mobile header

ନନ୍ଦନକାନନରେ ହାତୀ ପ୍ରେମାର ଆଗ ଦୁଇ ଗୋଡ଼ରେ ଘା’ : ଶୀଘ୍ର ସୁସ୍ଥ କରିବା ପାଇଁ ଲାଗିଛନ୍ତି ପ୍ରାଣୀ ଚିକିତ୍ସକ

ନନ୍ଦନକାନନରେ ହାତୀ ପ୍ରେମାର ଗୋଡରେ ଘା’ । ହାତୀ ପ୍ରେମାର ଦୁଇ ଗୋଡରେ ଘା’ ହୋଇଥିବା ଜଣାପଡ଼ିଛି । ନଖ ସଂକ୍ରମିତ ହୋଇଥିବାରୁ ପୂଯ ବାହାରୁଛି । ଏହାକୁ ନେଇ ଚିନ୍ତାରେ ଅଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ଘା’ ପ୍ରକୋପରୁ ସେ ଭଲ ଭାବେ ଛିଡା ହୋଇପାରୁନାହିଁ । ଘା’ରେ ମାଛି ବସୁଥିବାରୁ ସେ ଅଧିକ ବିବ୍ରତ ହୋଇପଡ଼ୁଛି ।ଗୋଡକୁ ମାଛି ଦାଉରୁ ରକ୍ଷା କରିବା ପାଇଁ ବିଶୋଧକ ସିଞ୍ଚନ କରାଯାଉଛି । ସଂକ୍ରମଣ କମାଇବା ଲାଗି ପ୍ରେମାକୁ ପ୍ରତିଷେଧକ ଟିକା ଦିଆଯାଉଛି । ଚିକିତ୍ସା ଆରମ୍ଭ ହେବାଠାରୁ ସେ ସାମନ୍ୟ ସୁସ୍ଥ ହୋଇଛି ବୋଲି କୁହାଯାଉଛି । ୫୮ ବର୍ଷୀୟା ବୃଦ୍ଧା ହାତୀ ପ୍ରେମା ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଅନ୍ୟତମ ଆକର୍ଷଣ । ପ୍ରେମାକୁ ୧୯୮୫ରେ ତାମିଲନାଡୁ ଭନ୍ଦାଲୁର ଅଭୟାରଣ୍ୟରୁ ନନ୍ଦନକାନନକୁ ଅଣାଯାଇଥିଲା । ସେତେବେଳେ ତାକୁ ୨୧ ବର୍ଷ ହୋଇଥିଲା

Leave A Reply

Your email address will not be published.