mobile header

ଗାଁ ରେ କାମଧନ୍ଦା ମିଳୁନି ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି ଲୋକେ

ଫୁଲବାଣୀ–16/6 କନ୍ଧମାଳ ଜିଲ୍ଲାରେ ଥିବା ଦୁର୍ଗମ କୋଟଗଡ, ତୁମଡିବନ୍ଧ, କନୂଆଙ୍ଗା, ଆଦି ଅନେକବ୍ଲକରେ ଥିବା ଗ୍ରାମଗୁଡିକ ଏବେ ଖାଁ ଖାଁ ଦେଖାଯାଉଛି। ଗାଁରେ ଆଉ ଭେଣ୍ଡିଆ ପୁଅଙ୍କ୍ର ଦେଖିବାକୁ ମିଳୁନି। କେବଳ ବୁଦ୍ଧ ବାପା ମା ଆଉ ଛୋଟ ଛୋଟ ପିଲାମାନେହିଁ ଗାଁରେ ବୁଲୁଥିବା ଦେଖି ବାକୁ ମିଳୁଛି। ପ୍ରତିଦିନ କେରଳ, ତାମିଲ ନାଡ଼ୁ, ଆଦି ଅଂଚଳକୁ ଗ୍ରାମର ଯୁବକ ମାନେ କାମ ଧନ୍ଦା ଅନ୍ୱେଷଣ ରେ ଚାଲିଯାଉଛନ୍ତି l ଦଲାଲମାନେ ଗାଁକୁ ଗାଁ ବୁଲି ଯୁବକମାନଙ୍କୁ ବାହାରକୁ ଯିବା ଲାଗି ପ୍ରବର୍ତ୍ତା ଉଛନ୍ତି।କରେ । ନା କଟକଣା ଯୋଗୁଁ ସେ ସବୁ ଅଞ୍ଚଳରେ ଥିବା ସାନ ବଡ କଂପାନୀମାନବନ୍ଦ ହୋଇଯିବା ସହ ପ୍ରାପ୍ୟ ମଧ୍ୟ ମିଳିଲାନି I ଫଳରେ ଦାଦନ ଖଟିବାକୁ ଯାଇଥିବା ଲୋକେ ଯିଏ ଯେମିତି ପାରିଲା ଜୀବନ ବଞ୍ଚାଇ ଗାଁକୁ ପଳାଇ ଆସିଥିଲେ । ରାଜ୍ୟ ସରକାର ମଧ୍ୟ ସମସ୍ତ ପ୍ରବାସୀ ଓଡ଼ିଆକୁ ଗାରେ ପ୍ରର୍ଯ୍ୟାପ୍ତ କାମଧନ୍ଦା ଯୋଗାଇଦେବେ ବୋଲି କହିଥିଲେ। ହେଲେ ପ୍ରଶାସନ କାମ ଯୋଗାଇ ପାରିଲାନି ସମସ୍ତ ଙ୍କୁ, ଆଉ ଯିଏ ବିକାମ କଲା ତାଙ୍କୁ ପାରିଶ୍ରମିକ ମଧ୍ୟ ମିଳିଲାନି। ଫଳରେ ବାଧ୍ଯ ହୋଇଧୀରେ ଧୀରେ ସମସ୍ତେ ପୁଣି ସୁଦୁର କେରଳ, ସୁରାଟ , ତାମିଲନାଡୁ, ମୁମ୍ବା ଇ-,ଗୁଜୁରାଟ, ଦିଲ୍ଲୀ ଚାଲିଯାଉଛନ୍ତି ।ଫଳରେ ଗାଁ ଏବେ ଖାଁ ଖାଁ ଲାଗୁଛି l ହେଲେ ଜୀବନକୁ ବିପନ୍ନ କରି ପୁଣି ଦାଦନ ଖଟିବ।କୁ ଚାଲିଯାଇଥିବାରୁ ପରିବାର ଲୋକେ ଏବେ ଚିନ୍ତାରେ । ସରକାର କାମ ଦେବେ ଆଉ ଦ। ଦନ ନଯାଇ ଗାଁରେ ସମସ୍ତେ ମିଳିମିଶି ଏଣିକି ରହିବେ ବୋଲି ଭାବିଥିଲେ । ହେଲେ ସରକାର କାମ ଦେଲେନି ଚଳିବୁ କେମିତି ଏଣୁ ବାହାରକୁ କାମଧନ୍ଦା ପାଇଁ ଗଲେ ବୋଲି ଦୁଃଖରେ ବୃଦ୍ଧ ବାପା ମା’ କହିଛନ୍ତି।ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ନ ଦେଲେ ଜିଲ୍ଲାରେ ଦାବନ ସମସ୍ୟା ବୃ ର୍ଦ୍ଧି ପାଇବ ବୋଲି ବିଜେପି ଯୁବନେତା ତଥା ପୂର୍ବତନ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ନେତ୍ର ମାନସେଠ କହିଛନ୍ତି। ଏଥି ପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟିଦେଇ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାପାଇ ବିଜେପି ନେତା ମାନସେଠ ଦାବୀ କରିଛନ୍ତି।

Leave A Reply

Your email address will not be published.