ଭୋଜି ଖାଇ ଫେରିବା ବେଳେ ଟ୍ରକ ଓଲଟିଲା .୫୦ରୁ ଉର୍ଦ୍ଧ୍ଵ ଆହତ

ଫୁଲବାଣୀ-୧୮/୬ ଭୋଜି ହେଲା କାଳ.। ଭୋଜି ଖାଇ ବେଶ ହସଖୁସିରେ ଘରକୁ ଫେରୁଥିଲେ ।ଆଉ କମ ବାଟ ଥିଲା ହେଲେ ଭାରସାମ୍ୟ ହରାଇ ଟ୍ରକ ଓଲଟି ପଡିବା ଫଳରେ ଏଥିରେ ବସିଥିବା ପ୍ର।ୟ ୫୦ ଲୋକ ଆହତ ହୋଇଥିବା ଖବର ମିଳିଛି । ଏଭଳି ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ପାଙ୍ଗାଲି ଗ୍ରାମ ନିକଟ ଶିଝିଗାଣ୍ଡ।ଘାଟିରେ ।ସୂଚନା ଯୋଗ୍ୟ ଯେ,ପୁଟୁଡ଼ୁ ମାହା ବାମର କନ୍ୟା ଯାତ୍ରୀ ପାଙ୍ଗାଲି ଗ୍ରାମକୁ ଏକ ଟ୍ରକରେ ବିବାହ ଭୋଜି ଖାଇବାକୁ ଯାଇଥିଲେ । ତେବେ ଭୋଜି ଖାଇ ଫେରିବା ବେଳେ ଶିଝି ଗାଣ୍ଡା ଘାଟିରେ ଟ୍ରକ ଓଲଟି ପଡିଥିଲା ଫଳରେ ବସିଥିବା ସମସ୍ତେ ତଳକୁ ଖସିପଡିଥିଲେ। ସମସ୍ତେ ପ୍ରାୟ ଆହତ ହୋଇଛନ୍ତି ।ଖବର ପାଇ ଅଗ୍ନିଶମ ବିଭାଗ ଓ ପୋଲିସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଦୀରିଙ୍ଗବାଡି ମେଡିକାଲ କୁ ଚିକିତ୍ସା ଲାଗି ପଠାଇଥିବା ଜଣାପଡିଛି । ପୋଲିସ ଓ ଅଗ୍ନି ଶମ ବିଭାଗ କର୍ମ ଚାରୀଙ୍କ ତ୍ବରୀତ ପଦ କ୍ଷେପ ଯୋଗୁଁ ଅନେକଙ୍କ ଜୀବନ ବଞ୍ଚିଯାଇଥିଲା। ବ୍ରାହ୍ମଣୀଗାଁପୋଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ୍ର କରୁଛି ।

Leave A Reply

Your email address will not be published.