mobile header

ବୌଦ୍ଧରେ ପାଳିତ ହେଲା ରଜ ମଉଜ

ବୌଦ୍ଧ, : 17/06.ବୌଦ୍ଧରେ ଜିଲା ପ୍ରଶାସନ,ଜିଲା ସଂସ୍କୃତି ବିଭାଗ ଓ ସାଂସ୍କୃତିକ ଅନୁଷ୍ଠାନ ଗେହ୍ଲାମା କଳାନିକେତନ ପକ୍ଷରୁ ରଜ ମଉଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଏନଏନସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ଅତିଥି ଭାବରେ ଯୋଗଦେଇ ପର୍ବପର୍ବାଣୀର ଗୁରୁତ୍ୱ ବୃଦ୍ଧି ସହିତ ଲୋକମାନଙ୍କ ମଧ୍ୟରେ ଭାଇଚାରା ବୃଦ୍ଧି ପାଇବ ବୋଲି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ,ସୂଚନା ଓ ଲୋକ ସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ଓ କଣ୍ଟାମାଳ ସିଡିପିଓ ଜ୍ୟୋତ୍ସ୍ନାରାଣୀ ମହାପାତ୍ର ପ୍ରମୁଖ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଜିଲା ସଂସ୍କୃତି ଅଧିକାରୀ ଶ୍ରୀସ୍ୱାଇଁ ରାଜ୍ୟ ସଂସ୍କୃତି ବିଭାଗ ସହାୟତାରେ ପ୍ରତ୍ୟେକ ଜିଲାସ୍ତରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଗେହ୍ଲାମା କଳାନିକେତନର କୁନି କୁନି କଳାକାରମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହିଳାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଖେଳ ଯଥା ପୁଚି,ବେଲୁନ ଫୁଟାଇବା ଆଦି ବିଭିନ୍ନ ଖେଳ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଗେହ୍ଲାମା କଳାନିକେତନର ସଭାପତି ସାମ୍ବାଦିକ ଶଶାଙ୍କ ଶେଖର ମିଶ୍ର,ଉପଦେଷ୍ଟା ଚିତରଞ୍ଜନ ଦାଶ,ସଂପାଦକ ଆଶୁତୋଷ ମହାପାତ୍ର,ସନ୍ତୋଷ ନାୟକ ଓ ମିହିର ଚାନ୍ଦ ପ୍ରମୁଖ ଉପସ୍ଥିତ ରହି ଶିଶୁ କଳାକାରମାନଙ୍କୁ ଉତ୍ସାହିତ କରିଥିବାବେଳେ ପ୍ରେମଜିତ ଝାଙ୍କର ମିକୁନ ଘିବେଲା ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ । ଅନୁଷ୍ଠାନର ବରିଷ୍ଠ ସଦସ୍ୟ ତଥା ନୃତ୍ୟଗୁରୁ ଗୋପାଳକୃଷ୍ଣ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା ।

Leave A Reply

Your email address will not be published.