mobile header

ଆଡେନିଗଡ଼ ରୁ ବୌଦ୍ଧ ଓ ବୌଦ୍ଧ ରୁ କଣ୍ଟାମାଳ ଯାଏ ମନ୍ତ୍ରୀ ପ୍ରଦୀପ ଅମାତ ଙ୍କୁ ଗାଁ ଗାଁ ଛକ ଛକ ରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ

-16-06 ନୂତନ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ପରେ ଗତ 13 ତାରିଖ ଅପରାହ୍ନ ରେ ନବୀନ ସରକାର ଙ୍କ ବିଶ୍ଵସ୍ଥ, ଅଭିଜ୍ଞ ତଥା ରାଜ୍ୟ ର ଜଙ୍ଗଲ, ପଞ୍ଚାୟତ ରାଜ, ପାନୀୟଜଳ ଓ ସୂଚନା ଲୋକ ସମ୍ପର୍କ ବିଭାଗ ର ବରିଷ୍ଠ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ଙ୍କୁ ଜିଲ୍ଲାର ଆଡେଣିଗଡ଼, ମାଧବପୂର, ଚାରିଛକ, ପୁରୁଣା କଟକ, ବୀରନରସିଂହ ପୁର, ବାମଣ୍ଡା, ସରସରା, ବୌଦ୍ଧ ପୌର ପରିଷଦ ଓ ସହର ବାସୀ ଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ବେଳେ ଗତ କାଲି ବୌଦ୍ଧ ମହାନଦୀ ଛକ, ମୁରଶୁଣ୍ଡି, ବ୍ଲକ ଛକ, ବୁ୍ରୋକଟା, ତେଲିବନ୍ଧ, ଜୁନ୍ହା ପଙ୍କ, ସାହାଜ ପାଲ, ବେହିରା, ଅଇଁଲା ପାଲି, ବାଉଁସୁଣୀ, କୁରମୁଣ୍ଡା, ମନମୁଣ୍ଡା ବଙ୍ଗଳା ଠାରୁ ବୁଦ୍ଧ ଛକ ଯାଏ ପ୍ରତି ଛକ ରେ, ଦମାମୁଣ୍ଡା, ଖଟ ଖଟିଆ, ପଲସାଗୋରା, ଋଣ୍ଡିମହୁଲ, କଣ୍ଟାମାଳ ସରପଞ୍ଚ ସଂଘ, ବ୍ଲକ କର୍ମଚାରୀ, ଓ ଓଡିଶା କେନ୍ଦୁ ପତ୍ର କର୍ମଚାରୀ ସଂଘ, ପକ୍ଷରୁ ମନ୍ତ୍ରୀ ଙ୍କୁ ଫୁଲ ତୋଡ଼ା, ଉପ ଢୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିବା ବେଳେ ଯୁବ ନେତା ଶ୍ରୀକାନ୍ତ ମିଶ୍ର ଙ୍କ ନେତୃତ୍ୱ ରେ ବାଉଁସୁଣୀ ଓ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଓ ମନମୁଣ୍ଡା ବଙ୍ଗଳା ଠାରେ ଓଡିଶା ସାମ୍ବାଦିକ ସଂଗଠନ ଓ ବିଭିନ୍ନ ସଂଗଠନ ପକ୍ଷରୁ, ବରିଷ୍ଠ ନେତା ବାଳ ମୁକୁନ୍ଦ ମେହେର ଙ୍କ ନେତୃତ୍ୱ ରେ କୁରମୁଣ୍ଡା ଗ୍ରାମ ବାସୀ ଙ୍କ ପକ୍ଷରୁ,ସରପଞ୍ଚ ଙ୍କ ନେତୃତ୍ୱ ମନମୁଣ୍ଡା ପଂଚାୟତ ପକ୍ଷରୁ, ଜ଼ିଲ୍ଲା ପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ ଙ୍କ ନେତୃତ୍ୱ ରେ ମନମୁଣ୍ଡା ରେ ଓଡିଶା କେନ୍ଦୁ ପତ୍ର କର୍ମଚାରୀ ସଂଘ ଓ ବିଜେଡି ର ବରିଷ୍ଠ ନେତା ଅଶୋକ ସାହୁ ଓ କଣ୍ଟାମାଳ ବିଧାୟକ ମହୀଧର ରଣା ଙ୍କ ନେତୃତ୍ୱ ରେ କଣ୍ଟାମାଳ ବ୍ଲକ ର ବିଭିନ୍ନ ଜାଗାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇ ବିଭିନ୍ନ ସଂଗଠନ ପକ୍ଷରୁ ମନ୍ତ୍ରୀ ଶ୍ରୀ ଅମାତ ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟ ରେ ଅନେକ ଦାବୀ ପତ୍ର ପ୍ରଦାନ କରାଯିବା ପରେ ଓଡିଶା ସାମ୍ବାଦିକ ସଂଘ ସୁବର୍ଣ୍ଣପୁର ଶାଖା କର୍ମକର୍ତ୍ତା ଙ୍କ ସହିତ ମନମୁଣ୍ଡା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଆଲୋଚନା ବେଳେ ମୁଖ୍ୟତଃ କାର୍ଯ୍ୟରତ ସାମ୍ବାଦିକ ଙ୍କ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ରାଶିକୁ ବୃଦ୍ଧି କରିବା, ଓ ସାମ୍ବାଦିକ ସୁରକ୍ଷା ଆଈନ ଉପରେ ମନ୍ତ୍ରୀ ଙ୍କ ସହିତ ସୁବର୍ଣ୍ଣପୁର ଓ ବୌଦ୍ଧ ଜ଼ିଲ୍ଲା ର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଆଲୋଚନା କରିଥିଲେ l ଆଜି ଗୁରୁବାର ବୌଦ୍ଧ ଜ଼ିଲ୍ଲା ସାମ୍ବାଦିକ ସଂଘ, ଓ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ମଧ୍ୟ ମନ୍ତ୍ରୀ ଶ୍ରୀ ଅମାତ ଙ୍କୁ ସ୍ୱାଗତ କରାଯାଇ ସାମ୍ବାଦିକ ଙ୍କ ବିଭିନ୍ନ ସମସ୍ୟା ଉପରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟ ରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l ପରେ ବୌଦ୍ଧ ପଞ୍ଚାୟତ ସମିତି ଓ ଚାରିଶମ୍ଭୁ ଠାରେ ମଧ୍ୟ ମନ୍ତ୍ରୀ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି l

Leave A Reply

Your email address will not be published.