xmas

କେବେ ମିଳିବ କନ୍ଧମାଳ ଜ଼ିଲ୍ଲା ର ସବୁ ଅଂଚଳ ରେ ବି ଏସ ଏନ ଏଲ 4ଜି ନେଟୱର୍କ ସେବା ?

ଫୁଲବାଣୀ -20/6 କନ୍ଧମାଳ ଜିଲାର ଅର୍ଦ୍ଧାଧିକପଂଚାୟତ ଓ ଗାଁ ଗୁଡିକରେ ବି ଏସ ଏନ ଏଲ 4ଜି ନେଟୱର୍କସୁବିଧା ନାହିଁ l ଫଳରେ ଲୋକେ ନାହିଁନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l କନ୍ଧମାଳ ଜିଲ୍ଲାର ଉପାନ୍ତ ଅଂଚଳର 1094ଟି ଗ୍ରାମର ଲୋକଙ୍କୁ ବିଏସଏନଏଲ 4ଜି ସେବା ଅତିଶିଘ୍ର ଯୋଗାଇ ଦିଆଯୀବବୋଲି କୁହାଯାଇଥିଲା lହେଲେ ଏ ଯାଏ କୌଣସିବିଏସଏନଏଲ ଟାୱାର ପ୍ରତିଷ୍ଠା ହୋଇନାହିଁ lତେଵେ ଗତ ୭ମାସ ତଳେ ଭିଡିଓ କନଫରେନ୍ସ ମାଧ୍ୟମରେ କେନ୍ଦ୍ର ସୂଚନା ପ୍ରଯୁକ୍ତି ଓ ରେଳବାଇ ମନ୍ତ୍ରୀ ଅଶ୍ୱନି ବୈଷ୍ଣବ ଜିଲାର ସବୁ ଗ୍ରାମକୁ ନେଟୱାର୍କ ସୁବିଧା ଦିଆଯିବ ବୋଲି ଘୋଷଣା କରିଥିଲେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ରୁ ଯୋଡି ହୋଇଥିଲେ। କନ୍ଧମାଳ ଜିଲାରପ୍ରାୟ 1094ଟି ଉପାନ୍ତ ଗ୍ରାମରେ 6 ମାସ ଠାରୁ ଏକ ବର୍ଷ ମଧ୍ୟରେ ବିଏସ ଏନ ଏଲ ଟାୱାର ବସାଯାଇ ନେଟୱର୍କ ସେବା ଯୋଗାଇ ଦି ଆଯିବା ବୋଲି ବିଏସ ଏନ ଏଲ ଏଜିଏମ ଶିବ ପ୍ରସାଦ ସାମନ୍ତରାୟ ସୂଚନା ଦେଇଥିଲେ ଓ ଏହା ଦ୍ୱାରା ଉପାନ୍ତ ଅଂଚଳର ଲୋକମାନେ ବିଏସ ଏନ ଏଲ ସେବା ପାଇବା ସହିତ ଅନ ଲାଇନ ପାଠ ପଢା ହେଉ କି ଆମ୍ବୁଲାନ୍ସ କୁ ଫୋନ କରିବା ଭଳି ସୁବିଧା ପାଇପାରିବେବୋଲି କହିଥିଲେ l ସେହିପରି କନ୍ଧମାଳ ସଂସଦ ଡ଼ଃ. ଅଚ୍ୟୁତ ସାମନ୍ତ ମଧ୍ୟ କନ୍ଧମାଳ ଜିଲାରେ 4ଜି ମୋବାଇଲ ନେଟୱାର୍କ ସେବା ଯେପରି ସବୁ ଗାଁ ରେ ପହଂଚିବ ସେନେଇ ଯଥା ସାଧ୍ୟ ଉଦ୍ୟମ କରୁଛନ୍ତି lସେ ମଧ୍ୟ ରେଳ ବାଇ, ଟେ ଲି ଯୋଗାଯୋଗ,ଇଲେକ୍ଟ୍ରୋନିକସ ଓ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କୁ ଭେଟି ବହୁବାର ଆଲୋଚନା କରିଛନ୍ତି lକେନ୍ଦ୍ର ମନ୍ତ୍ରୀ ବୈଷ୍ଣବ କନ୍ଧମାଳ ଜିଲାର ଉନ୍ନତି ପାଇଂ ଦେଶରେ କାର୍ଯ୍ୟରତ ସମସ୍ତ ଟେଲି ଯୋଗାଯୋଗ ପ୍ରଦାନକାରୀ ସଂସ୍ଥା ଙ୍କୁ ସେମାନଙ୍କ ନେଟୱାର୍କ ପ୍ରତିଷ୍ଠା କରିବାଲାଗି ନିର୍ଦେଶ ଦିଆଯାଇଥିବା ନେଇ ପତ୍ର ମାଧ୍ୟମ ରେ ସଂl ସଦଡ଼ଃ. ସାମନ୍ତ ଙ୍କୁ ଜଣାଇଛନ୍ତି lସଂl ସଦ ବି ଉଦ୍ୟମ ଜାରୀ ରଖିଛନ୍ତି ଆଉ ଅତିଶୀଘ୍ର ଟାୱାର ପ୍ରତିଷ୍ଠା ନେଇ ସେ ବେଶ ଆଶାବାଦୀ ଅଛନ୍ତି lତଥାପି ଟାୱାର ପ୍ରତିଷ୍ଠା ହେଇପାରୁନି ଫଳରେ ଲୋକେ ଆନ୍ଦୋଳନମଧ୍ୟ କରୁଛନ୍ତି lତଥାପି କାମ ହେଇପାରୁନି କେବେ ଏସବୁ ପ୍ରତିଷ୍ଠା ହେବ ପଚାରିଲେ କୌଣସି ଉତ୍ତର ମିଳୁନି l ଏ ପରି ସ୍ଥଳେ କେବେ କନ୍ଧମାଳ ଲୋକେ ସୁଫଳ ପାଇବେ ତାହା ଦେଖିବାର କଥା l

Leave A Reply

Your email address will not be published.