ଗାଁ ପୋଖରି ପୁନରୁଦ୍ଧାର ବେଳେ ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗଳ

ମାଲକାନଗିରି: ୧୯/୦୬/୨୨ ମାଲକାନଗିରି ଜିଲ୍ଲା ଏମ.ପି.ଭି୨ ଗାଁରେ ଦେଖିବାକୁ ଏପରି ଏକ ଅଭାବନିୟ ଘଟଣା । ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଏମ.ପି.ଭି-୨ ଗାଁରେ ଥିବା ପଖରିର ପୁନରୁଦ୍ଧାର କରିବା ଲାଗି ଅମୃତ ସରବର ଯୋଜନାରେ ସରକାର ୫ ଲକ୍ଷ ଟଙ୍କାର ଅନୁଦାନ ଦେଇଛନ୍ତି । ୧୯୭୪ ମସିହାର ଏମ.ପି.ଭି-୨ ଗାଁର ବଙ୍ଗୀୟ ଲୋକଙ୍କ ଲାଗି ନିର୍ମାଣ ହୋଇଥିବା ପୋଖରି କାଳକ୍ରମେ ପୋତି ହୋଇଯିବାରୁ ଏହାର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ପୋଖରିକୁ ସାମାନ୍ୟ ବଡ କରାଯିବା ସହ ଏହାକୁ ଗଭିର ମଧ୍ୟ କରାଯାଉଥିଲା । ହେଲେ ପୋଡଶି ପୁନାରଗୁଡା ଗାଁର ଶତାଧିକ ଆଦିବାସି ଲୋକେ ହାତରେ ତୀର ଧନୁ ନେଇ ସେହି ପୋଖରି କାମ ବନ୍ଦ କରିବା ଲାଗି ଯାଇଥିଲେ । ଆଦିବାସିଙ୍କ କହିବା କଥା ପୋଖରି ପୁନରୁଦ୍ଧାର କରିବାକୁ ଯାଇ ପୁନାରଗୁଡା ଗ୍ରାମର ଇରମା ମାଡକାମିଙ୍କ ଚାଷ ଜମି କାଟି ଦିଆଯାଇଛି । ହେଲେ ରାଜସ୍ବ ନିରିକ୍ଷକ ଓ ବିଭାଗିୟ ଯନ୍ତ୍ରୀ ଏହି ମାପ ଦେଇଥିବା ଏମ.ପି.ଭି୨ ଗାଁ ଲୋକେ କହିଛନ୍ତି । ପୋଖରି ଖନନକୁ ନେଇ ଉଭୟ ଗୋଷ୍ଠି ମଧ୍ୟରେ ଗଣ୍ଡଗଳ ହେବା ପରେ ଘଟଣା ସ୍ଥଳରେ ମାଲକାନଗିରି ଆଦର୍ଶ ଥାନା ପୋଲିସ ପହଞ୍ଚି ଉଭୟ ଗୋଷ୍ଠିଙ୍କୁ ବୁଝାସୁଝା କରିଛନ୍ତି । ସ୍ଥାନିୟ ତହସିଲଦାର ଆସି ଜାଗା ନମାପିବା ପର୍ଯ୍ୟନ୍ତ କାମ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଥାନା ଅଧିକାରି ।

Leave A Reply

Your email address will not be published.