କୂଅରେ ପଶି ଶ୍ୱାସରୁଦ୍ଧ ହୋଇ ଶ୍ରମିକ ମୃତ୍ୟୁ ଘଟଣା,ତିନିଦିନ ପରେ ବି ପୋଲିସର କାର୍ଯ୍ୟାନୁଷ୍ଠାନ ଶୁନ

ବୌଦ୍ଧ:ଗତ ୧୨ତାରିଖରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ସୀମିଲିପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତୁଳସୀକଟା ଗ୍ରାମର କାଳୀଚରଣ ବାଙ୍କ କୂଅରେ ପଶି କାଦୁଅ (ପଙ୍କ) କାଢିବା ସମୟରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିଲେ ।ମିଳିଥିବା ସୂଚନା ଅନୁସାରେ, ସେହି ଗ୍ରାମର ହିମାଂଶୁ ପ୍ରଧାନ ନିଜ ଘରେ ଥିବା ରିଙ୍ଗ କୂଅ ଭିତରେ କାଦୁଅ (ପଙ୍କ)କାଢ଼ିବାକୁ ସେହି ଗ୍ରାମର କାଳୀଚରଣ ବାଙ୍କ ଓରଫ ଡ଼ାବୁ (୪୫) କଳାକୃଷ୍ଣ ଝାଙ୍କର (୨୭)ଓ କିର୍ଲା ଗ୍ରାମର ଲାଲମୋହନ ରଣା (୫୮) ଙ୍କୁ ଡାକିଥିଲେ ।ତିନିଜଣ ଆସି ବିନା ସୁରକ୍ଷା ବଳୟରେ କୂଅ ଭିତରକୁ ହିମାଂଶୁ ପ୍ରଧାନ ଙ୍କ ବଡ଼ ପୁଅ ଅଶୋକ ପ୍ରଧାନ ସେହି ଶ୍ରମିକ ମାନଙ୍କୁ ଭିତରକୁ ଓହ୍ଲାଇବା ପାଇଁ କହିଥିଲେ ।ଅଶୋକଙ୍କ କଥାରେ ରାଜି ହୋଇ ନିରୀହ ସ୍ରମିକ ପ୍ରଥମେ କାଳୀଚରଣ କୂଅ ଭିତରକୁ ଓହ୍ଲାଇ ପଡ଼ିଥିଲେ ।ସେ କୂଅ ଭିତରେ କିଛି ସମୟ ରହିଲା ପରେ ଅଣ ନିଶ୍ୱାସି ହୋଇ ଉପରକୁ ଉଠିବାକୁ ଡାକିଥିଲେ ।ସେତେବେଳେ ଉପରେଥିବା ଲାଲମୋହନ ଓ କଳାକୃଷ୍ଣ ଙ୍କ ପାଖରେ କୌଣସି ଦଉଡ଼ି ଭିତରକୁ ଛାଡ଼ିବା ପାଇଁ ପାଖରେ ନ ଥିଲା ।ତେଣୁ ଲାଲମୋହନ କୂଅ ଭିତରକୁ ଓହ୍ଲାଇ ପଡ଼ିଥିଲେ ।ସେତେବେଳକୁ କାଳୀଚରଣ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିସାରିଥିଲେ ।ତାପରେ ଲାଲମୋହନ ମଧ୍ୟ ଶ୍ୱାସରୁଦ୍ଧ ହୋଇ ଅଚେତ୍ ହୋଇ ପଡ଼ିଥିଲେ ।ଖବର ପାଇବା ମାତ୍ରେ ଗ୍ରାମବାସୀ ଉକ୍ତ କୂଅ ପାଖରେ ପହଞ୍ଚି ଯାଇଥିଲେ । ତତ୍ କ୍ଷଣାତ କଣ୍ଟାମାଳ ଦମକଳ ବାହିନୀ କୁ ଖବର ଦେଇଥିଲେ ।ଦମକଳ ବାହିନୀ ଆସି କୂଅରୁ ଦୁଇ ଶ୍ରମିକଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ନେଇଥିଲେ ।ସେଠାରେ ଡ଼ାକ୍ତର କାଳୀଚରଣ ବାଙ୍କକୁ ମୃତ ଘୋଷଣା କରିଥିଲେ । ତାପରେ ଲାଲ ମୋହନ ଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା ।ମୃତ କାଳୀଚରଣ ବାଙ୍କ ଙ୍କ ପରିବାର ଅତି ଗରିବ ହୋଇଥିବାରୁ ତାଙ୍କୁ ଆଜି ପର୍ଯ୍ୟନ୍ତ ମଧ୍ୟ କୌଣସି ସାହାଯ୍ୟ କଲେନି କୂଅ ମାଲିକ । ତେବେ କେଉଁ ପରିସ୍ଥିତିରେ ଘର ମାଲିକ ମାଙ୍କଡ ପଡ଼ିବା ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରଘଟ କଲେ ।ଏମିତି ଏକ ମିଛ ଖବର ପ୍ରଚାର କରିବା ମୃତ୍ୟୁ ପଛର ରହସ୍ୟ କଣ ଥାଇ ପାରେ ବୋଲି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।ଯଦି କୁଅରେ ମାଙ୍କଡ ପଡ଼ିଥିଲା ଓ ଉଦ୍ଧାର କରାଗଲା ତାହାହେଲେ ମାଙ୍କଡଟି ଗଲା କୁଆଡେ ?ଏମିତି ନାନା ପ୍ରଶ୍ନ ଅଞ୍ଚଳବାସୀଙ୍କ ମନରେ ଉଙ୍କି ମାରୁଛି ।ଏଠାରେ ପ୍ରଶ୍ନ ଉଠୁଛି ହିମାଂଶୁ ପ୍ରଧାନଙ୍କ ବଡ଼ ପୁଅ ଜଣେ ବନ କର୍ମଚାରୀ ହୋଇ ମଧ୍ୟ ତାଙ୍କ ନିଜ କୂଅରେ ପଡ଼ିଥିବା ମାଙ୍କଡଟିକୁ ଏ ଶ୍ରମିକ ମାନଙ୍କ ଜରିଆରେ ଉଦ୍ଧାର କରାଇଥିଲେ କାହିଁକି ?ସେ ଚାହିଁଥିଲେ ବନ କର୍ମଚାରୀ ଙ୍କୁ ଖବର ଦେଇ ମାଙ୍କଡ ଟିକୁ ଉଦ୍ଧାର କରିପାରିଥାନ୍ତେ । କିନ୍ତୁ ଜଣେ ଶ୍ରମିକଙ୍କୁ ମରଣ ମୁହଁକୁ ଠେଲିଦେଲେ କାହିଁକି ?ଦମକଳ ବାହିନୀ ଓ ବନ ବିଭାଗକୁ ଖବର ଦେବା ପରିବର୍ତେ ବିନା କୌଣସି ସୁରକ୍ଷା ବ୍ୟବସ୍ଥା ଅବଲମ୍ବନ ନ କରି ଶ୍ରମିକ ଦ୍ଵୟଙ୍କୁ କୂଅ ଭଳି ବିପଦପୂର୍ଣ୍ଣ ସ୍ଥାନକୁ ପଠେଇବା ସହ ଏଭଳି ଅବହେଳା କୋଉଠି ନା କୋଉଠି ଘଟଣାକୁ ସନ୍ଦେହ ଘେରକୁ ଆଣୁଛି । ଏଭଳି ଘଟଣା ଘଟିବା ସମୟର ଘର ମାଲିକ ଉପସ୍ଥିତ ଥିଲେ ନା ନାହିଁ | ଯଦି ଉପସ୍ଥିତ ଥିଲେ ତେବେ ଶ୍ରମିକଙ୍କ ମୃତ୍ୟୁ ହେବା ପର୍ଯ୍ୟନ୍ତ ସେ କୌଣସି ପଦକ୍ଷେପ ଗ୍ରହଣ କରିଥିଲେ ନା ନାହିଁ ତାହା ତଦନ୍ତ ହେବା ଆବଶ୍ୟକ ।ଅନ୍ୟ ପକ୍ଷରେ ଆଜକୁ ତିନିଦିନ ବିତିଯାଇଥିଲେ ମଧ୍ୟ ମନମୁଣ୍ଡା ପୋଲିସର କାର୍ଯ୍ୟକଳାପ ଅଞ୍ଚଳବାସୀଙ୍କୁ ସନ୍ଦେହ ଘେରକୁ ଟାଣି ଆଣିଛି ।ମନମୁଣ୍ଡା ପୋଲିସ ତିନି ଦିନ ହେଲା ହାତ ବାନ୍ଧି ବସି ଥିବା ଘଟଣାକୁ ରହସ୍ୟ ଘେରକୁ ଟାଣି ଆଣୁଛି । ଦୋଷୀ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ମନମୁଣ୍ଡା ପୋଲିସ ନିକଟରେ ଦାବି କରିଛନ୍ତି ।

Leave A Reply

Your email address will not be published.