mobile header

୧୫୦ କେଜି ଗଂଜେଇ ସହ ଦୁଇ ଅଭିଯୁକ୍ତ ଗିରଫ

ମାଲକାନଗିରି: ୧୯/୦୬/୨୨ ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲୀ ଓ ବୈପାରିଗୁଡା ରାସ୍ତା ମଧ୍ୟରେ ସପ୍ତଧାରା ବ୍ରିଜ଼ ନିକଟରେ ମାଥିଲି ପୋଲିସ ଦ୍ଵାରା ପେଟ୍ରୋଲିଙ୍ଗ କରୁଥିବା ବେଳେ ଓଡ଼ି ୨୪ ଇ ୮୭୩୩ ନମ୍ବର ବିଶିଷ୍ଟ ଏକ ମରୁଟି ସୁଜୁକି କାର ରେ ଦୁଇଜଣ ଯୁବକ ଦ୍ରୁତ ଗତିରେ ଆସୁଥିବା ଦେଖି ମାଥିଲି ପୋଲିସ ଟିମ୍ ଉକ୍ତ କାର କୁ ଅଟକାଇ ଯାଞ୍ଚ ବେଳେ ଉକ୍ତ କାର ରୁ ୬ ପ୍ୟାକେଟ ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା । ପୋଲିସ ଙ୍କ କହିବା ଅନୁଯାୟୀ ଅଭିଯୁକ୍ତ ମାନେ ଖଇରୀପୁଟ ବ୍ଲକ ମାଡ଼କାପଦର ଗ୍ରାମରୁ ଗଂଜେଇ କିଣି ନୂଆପଡା ଜିଲ୍ଲା ଆଡକୁ ନେଉଥିଲେ । ୬ ପ୍ୟାକେଟ୍ ଗଂଜେଇ ମଧ୍ୟରେ ୧୫୦ କେଜି ୪୮୦ ଗ୍ରାମ ଗଂଜେଇ ରହିଥିଲା ।ଗଂଜେଇ ଚରା ଚାଲାଣ କରୁଥିବା ଅଭିଯୁକ୍ତ ଙ୍କ ଠାରୁ ଗୋଟିଏ ମାରୁଟି ସୁଜୁକି କାର୍ ,ଦୁଇଟି ମୂଲ୍ୟବାନ ମୋବାଇଲ ଫୋନ ,ନଗଦ ୨୦ହଜାର ଟଙ୍କା ,ଆଧାର କାର୍ଡ ,ଭୋଟର ପରିଚୟ ପତ୍ର ,ଏସ୍ ବି ଆଇ ଏଟିଏମ କାର୍ଡ ଇତ୍ୟାଦି ପୋଲିସ ଜବତ କରିଛି । ଗିରଫ ଦୁଇ ଅଭିଯୁକ୍ତ ନବରଙ୍ଗପୁର ଜିଲ୍ଲା ଆର୍ କେକଲୋନୀ ରଇଶ୍ରାୟେଲ ସେନାପତି ଓ ତାର ଗାଁ ର ନନ୍ଦା ସରା । ଉଭୟ ଅଭିଯୁକ୍ତ ଙ୍କୁ ଆଜି ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ମାଥିଲି ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.