mobile header

ବାଲିପ୍ଲଟରେ ମାଛ ବିକ୍ରିକୁ ନେଇ ଚର୍ଚ୍ଚା, ଗୋଟିଏ ମାଛର ଦାମ ୭ ଲକ୍ଷ ଟଙ୍କା

ଗୋଟିଏ ମାଛର ଦାମ୍ ୭ ଲକ୍ଷ । ପାରାଦୀପ ବାଲିପ୍ଲଟରେ ମାଛ ବିକ୍ରିକୁ ନେଇ ଚାଲିଛି ଚର୍ଚ୍ଚା । ଗତକାଲି ଚାରୋଟି ମାଛ ଧରି ମତ୍ସ୍ୟଯିବି ମାନେ ବାଲିପ୍ଲଟ ଆଣିବା ପରେ ଏହି ମାଛର ଦାମ ହୋଇଥିଲା ୭ ଲକ୍ଷ ଟଙ୍କା ।ପାଖାପାଖି ୮୦ କିଲୋ ଓଜନର ଏହି ତେଲିଆ ବୋରେଇ ନିଲାମ ହେବାପରେ ୭ ଲକ୍ଷରେ ବିକ୍ରି ହୋଇଥିଲା । ଆଜି ଅନ୍ୟ ଏକ ମାଛ ଗୋଦାମ ରେ ହୋଇଥିବା ନିଲାମରେ ତିନିକିଲୋ ଆଠ ଶହ ଗ୍ରାମର ମାଛକୁ ୧୨ ହଜାର ଟଙ୍କାରେ ବିକ୍ରି ହୋଇଥିବା ନେଇ ବ୍ୟବସାୟୀ ପ୍ରକାଶ କରିଛନ୍ତି । ଏହି ତେଲିଆ ବୋରେଇ ବିଶେଷ କରି କେବେ କେମିତି ଜାଲରେ ପଡିଥାଏ ବୋଲି କହିଛନ୍ତି ମତ୍ସ୍ୟ ବ୍ୟବସାୟୀ ।ଏହି ମାଛର ପୁଟିରେ ରହିଥିବା ଔଷଧୀୟ ଗୁଣ ରହିଥିବା କାରଣରୁ ଏହି ମାଛ ବିଭିନ୍ନ ବାହାର ଦେଶକୁ ପଠାଯାଇଥାଏ । ଏହି ତେଲିଆ ମାଛ କାହାର ଭାଗ୍ୟ ରେ ଥିଲେ ଜାଲରେ ପଡେ ବୋଲି କିଛି ମତ୍ସ୍ୟ ବ୍ୟବସାୟୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.