mobile header

କୋଟଗଡ଼ ତହସିଲଦାରଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ , ଅଳ୍ପକେବର୍ତ୍ତିଲେ ତହସିଲଦାର

ଫୁଲବାଣୀ-୧୯/୬ ରବିବାର କୋଟଗଡ଼ତହସିଲଦାର ଫୁଲ ବାଣୀ ଆସୁଥିବାବେଳେ କ.ନୁଆଗାଁ ଚାଉଳ ଗୋଦାମ ବୁଲାଣୀରେ ଗାଡିଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇପଡିଥିଲା। ହେଲେ ସୌଭାଗ୍ୟବଶତଃ ତହସିଲଦାର ଅଳ୍ପକେ ବର୍ତ୍ତିଯାଇଥିବା ଖବର ମିଳିଛି । ଦୁର୍ଘଟଣା ଗସ୍ତ ମହିନ୍ଦ୍ରାଟିୟୂଭି- ଗାଡି ନମ୍ବର ଓଡ଼ି୨୫ -କେ-୯୭୦୦ଆଜି ଜିଲ୍ଲାପାଳ ଡା .ବୃନ୍ଦାଡ଼ିଙ୍କ ବଦଳୀ ହୋଇଯିବା ଫଳରେ ବିଦାୟ କଳୀନ ଫେରୱେଲ ମିଟିଙ୍ଗ ରେ ବୋଧହୁଏ ଯୋଗଦେବାଲାଗି ଆସୁଥିବାବେଳେ ଅପରାହ୍ନ୫ଟାରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଗାଡିଟି ସାମାନ୍ୟ କ୍ଷତିଗସ୍ତ ହୋଇଥିବାବେଳେ ଏଥିରେ ବସିଥିବା ତହସିଲଦାର ଓ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.