mobile header

ଗୁଣପୁରରେ ଓୟୁଜେର ଦୁଇ ଦିନିଆ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦଯାପିତ ।

ସାମ୍ବାଦିକ ଅସୁରକ୍ଷିତ । ରାଜ ରାସ୍ତାରେ ଓ ୟୁ ଜେ ।## ରକ୍ତଦାନ ,ବୃକ୍ଷ ରୋପଣ , ଏକତା ଶୋଭାଯାତ୍ରା ଭଳି ମେଗା କାର୍ଯ୍ୟକ୍ରମ ।## ପତ୍ରିକା ଜାଗରଣ ଉନ୍ମୋଚିତ ।

ଗୁଣପୁର,୧୯/୬ ଓଡ଼ିଶାରେ କର୍ତ୍ତବ୍ୟରତ ସାମ୍ବାଦିକ ଅସୁରକ୍ଷିତ। ବହୁ ଅସୁବିଧା, ବାଧାବିଘ୍ନ ମଧ୍ୟରେ ଲୋକଙ୍କ ସମସ୍ୟାକୁ, ସରକାରଙ୍କ ସଫଳତାକୁ ଲୋକ ଲୋଚନକୁ ଆଣିବାରେ ସାମ୍ବାଦିକ ସବୁବେଳେ ତତ୍ପର। କିନ୍ତୁ ନ୍ୟାର୍ଯ୍ୟ ଦାବି ଅନୁଯାୟୀ ସୁବିଧା ସୁଯୋଗ ସମ୍ବାଦିକଙ୍କୁ ମିଳିପାରିନି। ସାମ୍ବାଦିକଙ୍କ ସୁରକ୍ଷା ପାଇଁ ସରକାର ତୁରନ୍ତ ଆଇନ ପ୍ରଣୟନ କରିବା ସହ ବୀମା ରାଶି ୫ ଲକ୍ଷକୁ ବୃଦ୍ଧି, ପେନସନ ପ୍ରଦାନ ପାଇଁ ଦାବି  କରି ଆଜି ଓ ୟୁଜେ  ଗୁଣପୁର ରେ ରାଜା ରାସ୍ତା କୁ ଓହ୍ଲାଇଛି । 

ଗୁଣପୁର ଟାଉନ ହଲ ଠାରେ ଅନୁଷ୍ଠତ   ଓଡ଼ିଶା ସାମ୍ବାଦିକ ୟୁନିୟନର ରାଜ୍ୟ କାର୍ଯ୍ୟକାରିଣୀ ଓ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅବସରରେ  ଆଜି  ଦ୍ୱିତୀୟ ଦିନ ରେ ସଂଘ ତରଫରୁ   ବିଭିନ୍ନ ଦାବି ପୁରାଣ  ପାଇଁ ନାରା  ଦେଇ   ଶୋଭାଯାତ୍ରା  ରେ ବାହାରି   ସଂଗ୍ରାମୀ ନାଗ ଭୂଷଣ  ପଟନାୟକ  ଙ୍କ ପ୍ରତିମୂର୍ତ୍ତି ନିକଟ ରେ ପ୍ରତିବାଦ ସଭା କରିବା ସହ ମୁଖ୍ୟ ମନ୍ତ୍ରୀ ଙ୍କ ଉଦ୍ଧେଶ୍ୟ ରେ ଏକ   ସ୍ମାରକ ପତ୍ର  ଭାରପ୍ରାପ୍ତ  ଉପ ଜିଲାପାଳ ତଥା ଆଇ ଟି ଡି ଏ ର  ପ୍ରକଳ୍ପ ପ୍ରଶାସକ ଲୋକନାଥ ଦଳବେହେରା   ଙ୍କୁ  ରାଜ୍ୟ ସଭାପତି ପ୍ରସନ୍ନ କୁମାର ମହାନ୍ତି ସାଧାରଣ ସମ୍ପାଦକ  ଅଶୋକ ନନ୍ଦ  ,ଜିଲ୍ଲା ସଭାପତି ରାଧା କୃଷ୍ଣ ପଟ୍ଟନାୟକ ସମ୍ପାଦକ ରଞ୍ଜିତ ପାଢ଼ୀ ଙ୍କ ନେତୃତ୍ୱ ରେ  ଏକ ପ୍ରତିନିଧି ଦଳ ଭେଟି ଆଲୋଚନା  କରିବା ସହ   ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା ।  ପରେ ବାଇପାସ୍  ରାସ୍ତା ରେ   ସଂଘ ତରଫରୁ ବୃକ୍ଷ ରୋପଣ କରାଯାଇଥିଲା  ଓ ୟୁ ଜେ  ତରଫରୁ ଏକ ରକ୍ତଦାନ ଶିବିର କୁ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ରକ୍ତଦାନ କରି ଉଦଘାଟନ କରିଥିଲେ । ନବୀନ ସାହୁ ଓ  ଏସ:ଶିବାଜି ଙ୍କ ନେତୃତ୍ୱ ରେ ଅନୁଷ୍ଟିତ ରକ୍ତଦାନ ଶିବିର ୨୬ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା  । ପରେ ସଂଘର  ରାଜ୍ୟ କାର୍ଯ୍ୟ କାରିଣୀ ବୈଠକ  ଅନୁଷ୍ଠିତ ହୋଇଥିଲା । ବୈଠକ ରେ  ଗଜପତି ଓ ନୂଆପଡ଼ା ଜିଲ୍ଲା  କୁ ନୂତନ ଜିଲ୍ଲା ୟୁନିଟ ର  ସିକୃତୀ ପ୍ରଦାନ କରାଯିବ ସହ ୟୁ ନି ଅ ନ  ବିଭିନ୍ନ  ସମସ୍ୟା ର ସମାଧାନ ପାଇଁ  ଆଲୋଚନା  କରାଯାଇଥିଲା । r  ସାମ୍ବାଦିକ ସୁରକ୍ଷା ଆଇନ,ସାମ୍ବାଦିକ ଙ୍କୁ ୨୦ ହଜାର ଟଙ୍କା ପେନସନ ଓ ସାମ୍ବାଦିକ ବୀମା ୨ଲକ୍ଷ ରୁ ୫ ଲକ୍ଷ ରାଶି ବୃଦ୍ଧି ସହ ଏହାର ସରଳୀକରଣ କରିବା ଦାବି ରେ ବାଇପାସ ଛକ ସ୍ଥିତ ନାଗଭୂଷଣ ପଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରତିବାଦ  ସଭା କରାଯାଇଥିଲା । ରାଜ୍ୟ  । ଗୁଣପୁର ଟାଉନ ହଲରେ ଅନୁଷ୍ଠିତ ଦୁଇ ଦିନିଆ କାର୍ଯ୍ୟକ୍ରମକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ଗିରିଧର ଗମାଙ୍ଗ ଉଦଘାଟିତ କରିଥିଲେ। ମୁଖ୍ୟଅତିଥି ଭାବେ ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓ,  ଯୋଗଦେଇଥିଲେ । ଏହି ଅବସରରେ ରାଜନୀତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡ. ଗିରିଧର ଗମାଙ୍ଗ, ଏନ. ଭାସ୍କର ରାଓଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ବର୍ଗତ ମନୋଜ ପାତ୍ରଙ୍କୁ ମରଣତ୍ତୋର ସମ୍ମାନ ତାଙ୍କ ପୁତ୍ର ଙ୍କୁ ପ୍ରଦାନ କରାଯାଇଥିଲା । ରାୟଗଡ଼ା ଜିଲ୍ଲା ଓୟୁଜେ ଶାଖାର ସଭାପତି ରାଧାକୃଷ୍ଣ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ  ଓୟୁଜେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି, ରାଜ୍ୟ ସମ୍ପାଦକ ଅଶୋକ ନନ୍ଦ, ରାଜ୍ୟ ଉପସଭାପତି ରାଜେଶ ପଟ୍ଟନାୟକ, ଜିଲ୍ଲା ସମ୍ପାଦକ ରଞ୍ଜିତ ପାଢ଼ୀ ମଞ୍ଚାସିନ ଥିଲେ ।  ଓୟୁଜେ ଜିଲ୍ଲା ଶାଖା ସମ୍ପାଦକ ରଞ୍ଜିତ ପାଢ଼ୀ ସମ୍ପାଦକୀୟ ବିବରଣୀ  ପାଠ କରିଥିବା ବେଳେ    କାର୍ଯ୍ୟକାରୀ ସଭାପତି ପୃଥ୍ବୀ ରାଜ ସାହୁ  ସ୍ବାଗତ ଭାଷଣ ଓ ସଂଯୋଜନ କରିଥିଲେ ।   ସବୁଥିରେ ଆଗ ଖୋଜା ପଡୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା କରିଆସୁଛନ୍ତି । ବାରମ୍ବାର ସରକାରଙ୍କ ନିକଟରେ ସାମ୍ବାଦିକ ସୁରକ୍ଷା ଆଇନକୁ କାର୍ଯ୍ୟକାରୀ କରିବାକୁ ଦାବି ହୋଇ ଆସୁଥିବା ବେଳେ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ରାଜ୍ୟ ସରକାର କାଳ ବିଳମ୍ବ ନକରି ସାମ୍ବାଦିକଙ୍କ ପାଇଁ କଲ୍ୟାଣକାରୀ ଯୋଜନା କରିବା ସହ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରନ୍ତୁ। ଆଗାମୀ ଦିନରେ ଦାବି ହାସଲ ପାଇଁ ମିଳିତ ଭାବେ ଲଢେଇ କରିବାକୁ ମତ ପ୍ରକାଶ ପାଇଛି।  

। ଅତିଥିଙ୍କ ଦ୍ୱାରା ସଂଗଠନର  ମୁଖପତ୍ର ” ଜାଗରଣ” ଉନ୍ମୋଚିତ ହୋଇଥିଲା

। ବରିଷ୍ଠ ସାମ୍ବାଦିକ ଅମୂଲ୍ୟରତ୍ନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସାଇରାମ ପାଢ଼ୀ, ଶର୍ମିଳା ସାମନ୍ତରାୟ ଙ୍କ ଦ୍ଵାରା ଭଜନ ପରିବେଷଣ କରାଯାଇଥିଲା । ସାରା ରାଜ୍ୟରୁ ଓୟୁଜେର ଶତାଧିକ ସାମ୍ବାଦିକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.