mobile header

ଓଡ଼ିଆ ଦାଦନ ଶ୍ରମିକଙ୍କ ସଡ଼କ ଦୁର୍ଘଟଣା ରେ ସିରିଜ ମୃତ

..ମୃତ ତିନିଜଣଙ୍କୁ ତାମିଲନାଡୁ ରାଜ୍ୟରେ ବିକ୍ରି କରିଥିଲେ ଓଡ଼ିଆ ଦଲାଲ……….ଦଲାଲ ଙ୍କ ନାମରେ କାର୍ଯ୍ୟାନୁଷ୍ଠାନ ଜାରିକଲା ତାମିଲନାଡୁ ପୋଲିସ…… ମର ଶରୀରକୁ ପରିବାକୁ ହସ୍ତାନ୍ତର ପାଇଁ ବୌଦ୍ଧ ଜିଲ୍ଲା ପ୍ରଶାସନ କୁ ଦାବି….

ବୌଦ୍ଧ :17/06.. ରାଜ୍ୟ ସରକାର ଓଡିଶାକୁ ଦାଦନ ମୁକ୍ତ ରାଜ୍ୟରେ ଗଡ଼ିବା ପାଇଁ ଡିଣ୍ଡିମ ପିଟୁଥିବା ବେଳେ ବିଭିନ୍ନ ଯୋଜନା ହାତକୁ କେମିତି ନେଇଛନ୍ତି ଆଜି ଏକ ଜ୍ଵଳନ୍ତ ନଗ୍ନ ଚିତ୍ର ଆଜି ହରଭଙ୍ଗା ବ୍ଲକ ରେ ଦେଖି ବାକୁ ମିଳିଛି!ପରିବାର ପ୍ରତିପୋଷଣ ପାଇଁ କାମ ଖୋଜି ଦଲାଲ ପାଖରେ ପଡି ତିନି ତିନିଟି ନିରୀହ ମଣିଷ ର ଜୀବନ ଯିବା ଓ ପରିବାର ଉଜାଡି ହେବା ଏହା କଣ ଦାଦନ ମୁକ୍ତ ଯୋଜନା?. ଶୁଚନା ଓ ଅଭିଯୋଗ ଅନୁଯାଇ ହରଭଙ୍ଗା ବ୍ଲକ ଲୁଣିବାହାଲ ପଂଚାୟତ ଅନ୍ତର୍ଗତ ବଘୁଆ କଟା ଗ୍ରାମର ଦାଦନ ଦଲାଲ ସୁଶାନ୍ତ ପ୍ରଧାନ ଙ୍କ ପାଇଁ ଆଜି 3ଟି ପରିବାର ଉଜାଡିଯାଇଛି!ଖାଲି ସେତିକି ନୁହେଁ ଏହି ମୃତ 3ଜଣଙ୍କ ସମେତ ବୌଦ୍ଧ ଜିଲ୍ଲାରୁ ପ୍ରାୟ 200ଜଣ ବୁକ୍ତିଙ୍କୁ ବାହାର ରାଜ୍ୟର କମ୍ପାନୀ ଗୁଡିକ ବିକ୍ରି କରିଥିବା ଏଵେ ସୂଚନା ମିଳୁଛି!ସଡ଼କ ଦୁର୍ଘଟଣା ରେ ମୃତ୍ୟୁ ହୋଇଥିବା ଶ୍ରମିକ ମାନଙ୍କୁ ସୁଶାନ୍ତ ପ୍ରଧାନ ତାମିଲନାଡୁ ରାଜ୍ୟର ଚେନାଇ ରୁ 200କିଲୋମିଟର ଦୂର ତୀରଚିନାପଲ୍ଲୀ ରେ ଥିବା ସୃତି ହାଉସ ପ୍ରାଇଭେଟ ଲିମିଡେଡ଼ ନାମକ ଏକ ଘରୋଇ କମ୍ପାନୀ ର ଟ୍ରାନ୍ସପୋଟିଙ୍ଗ ବିଭାଗ ରେ ବିକ୍ରିକରିଥିଲେ!ଗତକାଲି କମ୍ପାନୀ ଜିନିଷ ଗାଡ଼ିରେ ଲୋଡ଼ କରି ଏହି ତିନିଜଣ ଦାଦନ ଶ୍ରମିକ ଯେଉଁମାନେ କି ହରଭଙ୍ଗା ବ୍ଲକ ର ଜିରାଡ଼ ଗ୍ରାମର ଅଙ୍ଗଦ ପ୍ରଧାନ, ସାମ୍ପୋଚ ପଂଚାୟତ ବରଝୁଲି ଗ୍ରାମର ସାନନ୍ଦ ଭୋଇ ଓ ଲୁଣିବାହାଲ ପଂଚାୟତ ବଘୁଆ କଟା ଗ୍ରାମର ଜୟ ଭୋକ୍ତା ଜିନିଷ ଟ୍ରାନ୍ସପୋଟିଙ୍ଗ ପାଇଁ ଯାଇଥିଲେ!ଯିବା ବାଟରେ ସଡ଼କ ଦୁର୍ଘଟଣା ରେ ଘଟଣା ସ୍ଥଳରେ ହିଁ ତିନିଜଣ ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି!ଏହାକୁ ନେଇ ତାମିଲନାଡୁ ପୋଲିସ ଦଲାଲ ସୁଶାନ୍ତ ପ୍ରଧାନ ଓ ତାଙ୍କ ଭାଇ ନାମରେ ଏକ କେସ ଦାଏର କରି ମୃତ 3ଜଣଙ୍କ ଶବକୁ ନେଇ ଆହୁରି ଅନେକ ତଦନ୍ତ ଚଳାଇଛି!ଏହାକୁ ନେଇ ମୃତ ଶରୀର ଗୁଡିକ କିପରି ନିଜ ଭିଟାମାଟିକୁ ଆସିବ ବୌଦ୍ଧ ଜିଲ୍ଲା ପ୍ରଶାସନ କୁ ପରିବାର ଓ ଗ୍ରାମବାସୀ ଦାବି କରିବା ସହିତ ଦଲାଲ ଉପରେ କର୍ଯ୍ୟନୁଷ୍ଠାନ ଓ ଆର୍ଥିକ ସହାୟତା ପାଇଁ ଅଭିଯୋଗ ହେଉଛି!

Leave A Reply

Your email address will not be published.