mobile header

ପଦିଏ ଙ୍କୁ ସରକାରୀ ସହାୟତା ମିଳିବ କେବେ।

କାଲିମେଳା ତା ୧୯/୬ ରାଜ୍ୟ ସରକାର ଛୁଆ ଜନ୍ମ ପୂର୍ବରୁ ମମତା ଯୋଜନା ଠାରୁ ଆରମ୍ଭ ମରିବା ପରେ ହରିଶ୍ଚନ୍ଦ୍ର ଯୋଜନା ରେ ପ୍ରତ୍ୟେକ ଲୋକ ମାନଙ୍କ ଲାଗି ସହାୟତା ଯୋଗାଇ ଦେବାକୁ ଯୋଜନା କରିଛନ୍ତି। ହେଲେ ଏସବୁ ଯୋଜନା କେତେଦୂର ସଫଳ ରୂପାୟନ ହେଉଅଛି ତାହା ସରକାର ସମୀକ୍ଷା କରୁନଥିବା ଭଳି ମନେ ହେଉଅଛି। ଯାହାର ବ୍ୟତିକ୍ରମ ଦେଖୀବାକୁ ମିଳିଛି ଦୁର୍ଗମ ନଦୀ କୂଳରେ ଅବସ୍ଥିତ ଥିବା ଭେଙ୍କଟାପାଲେମ ଗ୍ରାମ ପଞ୍ଚାୟତ ଅଧୀନ ତେଲିଗୁଡା ଗାଁ ରେ। ଗାଁ ର ୱ୍ଵାଗା ମାଡକାମି ଙ୍କ ର ୩ ବର୍ଷ ତଳେ ମୃତ୍ୟୁ ହେବାରୁ ତାଙ୍କ ସ୍ତ୍ରୀ ପଦିଏ ମାଡକାମି ବିଧବା ହୋଇଛନ୍ତି। ଅନ୍ୟ ପକ୍ଷରେ ତାଙ୍କର ଗୋଟିଏ ପୁଅ ସହିତ ପାଂଚ ଜଣ ଝିଅ ସମେତ ୬ ଟି ପିଲା ତଥା ପ୍ରିୟା,କସି , ପିଣ୍ଟୁ,ସ୍ଵର୍ପଣ୍ଣ, ରିଙ୍କି,ରାଧୀକା ଅଛନ୍ତି। ଏହି ୬ଜଣ ପିଲା ଯୋଗୁଁ ସେମାନଙ୍କ ଲାଳନପାଳନ କରିବା ତାଙ୍କ ପକ୍ଷେ କଷ୍ଟକର ହେଉଅଛି । ସ୍ଵାମୀ ଙ୍କ ମୃତ୍ୟୁ ପରେ ଜାତୀୟ ପରିବାର ମଙ୍ଗଳ ଯୋଜନା ରେ ସହାୟତା ରାଶି ୨୦’୦୦୦ ହଜାର ଟଙ୍କା ମଧ୍ୟ ମିଳିନାହିଁ ତ ବିଧବା ଭତ୍ତା ଯୋଜନା ରେ ସହାୟତା ପ୍ରାପ୍ତି ନିମନ୍ତେ ବହୁବାର ଆବେଦନ କରିଥିଲେ ମଧ୍ୟ ଏ ଯାଏଁ ତାଙ୍କ ଗୁହାରୀ କେହି ଶୁଣି ନାହାନ୍ତି। ଇତିମଧ୍ୟରେ ସ୍ଵାମୀ ମୃତ୍ୟୁ ରୁ ଏଯାଏଁ ୩ ବର୍ଷ ରୁ ଉର୍ଦ୍ଧ୍ବ କାଳ ବିତିଯାଇଥିବାରୁ ବହୁ କଷ୍ଟରେ ନିଜର ଗାଁ ରେ ଓ ପଡୋଶୀ ବଙ୍ଗାଳୀ ଗାଁ କୁ ଯାଇ ଦିନ ମଜୁରିଆ ଭାବେ ଲୋକଙ୍କ ଘରେ କାମ କରି କିଛି ପ‌ଇସା ରୋଜଗାର କରି ସେଥିରେ ପିଲା ମାନଙ୍କ ଭଲମନ୍ଦ ବୁଝିଛି ବିଧବା ମାଁ ପଦିଏ ମିଡକାମି । ତେଣୁ ତୁରନ୍ତ ପଦିଏ ଙ୍କୁ ଏହି ଯୋଜନାରେ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି।

Leave A Reply

Your email address will not be published.