mobile header

ରାମେଶ୍ୱର ଓ ସ୍ମଶାନ ଚଣ୍ଡୀ ମନ୍ଦିର ପୂଜକ ଙ୍କ ପରଲୋକ- ସୋନପୁର ସହର ରେ ଶୋକ

ସୁବର୍ଣ୍ଣପୁର -17-06 ରାଜା ରାଜୁଡା ସମୟ ର ସୋନପୁର ବସ ଷ୍ଟାଣ୍ଡ ର ଖୁବ ପରିଚିତ ପାନ ଦୋକାନୀ ଅତର ବ୍ୟବସାୟୀ ତଥା ଅବସର ପ୍ରାପ୍ତ ପୌର କର୍ମଚାରୀ ଗୋପୀ ନାଥ ନାଏକ (ଗୋପୀ ବାବା ) ଆଉ ନାହାନ୍ତି l ଗତ କାଲି ମଧ୍ୟାହ୍ନ ରେ 87 ବର୍ଷ ବୟସରେ ସେ ହୃଦଘାତ ରେ ପ୍ରାଣ ତ୍ୟାଗ କରିଛନ୍ତି l ସିତାରାମ ସୀତାରାମ ବୋଲି ଡାକିଲେ ସେ ଜଣେ ସାଧୁ ଙ୍କ ଭଳି ସୀତାରାମ ବାବା ବୋଲି ଡାକ ଦିଅନ୍ତି l ରାମେଶ୍ୱର ବାବା ଓ ମା କାଳୀ ଙ୍କୁ ଦର୍ଶନ କରିବା ପୂର୍ବରୁ ଆଗେ ବାବା ଙ୍କ ମନ୍ଦିର ରୁ ଲୋକେ ସୀତାରାମ କହି ଡାକ ଦିଅନ୍ତି l ଆଉ ସେ ନଦୀ ପଟ ମନ୍ଦିର ରେ ହସ ହସ ମୁହଁ ରେ ସିତାରାମ ବୋଲି ଜୋର ସେ ଉତ୍ତର ଦେଲେ ତାଙ୍କ ହସ ହସ ମୁହଁ ଦେଖିଲେ ପ୍ରତ୍ୟେକ ଭକ୍ତଙ୍କ ମନ ରେ ଗୋଟାଏ ଦୃଢ଼ ଆତ୍ମ ବିଶ୍ୱାସ ଟିଏ ଚାଲିଆସେ l ଯେ ସ୍ୱଚ୍ଛ ଓ ନିଷ୍ଠାପର ପୂଜକ ଗୋପୀ ବାବା ମା କାଳୀ ଙ୍କ ପାଖରେ ଅଛନ୍ତି ସେ ପୂଜା କଲେ ମା ଆମ ଗୁହାରି ନିଶ୍ଚୟ ଶୁଣିବେ l ଏକଥା କେବଳ ସୋନପୁର ବାସୀ ନୁହେଁ ବହୁ ଦୂର ଦୁରାନ୍ତ ରୁ ମା ଙ୍କୁ ପୂଜା ଓ ଦର୍ଶନ ଲାଗି ଆସୁଥିବା ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ଖୁସିରେ ଆତ୍ମ ବିଭୋର ହୋଇ କହିଥାନ୍ତି ଗୋପୀ ବାବାଙ୍କୁ l ବାବା ଙ୍କ ସେଇ ହସ ହସ ମୁହଁ ର ମିଠା କଥା ନିଷ୍ଠା, ତ୍ୟାଗ, ରୀତି ନୀତି ଓ ସ୍ୱଚ୍ଛତା ର ସହ ମାତ୍ର 13 ବର୍ଷ ବୟସ ରୁ ଆଜି ଯାଏ ରାମେଶ୍ୱର ବାବା ଙ୍କ ପୂଜା ଓ ଦୀର୍ଘ 45 ବର୍ଷ ଯାଏ ମା କାଳୀ ଙ୍କ ସେବା ପୂଜାର୍ଚନା ଭକ୍ତ ମାନେ ସବୁ ଦିନ ମନେ ରଖିବେ l ଓ ମନ୍ଦିର ମାଳିନୀ ସହର ର ଅନ୍ୟ ପୂଜକ ମାନ ଙ୍କୁ ମଧ୍ୟ ଖୁବ ପ୍ରେରଣା ଦେବ l ସୋନପୁର ମୁଖ୍ୟ ଚିକିତ୍ସାଳୟ ରେ ଗୋପୀ ବାବା ଙ୍କ ମୃତ୍ୟୁ ବେଳେ ତାଙ୍କ ଦୁଇ ପୁଅ, ଚାରି ଝିଅ ଜ୍ୱାଇଁ ଓ ପୁତ୍ର ବଧୂ ଶ୍ରୀମନ୍ତିନି, ନାତି ନାତୁଣୀ ଉପସ୍ଥିତ ଥିଲେ l ଶ୍ରୀ ରାମେଶ୍ୱର ସ୍ମଶାନ ଘାଟ ରେ ଗୋପୀ ବାବା ଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ଏ ଖବର ରେ ପ୍ରାକ୍ତନ ପୌର ଅଧ୍ୟକ୍ଷ ପ୍ରକାଶ ସାହୁ, କଈରୁ ସ୍ୱାଇଁ, ଦୈମୟନ୍ତୀ ବାରିକ, ନୂତନ ଅଧ୍ୟକ୍ଷ ତାମସୀ ତାମସ୍ମିତା ନାଏକ, ସ୍ୱଚ୍ଛ ଭାରତ ସଭାପତି ଲଷ୍ମୀ ନାରାୟଣ ମେହେର, ଓ କର୍ମ କର୍ତ୍ତା, ପୌର କର୍ମଚାରୀ, ରାମେଶ୍ୱର ମନ୍ଦିର ପରିଚାଳନା କମିଟି ଉପଦେଷ୍ଟା ଶ୍ରୀବତ୍ସ ମଲ୍ଲିକ, ସଦସ୍ୟ ଲଡ଼ୁ ମଲ୍କିକ, ମନୋରଞ୍ଜନ ତ୍ରିପାଠୀ ଙ୍କ ସମେତ ସହର ର ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରି ଶୋକ ସନ୍ତପ୍ତ ପରିବାର କୁ ସମବେଦନା ଜଣାଇଛନ୍ତି l

Leave A Reply

Your email address will not be published.