
ଭୁବନେଶ୍ୱର, ୨୦/୦୬: ମାଇକ୍ରୋଗ୍ରିଡ୍ ଆପ୍ଲିକେସନ୍ସର ବ୍ୟବହାର କ୍ଷେତ୍ରରେ ଉଚ୍ଚତରଗବେଷଣାକୁ ପ୍ରୋତ୍ସାହିତ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍)ର ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗରେ ସୋମବାରଏକ ମାଇକ୍ରୋଗ୍ରିଡ୍ ରିସର୍ଚ୍ଚ ଲାବୋରେଟୋରି ଉଦ୍ଘାଟିତ ହୋଇଯାଇଛି ।ଲାବୋରେଟୋରିରେ ଓପାଲ୍-ଆର୍ଟି ୪୫୧୦ ସିମୁଲେସନ୍ ସିଷ୍ଟମର ପ୍ରବର୍ତନ କରାଯାଇଛି ଯାହାଉଭୟ ଗ୍ରିଡ୍ କନେକ୍ଟେଡ ଏବଂ ଆଇଲ୍ୟାଣ୍ଡ ମୋଡ୍ରେ ମାଇକ୍ରୋଗ୍ରିଡ୍ର ସିମୁଲେସନ୍ କରିବାକୁ ସାହାଯ୍ୟ କରିବବୋଲି ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ରେଣୁ ଶର୍ମା କହିଛନ୍ତି ।ସୋଆର ଉପସଭାପତି ଶ୍ରୀମତି ଶାଶ୍ୱତି ଦାସ ଏହି ଲ୍ୟାବ୍କୁ ଉଦ୍ଘାଟନ କରିଥିବା ବେଳେବିଶ୍ୱବିଦ୍ୟାଳୟର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ସୋଆ ପରିଚାଳିତ ସେଂଟର୍ ଫର୍ ନାନୋସାଇନ୍ସେସ୍ ଆଣ୍ଡ ନାନୋ ଟେକ୍ନୋଲୋଜି ନିର୍ଦ୍ଦେଶକ ପ୍ରଫେସର କୁଳମଣି ପରିଡା, କଂଟ୍ରୋଲର ଅଫ୍ଏଗ୍ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ ଏବଂ କମ୍ପ୍ୟୁଟର୍ ସାଇନ୍ସ ବିଭାଗର ମୁଖ୍ୟ ପ୍ରଫେସର ଦେବାହୁତିମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।ମ୍ୟାଟ୍ଲ୍ୟାବ୍/ ସିମୁଲିଙ୍କ ଓ ଓପାଲ୍-ଆର୍ଟି ଲ୍ୟାବ୍ ସହିତ ଯୋଡି ହୋଇଥିବା ଏହି ଲ୍ୟାବ ତ୍ୱରିତ ଗତିରେଜଟିଳ କାର୍ଯ୍ୟ ଗୁଡ଼ିକ ସମ୍ପନ୍ନ କରିବାରେ ସହାୟକ ହେବ ବୋଲି ପ୍ରଫେସର ଶର୍ମା କହିଥିଲେ ।