ମୌସୁମୀ ଋତୁରେ ଝଡବାତ୍ୟା ମୁକାବିଲା ନେଇ ଟେବୁଲ ଟପ୍‌ଏକ୍ସାରସାଇଜ ବୈଠକ ଅନୁଷ୍ଠିତ।

ରାଜ୍ୟ ସରକାରରଙ୍କ ସ୍ୱତନ୍ତ୍ର ରିଲିଫ୍ କମିଶନର ଓ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ଗାଇଡ ଲାଇନ ଅନୁସାରେ ଚଳିତ ବର୍ଷ ମୌସୁମୀ ଋତୁରେ ସମ୍ଭାବ୍ୟ ଝଡବାତ୍ୟା / ବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ସଂପୃକ୍ତ ବିଭାଗ ଦ୍ୱାରା ସତର୍କ ସଜାଗ ପଦକ୍ଷେପ ଗ୍ରହଣ ପୂର୍ବକ ବିପର୍ଯ୍ୟୟ ମୁକାବିଲା ଦିଗରେ କାର୍ଯ୍ୟ ପରିଚାଳନା କରାଯିବା ନେଇ ଏକ ସ୍ୱତନ୍ତ୍ର ପ୍ରସ୍ତୁତି ବୈଠକ ତା ୧୮-୦୬-୨୦୨୨ରିଖ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଫାସିଲିଟେସନ କେନ୍ଦ୍ରରେ ଜିଲ୍ଲାପାଳ ମୟୂରଭଞ୍ଜ ଶ୍ରୀ ବିନୀତ ଭରଦ୍ୱାଜ ଭାପ୍ରସେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୌଠକରେ ମୟୂରଭଞ୍ଜ ଆରକ୍ଷୀ ଅଧ୍ୟୀକ୍ଷକ ଋଷିକେଶ ଦ୍ୟାନଦେୱ ଖିଲାରୀ, ଭାପୁସେ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ମୟୂରଭଞ୍ଜ, ସୁଚାରୁ ବଳ, ଉପଜିଲ୍ଲାପାଳ, ବାରିପଦା ତଥା ନିର୍ବାହୀ ଅଧରକାରୀ ପୌରପରିଷଦ ବାରିପଦା, ଅନ୍ୟା ଦାସ, ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳାନା ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ସୁନିଲ କୁମାର ସାହୁ ପ୍ରମୁଖ ସମେତ ଜିଲ୍ଲା ଜରୁରୀ ଅଧିକାରୀ ଡେପୁଟି କଲେକ୍ଟର ସୁଜୟ କୁମାର ପତି ଓ ପ୍ରକଳ୍ପ ଅଧିକାରୀ ହରିପ୍ରିୟା ଚାନ୍ଦ ଏବଂ ସମ୍ପୃକ୍ତ ବିଭିନ୍ନ ଲାଇନ ବିଭାଗ ଅଧିକାରୀ ମାନେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀବଳ ସମସ୍ତଙ୍କୁ ସ୍ୱାଗତ ଜଣାଇ ଚଳିତ ମୌସୁମୀ ଋତୁରେ ସମ୍ଭାବ୍ୟ ଝଢବାତ୍ୟା / ବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଏସଆରସିଙ୍କ ଗାଇଡ ଲାଇନ ଅନୁସାରେ ଟିଟିଇ (ଟେବୁଲ ଟପ୍ ଏକ୍‌ସ୍‌ର୍‌ସାଇଜ୍‌) ସଂପର୍କରେ ଆଲୋକପାତ କରିଥିଲେ । ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ ବୈଠକରେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍ କମିଶନ ଏବଂ ଓଡିଶା ବିପର୍ଯ୍ୟୟ ପରିଚାଳନା କତୃପକ୍ଷ ନିର୍ଦ୍ଦେଶାନୁଯାଇ ପ୍ରତି ବର୍ଷ ମୌସୁମୀ ଋତୁରେ ଝଡବାତ୍ୟା / ବନ୍ୟା ଆଦି ପ୍ରାକୃତିକ ବିର୍ପ୍ୟୟ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ପ୍ରତ୍ୟେକ ଲାଇନ ବିଭାଗ ଦ୍ୱାରା ଲାଇନ ବିଭାଗ ବିପର୍ଯ୍ୟୟ ପରଚାଳନା ଦିଗରେ ସତର୍କ ସଜାଗ ରହି ଜରୁରୀ କାଳୀନ ବିଭାଗୀୟ ଯୋଜନା କାର୍ଯ୍ୟକ୍ରମ ପ୍ରସ୍ତୁତି ଅନୁସାରେ କାର୍ଯ୍ୟ ସମ୍ପାଦାନ କରିବା ସହିତ ସଂପାଦନ କରିବା ସହିତ ବିଶେଷ କରି ବିପର୍ଯ୍ୟୟ ପୂର୍ବ, ସମୟ ଅବଧି ଏବଂ ବିପର୍ଯ୍ୟୟ ପରବର୍ତୀ ସମୟରେ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେଇ ବିପର୍ଯ୍ୟୟର ସଠିକ ମୁକାବିଲା ଓ ସୁପରିଚାଳନା ଦିଗରେ ସଂପୃକ୍ତ ବିଭାଗୀୟ ଅଧରକାରୀ ମାନଙ୍କ ଦାୟୀତ୍ୱ / ଭୂମିକା ସଂପର୍କୀତ ଏସଓପି (ସ୍ୱତନ୍ତ୍ର କାର୍ଯ୍ୟନ୍ନୟନ ରୂପ ରେଖା ଦିଗରେ କାର୍ଯ୍ୟକ୍ରମ ସୁପରିଚାଳନା କରିବା ପାଇଁ ଗୁରୁତ୍ୱାରୋପ କରିଥିଲେ । ବୈଠକରେ ବିଶେଷ କରି ଜଳ ସମ୍ପଦ, କୃଷି, ଉଦ୍ୟାନ କୃଷି, ପଂଚାୟତରାଜ ଓ ପାନୀୟ ଜଳ ବିଭାଗ ଜଳ ଯୋଗାଣ ଓ ପରିମଳ, ସ୍ୱାସ୍ଥ୍ୟ, ଶିକ୍ଷା, ବିଦ୍ୟୁତ, ପ୍ରାଣୀ ସମ୍ପଦ, ସମାଜ କଲ୍ୟାଣ, ସାମାଜିକ ସୁରକ୍ଷା, ସାଧାରଣ ଯୋଗଣ, ଶିଶୁ ସିରକ୍ଷା, ଓଡ୍ରାଫ୍‌, ଆରକ୍ଷୀ ବିଭାଗ ଏବଂ ସମ୍ପୃକ୍ତ ଅନ୍ୟାନ୍ୟ ବିଭାଗ ଦ୍ୱାରା ବିପର୍ଯ୍ୟୟ ସୁପରିଚାଳନା କ୍ଷେତ୍ରରେ ପ୍ରସ୍ତୁତ (ଏସ୍‌ଓପି) କାର୍ଯ୍ୟାନୟନ ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା । ଏହି ଅବସରରେ ଓସ୍‌ଡମା ଡିଜିଏମ୍ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ ସାହୁ ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ବିପର୍ଯ୍ୟୟ ପରିଚାଳନାରେ ସମ୍ପୃକ୍ତ ସମସ୍ତ ଲାଇନ ବିଭାଗ ଅଧିକାରୀ ମାନେ ପ୍ରସ୍ତୁତ ରହି କାର୍ଯ୍ୟ ସୁପରିଚାଳନା କରିବା ପାଇଁ ପରାମର୍ଶ ଦେବା ସହିତ ଚଳିତ ବର୍ଷ ରାଜ୍ୟର ସମସ୍ତ ବ୍ଲକ ସ୍ତରରେ ମଧ୍ୟ ଟିଟିଇ ଓ ମକ୍‌ଡ୍ରିଲ୍ କାର୍ଯ୍ୟକ୍ରମ କୁ ଗୁରୁତ୍ୱ ଦିଆଯାଇଥିବା ସୂଚାଇଥିଲେ । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଜୁନ୍ ୧୯ ତାରିଖରେ ଜିଲ୍ଲାର ସମସ୍ତ ବହୁମୁଖ୍ୟ ବାତ୍ୟା ଆଶ୍ରୟ ସ୍ଥଳ / ଅନ୍ୟାନ୍ୟ ନିରାପଦ ଆଶ୍ରୟ ସ୍ଥଳରେ ବିପର୍ଯ୍ୟୟ ପରିଚାଳନାର ମଗ୍‌ଡ୍ରିଲ (ଅଭ୍ୟାସ ମୂଳକ) ପ୍ରତେକ୍ଷ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଜିଲ୍ଲ ଜରୁରୀ ଅଧିକାରୀ ଶ୍ରୀ ପତି ଟିଟିଇ କାର୍ଯ୍ୟକ୍ରମ ପରିଚାଳନା ପୂର୍ବକ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.