ଫୁଲବାଣୀ 17/6 ଶୁକ୍ରବାର ଦିନିକିଆ କନ୍ଧମାଳ ଗ୍ରସ୍ତରେ ସିଆରପିଏଫ ଏ ଡିଜି ନିତିନ ଅଗ୍ରୱାଲ ଆସି ପହଂଚିଥିଲେ lପହଂଚିବା ପରେ ଏ ଡିଜି ଅଗ୍ରୱାଲ ଙ୍କୁ ସି ଆର ପି ଏଫ ପକ୍ଷରୁ ବିପୁଳ ସ୍ଵାଗତ ସମ୍ବର୍ଧନା ଦିଆଯାଇଥିଲା l ଏକ ସ୍ୱତନ୍ତ୍ର ହେଲିକପ୍ଟର ରେ ସିଆର ପି ଏଫ ଏ ଡିଜି ଅଗ୍ରୱାଲ ଫୁଲବାଣୀର ମାଦିକୁନ୍ଦା ସ୍ଥିତ ପୋଲିସ ବ୍ୟାରେକ ହେଲିପ୍ୟାଡ଼ ରେ ଓଲାଇଥିଲେ। ସେଠାରୁ ଗୋଛପଡ଼ା ରେ ଥିବା ୧୨୭ ନମ୍ବର ସିଆରପିଏଫ କ୍ୟାମ୍ପ କୁ ଯାଇ ଯବାନ ମାନଙ୍କୁ ଆଲୋଚନା କରିଥିଲେ lସେଠାରେ ଅୟୋ ଜିତ ଏକ ବୈଠକ ରେ ଯୋଗଦେଇ ମାଓ ଗତି ବିଧିଉପରେ ସମୀକ୍ଷା କରିଥିଲେ lଜିଲାରେ ମାଓ ଦମନ କ୍ଷେତ୍ର ରେ ସି ଆର ପି ଏଫ ଯବାନ ମାନଙ୍କ ଉଲ୍ଲେଖନୀୟ ଭୂମିକା କୁ ଭୁୟସୀ ପ୍ରଶଂସା କରିଥିଲେlଅତିରିକ୍ତ ଡିଜି ଙ୍କ ଗସ୍ତ ଫଳରେ ଜିଲାରେ ସି ଆର ପି ଏଫ ଯବାନ ମାନଙ୍କ ମନୋବଳ ବୃଦ୍ଧିପାଇବ ବୋଲି କୁହାଯାଉଛି lଏ ଡିଜି ଙ୍କ ସହ ବହୁ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ lମାଓ ଅଂଚଳ ରେ ଏ ଡି ଜି ଙ୍କ ଗସ୍ତ କୁ ନେଇ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା l