mobile header

ଗଛ ଡାଳ ପଡି ଚାଲିଗଲା ଆଗ୍ନିକ ବ୍ରଜକିଶୋର ଙ୍କ ଜୀବନ।ପରିବାରକୁ ମିଳିଲା ୩ ଲକ୍ଷ୍ୟ ଟଙ୍କାର ମୃତ୍ୟୁକାଳୀନ ସହାୟତା ରାଶି।

ଅଗ୍ନିଶମ ସେବା ସଂସ୍ଥାର ମହାନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ସ୍ବର୍ଗତଃ ଆଗ୍ନିକ-୩୪୨୩ ବ୍ରଜ କିଶୋର ମହାନ୍ତିଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଅଗ୍ନିଶମ ସେବା ନିର୍ଦ୍ଦେଶାଳୟ ଠାରେ ଅଗ୍ନିଶମ ସେବା ସଂସ୍ଥାର କର୍ମଚାରୀମାନେ ଈଶ୍ବରଙ୍କ ନିକଟରେ ଦୁଇ ମିନିଟ୍‌ ନୀରବ ପ୍ରାର୍ଥନା ପାଳନ କରିଥିଲେ ।ଗତକାଲି ଅପରାହ୍ନ ରେ ବାରିପଦା ଅଗ୍ନିଶମ ସେବାକେନ୍ଦ୍ରରେ କାର୍ଯ୍ୟରତ ଆଗ୍ନିକ-୩୪୨୩ ବ୍ରଜ କିଶୋର ମହାନ୍ତି ବାରିପଦା ବେଲଗଡ଼ିଆ ସ୍ଥିତ ଅଗ୍ନିଶମ କେନ୍ଦ୍ରରୁ ନିକଟସ୍ଥ ବଜାରକୁ ଯାଉଥିବା ସମୟରେ ବିଜୁପଟ୍ଟନାୟକ ପାର୍କ ସମ୍ମୁଖ ମୁଖ୍ୟ ରାସ୍ତା କଡରେ ଥିବା ପୁରୁଣା ବରଗଛର ଏକ ଡାଳ ହଠାତ୍ ଭାଙ୍ଗିଯାଇ ବ୍ରଜଙ୍କ ଉପରେ ପଡ଼ିଯାଇଥିଲା ଫଳରେ ସେ ଏହି ଡାଳ ତଳେ ଚାପି ହୋଇରହିଯାଇଥିଲେ।ତେବେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ତୁରନ୍ତ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବ୍ରଜ ଙ୍କୁ ଉଦ୍ଧାର କରି ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ଡାକ୍ତରଖାନାକୁ ନେଇଥିଲେ ଏବଂ ସେଠାରେ ଡାକ୍ତରଙ୍କ ପରାମର୍ଶକ୍ରମେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରୁଥିବା ସମୟରେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଳମ୍ବିତ ରାତ୍ରିରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ଶ୍ରୀ ମହାନ୍ତି ତା.୦୩ ଜୁନ ୧୯୮୮ ମସିହାରେ ବାଲେଶ୍ବର ଜିଲ୍ଲାର କଲିପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ସେ ଆଗ୍ନିକ ରୂପେ ତା. ୨୪ ଜାନୁଆରୀ ୨୦୧୪ ରିଖରେ ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥାରେ ଯୋଗଦାନ କରିଥିଲେ ଏବଂ ବାରିପଦା ଅଗ୍ନିଶମ କେନ୍ଦ୍ରରେ ତା. ୨୭ ନଭେମ୍ବର ୨୦୨୦ ରିଖରେ ଯୋଗଦାନ କରି ନିଜର କାର୍ଯ୍ୟ ସୂଚାରୁରୂପେ ସମ୍ପାଦନ କରିଆସୁଥିଲେ । ନିଜର କାର୍ଯ୍ୟ ଦକ୍ଷତାଏବଂ କର୍ତ୍ତବ୍ୟନିଷ୍ଠା ପାଇଁ ସେ ନିଜର କର୍ମଚାରୀ ଏବଂ ଜନସାଧାରଣଙ୍କର ନିକଟରେ ପ୍ରିୟ ଭାଜନ ହୋଇପାରିଥିଲେ। ତାଙ୍କର ଅକାଳ ବିୟୋଗରେ ଅଗ୍ନିଶମ କର୍ମଚାରୀ ଓ ଜନ ସାଧାରଣଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।ଇତ୍ୟବଶରରେ ସ୍ବର୍ଗତଃ ଶ୍ରୀ ମହାନ୍ତିଙ୍କର ଅନ୍ତେଷ୍ଟିକ୍ରିୟା ପାଇଁ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ତୁରନ୍ତଟ.୫୦,୦୦୦/- (ପଚାଶ ହଜାର) ଟଙ୍କା ପ୍ରଦାନ କରିବା ସହିତ ଟ.୩,୦୦,୦୦୦/- (ତିନି ଲକ୍ଷ) ଟଙ୍କା ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ କରିବା ପାଇଁ ଅଗ୍ନିଶମ ମହାନିର୍ଦ୍ଦେଶକ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.