mobile header

ବିପଦ ରେ ଅ.. ଆ..

ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ସରିବ କେବେ ?
ଫୁଲବାଣୀ-19/6 କୁହାଯାଏ ଶିଶୁ ହସିଲେ ଦେଶ ହସିବ।
ଶିଶୁମାନଙ୍କ ମାନସିକ ଶାରିରୀକ ଓ ବୌଦ୍ଧିକ ବିକାଶ ପାଇଁ ସରକାର ଅଙ୍ଗନବାଡି କେନ୍ଦ୍ର ମାନ ଖୋଲିଛନ୍ତି। ଅର୍ଥ ଅନୁବାନ ମଧ୍ୟ ଦେଉଛନ୍ତି । ନୂତନ ଘର ନିର୍ମାଣ ମଧ୍ୟ କରିବାପାଇଁ ଅର୍ଥ ଅନୁଦାନ ମଧ୍ୟ ଦେଉଛନ୍ତି ।
ହେଲେ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀଙ୍କ ଅବହେଳା ଓ ଖାମଖିଆଲି କାରବାର ସାଙ୍ଗକୁ ଦୁର୍ନିତୀ ପୂର୍ଣ୍ଣ ମନୋଭାବ ଯୋଗୁ ଘର କାମ ସରି ପାରୁନି। ଫଳରେ
ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘବର୍ଷ ହେଲା ଅଧାପନ୍ତରିଆ ଅବସ୍ଥାରେ ପଡିରହିଛି ଅଙ୍ଗନବାଡି କେନ୍ଦ୍ର। କେବେ ନିର୍ମାଣ କାମ ସରିବ କିଏ କହି ପାରୁନାହିଁ।ନ୍ତି । ଏଭଳି ଅଭିଯୋଗ ଆସିଛିକନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଳକର ଦାସିଙ୍ଗବାଡି ପଞ୍ଚାୟତରୁ ।
ଏହି ପଞ୍ଚାୟତରେ ୭ ଲକ୍ଷ ଟଙ୍କା ବ୍ୟୟରେ ଏକ ନୂତନ ଅଙ୍ଗନବାଡି କେନ୍ଦ୍ର ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଅଭିଭାବକ ପିଲାମାନେ ଭାବିଥିଲେ ନୂଆଁ ଘରନିର୍ମାଣ ହେବ ତାଙ୍କ ପିଲାମାନେ ସୁରକ୍ଷିତ ଭାବେ ସେଠି ଖେଳିବେ ବସିବେ ଓ ପାଠ ପଡିବେ ବୋଲି । ହେଲେ ବର୍ଷ ପରେ ବର୍ଷ ବିତିଲାଣି ସିନା ହେଲେ ଘର କାମ ସରିବାର ନାଁ ଧରୁ ନି ।ଅର୍ଭିଯୋଗ କଲେ କିଏ ଶୁଣୁନାହାନ୍ତି। ଘର କାମ ନିୟମ ପ୍ରକା6ର ଅତି ବେଶିରେ୩ ମାସରୁ ରୁ ୬ ମାସ ମଧ୍ୟରେ ସରିବା କଥା । ହେଲେ ୩ବର୍ଷ ପୁରିଲାଣି ସରୁନି । ସେପଟେ ଠିକାଦାର ବାବୁ କାମ କମ କରି ଯନ୍ତ୍ରୀଙ୍କୁ ଧରାଧରି କରି ଅଧିକ । ଟଙ୍କା ମଧ୍ୟ ବିଲ କରିଉଠା ଇ ନେଇଥିବା ଶୁଣିବାକୁ ମିଳୁଛି । ଏପଟେ ରୋଷେୟାଙ୍କ ପଲିଥିନିଟଣା ଭଙ୍ଗା ଦଦରାଝ।ଟିମାଟି ଘରେ ବିପଦ ସଙ୍କୁଳ ଅବସ୍ଥାରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର।
ଏବେ ବର୍ଷାଦିନ, ମହଯୁଦ ଥିବାପିଲାଙ୍କ ଖାଦ୍ୟସାମଗ୍ରୀ ସବୁ ନଷ୍ଟ ବି ହୋଇଯାଉଛି ।
ଅଙ୍ଗନବାଡିଘର କାମ ତୁରନ୍ତ ସାରିବା ଲାଗି ଗ୍ରାମର ୱ ୲ର୍ଡ଼ ମେମ୍ବର ପ୍ରମିତା ପ୍ରଧାନ, ସାଂଜୁଲା ପ୍ରଧାନ, ପ୍ରମୁଖଙ୍କ ସମେ ତ ଗ୍ରାମ ବାସୀ ଦାବୀ କରିଛନ୍ତି ।
ପ୍ରକଳ୍ପ ନିର୍ଦ୍ଦେଶକ ଡିଆରଡିଏ ଏଥିପ୍ରତି ଦୃଷ୍ଟିଦେଇ ପ୍ରତିକାର ବ୍ୟବସ୍ଥା କରିବାକୁ ଦାବୀ ହେଉଛି ।

Leave A Reply

Your email address will not be published.