mobile header

ବିଜେପି ସରକାର ବିରୋଧରେ କଂଗ୍ରେସର ବିକ୍ଷୋଭ।


୨୦/୦୬/୨୦୨୨
ମୟୂରଭଞ୍ଜ।
କଂଗ୍ରେସ ରାଜ୍ୟ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଙ୍କ ନିର୍ଦ୍ଦେଶକ୍ରମେ ଆଜି ମୟୁରଭଞ୍ଜ ଜିଲ୍ଲା ବାରିପଦା ନଗର କଂଗ୍ରେସ ପକ୍ଷରୁ ସଭାପତି ଶ୍ରୀ ଶାନ୍ତନୁ ପାଲ ଙ୍କ ସଭାପତିତ୍ବରେ ବାରିପଦା ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିଜେପି ନେତୃତ୍ଵଧୀନ ମୋଦି ସରକାର ର ଆକ୍ରୋଶ ମୂଳକ କାର୍ଯାନୁଷ୍ଠାନ ବିରୁଦ୍ଧରେ ଏବଂ ରାହୁଲ ଗାନ୍ଧୀ ଙ୍କୁ ମିଥ୍ୟା କେଶ ରେ ଜଡିତ କରି ବାରମ୍ବାର ଇଡି ଅଫିସ କୁ ଡାକିବା ଘଟଣାର ତୀବ୍ର ପ୍ରତିବାଦ କରି ଧାରଣା ଦିଆଯାଇଥିଲା। ଏଆଇସିସି ଅଫିସ ଭିତରେ ପୋଲିସ ପଶି କଂଗ୍ରେସ ନେତୃବୃନ୍ଦ ଙ୍କୁ ଦୁର୍ବବ୍ୟବହାର ଓ ଏଆଇସିସି ଅଫିସ କୁ କଂଗ୍ରେସ ଦଳର ନେତା ଓ କର୍ମୀ ଙ୍କୁ ପଶିବାକୁ ନ ଦେବା ଭଳି ଅଗଣତାନ୍ତ୍ରିକ ନିଷ୍ପତ୍ତି ବିରୁଦ୍ଧରେ ଏ ପ୍ରତିବାଦ । ରାହୁଲ ଗାନ୍ଧୀ ଙ୍କୁ ସମର୍ଥନ ଜଣାଇ ମିଥ୍ୟା କେଶ ପ୍ରତ୍ୟାହାର ଦାବୀ କରିଛି ଟାଉନ କଂଗ୍ରେସ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶ୍ରୀ ହେମନ୍ତ ଦାସ, ବରିଷ୍ଠ କଂଗ୍ରେସ ନେତା ବିଜନ ଦାସ, ଆଇନ ସେଲ ଅଧ୍ୟକ୍ଷ ଜ୍ୟୋତି ପ୍ରକାଶ ରଥ, ପିସିସି ସଭ୍ୟ ଅଜିତ ଜେନା, ପୂର୍ବତନ ରାଜ୍ୟ ସଂପାଦକ ଯୋଗେଶ ଅଗ୍ରୱାଲ, ଉପସଭାପତି ଅରବିନ୍ଦ ଦାସ, ମହିଳା ସଭାନେତ୍ରୀ ସୁସ୍ମିତା ଘୋସାଲ,ଅଜୟ ମହାପାତ୍ର, ଅଶୋକ ଅଧିକାରୀ, ଶିବାନନ୍ଦ ଦାସ, ଛାତ୍ର ସଭାପତି ମୋତି ପ୍ରକାଶ ଦାଶ, ସଂଖ୍ୟାଲଘୁ ସମ୍ପ୍ରଦାୟର ଅଧ୍ୟକ୍ଷ ଶେକ ରକ୍ତିମ, ଜ୍ୟୋତି ପ୍ରକାଶ ଦାସ,ସ୍ବାଗନ ଦାସ,ସେକ ସଲିମ, ଇତିଶ୍ରୀ ମିଶ୍ର, ରଶ୍ମିତା ମିଶ୍ର,ଇନ୍ଦୁମଣି ନାଏକ, ତାରାକାନ୍ତ ବେହେରା , ଶେଖ୍ ଅବଜର୍ଭ, ଭିକି ସାମଲ, ଭାଗିରଥୀ ଘୋଡେ଼ଇ, ଚୈତନ୍ ମାଝୀ,ଶୁକୁଲ ସୋରେନ,ଆରବ ପଣ୍ଡା,ଶେଖ୍ ରଫିକ ,ଦେବ ବିନ୍ଧାଣି, ଗୋସେଇଁ ମହାନ୍ତ,ପ୍ରୀତମ ହୁଜାଏତ,ଚିନ୍ମୟ ପତି,ନିର୍ମଳ ପ୍ରଧାନ,ଫେମ କାଜରୀ,ସାଗର ଦେ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.