଚନ୍ଦ୍ର ଦାସ, ମାନସ କୁମାର ମହାନ୍ତି, ମମତାଜ ପରବିନ ଓ ସୋମନାଥ ସିଂହ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ।

Leave A Reply

Your email address will not be published.