
କାଲିମେଳା ତା:୧୯/୬ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ମାନ୍ଦାପାଲି ଗ୍ରାମ ପଞ୍ଚାୟତ ର ମାନ୍ଦାପାଲି ଗ୍ରାମ ର ଛକ ନିକଟରେ ବିଦ୍ୟାଳୟ ନିକଟରେ ରାସ୍ତା ପାର୍ଶ୍ବରେ ଥିବା ନଳକୂପ ର ପ୍ଲାଟଫର୍ମ ତିଆରି କରାଯାଇନାହିଁ ।ଯାଫଳରେ ଅସ୍ଵାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ଦୀର୍ଘ ଦିନ ଧରି ଏଇ ଗ୍ରାମ ର ମାଁ,ଭଉଣୀ ମାନେ କାଦୁଅ ଉପରେ ଗୋଟିଏ ପଥର ରଖୀ ତା ଉପରେ ହାଣ୍ଡି ବା କଳସୀ,ଡେକଚି, ବାଲ୍ଟି , ଇତ୍ୟାଦି ରୋଗୀ ନଳକୂପ ରୁ ପାଣି ନେବାକୁ ବାଧ୍ୟ ହେଉଛନ୍ତି । ଏଠାରେ ବସାଇବା ଦିନ ଠାରୁ ପ୍ଲାଟଫର୍ମ ନିର୍ମାଣ କରାଯାଇ ନାହିଁ । ଖାଲି ଏହି ରାସ୍ତା କଡର ନଳକୂପ ନୁହେଁ ଗ୍ରାମ ର ମଝିରେ ଥିବା ନଳକୂପ ମଧ୍ୟ ପ୍ଲାଟଫର୍ମ ନିର୍ମାଣ କରାଯାଇ ନାହିଁ । ତେଣୁ ଏହି ନଳକୂପ ରୁ ପାଣି ନେଉଥିବା ଲୋକମାନଙ୍କ ର ସୁବିଧା ଦୃଷ୍ଟିରୁ ପ୍ଲାଟଫର୍ମ ନିର୍ମାଣ କରାଯିବା କୁ ଦାବି ହେଉଅଛି । କାରଣ ମାତ୍ର ଅଳ୍ପ କେହିଟା ଦିନ ପରେ ମୈସୁମୀ ଆସିବ ବର୍ଷା ଋତୁ ଆସିବ ଯଦ୍ବାରାକି ବର୍ଷା ପାଣି ନଳକୂପ ମୂଳରେ ଜମିବା ଯୋଗୁଁ ମ୍ୟାଲେରିଆ ଭଳି ନାନା ପ୍ରକାର ରୋଗ ବ୍ୟାପିବାରେ ସମ୍ବାବନା ରହିଛି। ତେଣୁ ତୁରନ୍ତ ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବା କୁ ଦାବି ହେଉଅଛି।