mobile header

ଫୁଲବାଣୀ ରେପ୍ରବଳ ବର୍ଷା, ନାଳ ପାଣି ରାସ୍ତାରେ ବୋହୁଛି

ଫୁଲବାଣୀ -15/6 ବୁଧବାର ଅପରାହ୍ନ ରେ ଫୁଲବାଣୀ ସହର ରେ ବିଜୁଳି ଘଡ ଘଡି ସହ ପ୍ରବଳ ବର୍ଷ ହୋଇଥିଲା lଫଳରେ ଅସହ୍ୟ ଗରମ ଓ ଗୁଳୁଗୁଳି ରେ ଆଉଟ ପାଉଟ ହେଉଥିବା ସହର ବାସି ଟିକିଏ ଆଶ୍ବସ୍ତି ହୋଇଛନ୍ତି ସତ ତେଵେ ବର୍ଷl ରେ ସହର ର ନଳା ପାଣି ଠୀକ ଭାବେ ନିଷ୍କାସନ ନ ହୋଇପାରି ରାସ୍ତାରେ ବୋହିଲା l ଫଳରେ, ନାଳରେ ଜାମହୋଇ ରହିଥିବା ଅଳିଆ ଆବର୍ଜନା ସବୁ ଏବେ ରାସ୍ତା ରେ ପଡ଼ିବା ଫଳରେ ପରିବେଶ ଦୂଷିତ ହେଉଛି lଲୋକେ ଡ୍ରେନ ଉପରକୁ ଆସି ଦୋକାନ, ଘର ସବୁ କରି ମାଡ଼ି ବସିବା ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି lମୁନିସିପାଲିଟି ପକ୍ଷରୁ ଯେତେ ସଚେତନ କଲେ ବି ଲୋକେ ଶୁଣିବାକୁ ନାରାଜ l ନବ ନିର୍ବା ଚିତ ଅଧ୍ୟକ୍ଷାବର୍ଷ ଲପୂର୍ଵରୁ ନାଳ ନର୍ଦମା ସଫା କରି ଥିଲେ ମଧ୍ୟ ହୋଟେଲ, ଫାଷ୍ଟ ଫୂଡ଼, ଦୋକାନୀ, ସାହି ଲୋକେ ପୁଣି ରାତିପାହିଲେ ନାଳ ରେ ମଇଳା ପକାଉଥିବା ଦେଖାଯାଉଛି l ଯଦ୍ୱାରା ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା କୁହାଯାଉଛି lପୋୖରାଧ୍ୟାକ୍ଷା ଏଥିପ୍ରତି ଦ୍ରୁଷ୍ଟି ଦେଇ ଆବଶ୍ୟକ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କୁବିଭିନ୍ନ ମହଲ ରେ ଦାବୀ ହେଉଛି l

Leave A Reply

Your email address will not be published.