mobile header

ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୌଡ଼ଗୁଡା ଗ୍ରାମ ପଞ୍ଚାୟତ ର ଏମ.ଭି ୯ ଗ୍ରାମ ଠାରେ ଜୟ ମା ଦୁର୍ଗା କ୍ରିକେଟ ଟୁର୍ଣ୍ଣାମେଂଟ

ମାଲକାନଗିରି: ୧୭/୦୬/୨୨ ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୌଡ଼ଗୁଡା ଗ୍ରାମ ପଞ୍ଚାୟତ ର ଏମ.ଭି ୯ ଗ୍ରାମ ଠାରେ ଜୟ ମା ଦୁର୍ଗା କ୍ରିକେଟ ଟୁର୍ଣ୍ଣାମେଂଟ ଖେଳ ୧୬ ଟି ଟିମ୍ କୁ ନେଇ ଆରମ୍ଭ ହଇଛି । ଏହି ଟୁର୍ନାମେନ୍ଟ ରେ ପ୍ରଥମ ଦିନରେ ପାଣ୍ଡ୍ରିପାଣି ଟିମ୍ ଓ ଏମ୍ ଭି ୯ ଟିମ୍ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ପାଣ୍ଡ୍ରିପାଣି ଟିମ୍ ୧୧୭ ରନ୍ ରେ ବିଜୟ ଲାଭ କରିଛି ।ଆଜିର ଏହି ମା ଦୁର୍ଗା କ୍ରିକେଟ ଟୁର୍ଣ୍ଣାମେଂଟ ର ଶୁଭ ଉଦ୍ଘାଟନ ଅବସରରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ବିଜୁ ଜନତା ଦଳର ପୁର୍ବତନ ବିଧାୟକ ତଥା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି ଯୋଗ ଦେଇ ଶୁଭ ଉଦ୍ଘାଟନ କରିଛନ୍ତି । ଏହି ଖେଳରେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ତିତ ଥିଲେ ମାଲକାନଗିରି ବ୍ଲକ ଉପାଦକ୍ଷ ନିରଞ୍ଜନ ହାଲଦାର,ସ୍ଥାନୀୟ ସରପଞ୍ଚ ପାଣ୍ଡ୍ରି ପଡିଆମି,ୱାର୍ଡ଼ ମେମ୍ବର ବିଶ୍ୱଜିତ ବିଶ୍ୱାସ,ଗ୍ରାମ ସଭାପତି ଅମଲ ସର୍ଦାର,ସମାଜସେବି ତଥା ଯୁବ ବିଜେଡି ନେତା କିଶୋର ଚନ୍ଦ୍ର ଶିଖଦାର,ଭାରତ ସରକାର,ଲକ୍ଷ୍ମନ ସରକାର,ବୁଟି ମାଡକାମି,ନିରଞ୍ଜନ ସରକାର, ଜୟ ମା ଦୁର୍ଗା କ୍ରିକେଟ ଟୁର୍ନାମେନ୍ଟ ର ସଭାପତି ରାଜୁ ଅଧିକାରି,ଜୟ ମା ଦୁର୍ଗା କ୍ରିକେଟ ଟୁର୍ନାମେନ୍ଟ ର ସମ୍ପାଦକ ନିମାଇ କୀର୍ତନୀୟ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.