mobile header

୧୭ବର୍ଷର ଲମ୍ବା କ୍ୟାରିୟର, ଭାରତର ସର୍ବାଧିକ ଗୋଲ ସ୍କୋରର ସୁନୀଲ ଛେତ୍ରୀ

ସୁନୀଲ ଛେତ୍ରୀ ଭାରତୀୟ ଫୁଟବଲର ଦଳର କ୍ୟାପଟେନ୍ । ୨୦୦୫ ମସିହାରେ ଟିମ୍ ଇଣ୍ଡିଆରେ ପ୍ରଥମ ଥର ପାଇଁ ସ୍ଥାନ ପାଇଥିବା ଏହି ଫରୱାଡ୍ ଖେଳାଳିଙ୍କ ଗୋଡ଼ରେ ଏବେବି ରହିଛି ଯାଦୁ । ଫିଲ୍ଡରେ ଯେ କୌଣସି ଦଳ ବିପକ୍ଷରେ ସେ ଗୋଲ କରିବାକୁ ସକ୍ଷମ । ୧୭ବର୍ଷର ଏହି ଲମ୍ବା କ୍ୟାରିୟର ଭିତରେ ୧୨୯ଟି ଆନ୍ତର୍ଜାତିକ ମ୍ୟାଚ ଖେଳି ୮୪ଟି ଗୋଲ ଦେଇଛନ୍ତି । ଏଥିସହ ଭାରତର ସର୍ବଶ୍ରେଷ୍ଠ ଗୋଲ ସ୍କୋରର୍ ମାନ୍ୟତା ପାଇଛନ୍ତି । ଏପରିକି ତାଙ୍କ ନାଁ ଏବେ ଆର୍ଜେଣ୍ଟିନାର ଲିଓନେଲ ମେସି ଓ ପର୍ତ୍ତୁଗୀଜଷ୍ଟ୍ରାଇକର କ୍ରିଷ୍ଟିଆନୋ ରୋନାଲଡୋଙ୍କ ତଳକୁ ରହିଛି । ବର୍ତ୍ତମାନ ଖେଳୁଥିବା ଫୁଟବଲ ଖେଳାଳିଙ୍କ ମଧ୍ୟରେ ସୁନୀଲ ଛେତ୍ରୀ ତୃତୀୟ ଶ୍ରେଷ୍ଠ ଗୋଲ ସ୍କୋରର୍ ଅଟନ୍ତି ।ମେସି ୧୬୨ଟି ମ୍ୟାଚରେ ୮୬ଟି ଗୋଲ ଦେଇଥିବା ବେଳେ ରୋନାଲଡୋ ୧୮୯ଟି ମ୍ୟାଚ ଖେଳି ୧୧୭ଟି ଗୋଲ ଦେଇଛନ୍ତି । ହଂକଂ ବିପକ୍ଷରେ ଗୋଟିଏ ଗୋଲ ଦେଇ ଛେତ୍ରୀ ବିଶ୍ୱର ଶ୍ରେଷ୍ଠ ୫ଜଣ ଗୋଲ ସ୍କୋରର୍ଙ୍କ ତାଲିକାରେ ତାଙ୍କ ନାଁକୁ ସାମିଲ କରିଛନ୍ତି । ବିଭିନ୍ନ କ୍ଲବ ପାଇଁ ଖେଳି ସେ ଏଯାବତ୍ ୧୪୦ଟି ଗୋଲ୍ ଦେଇଛନ୍ତି । ୨୦୧୦ରେ କାନସାସ୍ ସିଟି ୱିଜାଡ୍ ଓ ୨୦୧୨ରେ ସେ ସ୍ପୋର୍ଟିଂ କ୍ଲବ୍ ପର୍ତ୍ତୁଗାଲ ପାଇଁ ଖେଳିଥିଲେ ।୨୦୦୫ ମସିହାରେ ଛେତ୍ରୀ ୨୦ବର୍ଷରୁ କମ୍ ଭାରତୀୟ ଦଳରେ ସାମିଲ ହୋଇଥିଲେ । ତା ପରଠାରୁ ଆଉ ପଛକୁ ଫେରି ଚାହିଁ ନାହାନ୍ତି । ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚରେ ସେ ଗୋଟିଏ ଗୋଲ ଦେଇଥିଲେ କ୍ରୀଡା ପ୍ରତି ଅବଦାନ ପାଇଁ ସେ ୨୦୧୧ରେ ଅର୍ଜୁନ ପୁରସ୍କାର, ୨୦୧୯ରେ ପଦ୍ମ ପୁରସ୍କାର ଓ ୨୦୨୧ରେ ଖେଳରତ୍ନ ଆୱାର୍ଡରେ ସମ୍ମାନିତ ହୋଇଛନ୍ତି । ୭ ଥର ଏଆଇଏଫଏଫ୍ ପକ୍ଷରୁ ସେ ପ୍ଲେୟାର ଅଫ୍ ଦି ଇୟର ପୁରସ୍କାର ପାଇଛନ୍ତି ।

Leave A Reply

Your email address will not be published.