xmas

ଆଶିଷ ଈଶ୍ୱର କନ୍ଧମାଳ ର ନୂତନ ଜିଲାପାଳ

ଫୁଲବାଣୀ 16/6 ଆଶିଷ ଈଶ୍ୱର ପାଟିଲ କନ୍ଧମାଳ ର. ନୂତନ ଜିଲାପାଳ ଭାବେ ଦାଇତ୍ୱ ଗ୍ରହଣ କରିବେ lସେ ବର୍ତମାନ ବାଲେଶ୍ୱର ଉପଜିଲାପାଳ ଓ ବାଲେଶ୍ୱର ମୁନିସିପାଲିଟି ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ ରତ ଥିଲେ lଆଜି ଶ୍ରୀ ପାଟିଲ ଙ୍କୁ ସରକାର କନ୍ଧମାଳ ଜିଲ୍ଲା ପାଳ ଭାବେ ବଦଳି କରିଛନ୍ତି l ସେହିପରି ଫୁଲବାଣୀ ଜିଲାପାଳ ଥିବା ଡ଼l. ଵୃନ୍ଦା ଡି ଙ୍କୁ ପରିଚାଳନା ନିର୍ଦେଶକ, ଓ ଏସ ଏମ ସି ଏଲ. ଭୁବେନଶ୍ୱର କୁ ବଦଳି କରା ଯାଈଛି lଡା. ଵୃନ୍ଦା ଡି ଦୀର୍ଘ ପାଞ୍ଚ ବର୍ଷ ଫୁଲବାଣୀ ଜିଲାପାଳ ଭାବେ ରହି ବେଶ ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟ କରି ଥିଲେ lତାଙ୍କର କନ୍ଧମାଳ ଜିଲାରେନୂତନ ମେଡିକାଲ କଲେଜପ୍ରତିଷ୍ଠlରେ ଯଥେଷ୍ଟ ଅବଦାନ ଥିଲା ସେହିପରି ନୂତନ ପାର୍କ ପ୍ରତିଷ୍ଠା, ୮୩ ଟି ସ୍ମାର୍ଟ ହାଇସ୍କୁଲ ନିର୍ମାଣ, ଗମନା ଗମନ ରସୁ ବ୍ୟବସ୍ଥା କରିଥିଲେ lକେବଳ ସେତିକି ନୁହେଁ ସାଧାରଣ ନିର୍ବାଚନ ଠୁ ଆରମ୍ଭ କରି ପଂଚାୟତ, ମୁନିସିପାଲ ନିର୍ବାଚନ କୁ ମଧ୍ୟ ଶାନ୍ତି ଶୃଙ୍ଖଳା ରସହ ପରିଚାଳନା କରିଥିଲେ lବୃନ୍ଦlଙ୍କ ସମୟରେ କୃଷି ଓ ଉଦ୍ୟାନ, ମ ନରେଗା, କ୍ଷେତ୍ରରେ ଉଲ୍ଲେଖ ନୀୟ କାର୍ଯ୍ୟ ପାଇଁ କ ନ୍ଧମାଳ ଜିଲ୍ଲା ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିଲା l

2 Comments
  1. ଅଶୋକ says

    ଭଗବାନ କନ୍ଧମାଳ କୁ ରକ୍ଷା କଲେ

  2. ଅଶୋକ says

    ଭଗବାନ କନ୍ଧମାଳ କୁ ରକ୍ଷା କଲେ।ଭାରତ ରେ ଏକ ନମ୍ବର।

Leave A Reply

Your email address will not be published.