mobile header

ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ସଚିବ ହେଲେ ସଂଜୟ ସିଂହ, ବଦଳିଲେ ଯାମିନୀ ଷଡ଼ଙ୍ଗୀ

ଭୁବନେଶ୍ବର: ରାଜ୍ୟ ସରକାର ଗତକାଲି ଗଂଜାମ ଜିଲ୍ଲାପାଳ ଥିବା ବିଜୟ ଅମୃତ କୁଲାଙ୍ଗେଙ୍କୁ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)ରେ କମିସନର ଭାବେ ନିଯୁକ୍ତି ଦେବା ପରେ ଏଠାରୁ ସଂଜୟ ସିଂହଙ୍କର ବଦଳି କରିଛନ୍ତି । ସଂଜୟ ସିଂହଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ସଚିବ ପଦବିରେ ଅବସ୍ଥାପିତ କରାଯାଇଛି। ଏଥି ସହିତ ସେ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ରେ ଉପଧ୍ୟକ୍ଷ ଓ ଭୁବନେଶ୍ବର ସ୍ମାର୍ଟ ସିଟି ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ।ଓଡ଼ିଶା ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି ) ଯାମିନୀ ଷଡ଼ଙ୍ଗୀଙ୍କୁ ସାଧାରଣ ପ୍ରଶାସନ (ଜିଏ) ବିଭାଗରେ ଓଏସ୍‌ଡି ଦାୟିତ୍ବ ଦେଇଛନ୍ତି। ସାଧାରଣ ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଏହା କୁହାଯାଇଛି।ସୂଚନାଯୋଗ୍ୟ, ରାଜ୍ୟ ସରକାର ଗତକାଲି ମଧ୍ୟ ଆଇଏଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ କରିଥିଲେ। ୧୧ଟି ଜିଲ୍ଲାର ଜିଲ୍ଲାପାଳ ଓ ଭୁବନେଶ୍ବ ସମେତ କଟକ ଏବଂ ଭୁବନେଶ୍ବର ମହାନଗର ନିଗମର କମିସନରଙ୍କୁ ବଦଳି ପାଇଁ ବିଜ୍ଞପ୍ତି ଜାରି କରିଥିଲେ।

Leave A Reply

Your email address will not be published.