mobile header

ଓଡିଶା ମେଡିକାଲ କର୍ମଚାରୀ ସଂଘର ୭୬ତମ ରାଜ୍ୟ କାର୍ଯ୍ୟ କାରିଣୀ ସମ୍ମିଳନୀ।


୨୦-୦୬-୨୦୨୨
ମୟୂରଭଞ୍ଜ।

ମୟୁରଭଞ୍ଜ ଜିଲ୍ଲା ମେଡିକାଲ କର୍ମଚାରୀ ସଂଘ ସହଯୋଗରେ ବାରିପଦାର ପ୍ରୟାସ ସମ୍ମିଳନୀ କକ୍ଷ ଠାରେ ଓଡିଶା ମେଡିକାଲ କର୍ମଚାରୀ ସଂଘର ୭୬ତମ ରାଜ୍ୟ କାର୍ଯ୍ୟ କାରିଣୀ ସମ୍ମିଳନୀ ଅନୁଷ୍ଠିତ ହୋଇଅଛି । ବାରିପଦା ମୁନିସିପାଲଟିର ନଗରପାଳ ମାନ୍ୟବର ଶ୍ରୀଯୁକ୍ତ କୃଷ୍ଣାନନ୍ଦ ମହାନ୍ତି ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଥିବା ସଂଘ କାର୍ଯ୍ୟାଳୟରେ ପତକା ଉତଳନ କରି ସମ୍ମିଳନୀକୁ ଉଦ୍‌ଘାଟନ କରିଥିଲେ । ଏହାପରେ ସଂଘ କାର୍ଯ୍ୟାଳୟ ଠାରୁ ମେଡିକାଲ କର୍ମଚାରୀ ମାନଙ୍କ ଏକ ଶୋଭା ଯାତ୍ରା ବାହାରି ପ୍ରୟାସ ସମ୍ମିଳନୀ କକ୍ଷ ମୁର୍ଗାବାଡି ବାରିପଦାରେ ସମ୍ମିଳନୀର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି ସମ୍ମିଳନୀକୁ ମୁଖ୍ୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ, ମୁଖ୍ୟ ବକ୍ତା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସୁଦାମ ମାରାଣ୍ଡି ଏବଂ ସମ୍ମାନିତ ଅତିଥି ଭାବେ ମୟୁରଭଞ୍ଜ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ଭାରତୀ ହାଁସଦାଃ, ପୂର୍ବତନ ଉପବାଚଷ୍ପତି ଶ୍ରୀଯୁକ୍ତ ସାନନ୍ଦ ମାରାଣ୍ଡି, ଡ. ଦେବାଶିଷ ମାରାଣ୍ଡି ଏବଂ ଉପ-ଜିଲ୍ଲା ସ୍ୱସ୍ଥ୍ୟ ଅଧିକାରୀ ଶ୍ରୀଯୁକ୍ତ ଜ୍ଞାନ ରଞ୍ଜନ ମହାନ୍ତି ଉପସ୍ଥିତ ରହି ସଭାକାର୍ଯ୍ୟକୁ ଉଦ୍‌ବୋଧନ ଦେଇଥିଲେ । ଏବଂ ଏହି ବୈଠକକୁ ଓଡିଶା ମେଡିକାଲ କର୍ମଚାରୀ କେନ୍ଦ୍ର ସଂଘର ସଭାପତି ପ୍ରଭାକର ପଲାଇ ପରିଚାଳନା କରିଥିଲେ। ଏହି ବୈଠକରେ ସାଧାରଣ ସମ୍ପାଦକ ଗଗନ ରାଉତ, ରାଜ୍ୟ ଉପସଭାପତି ଶ୍ୟାମସୁନ୍ଦର ଦେଓ, ପୁରୀ ମେଡିକାର ସଂଘର ଲିଙ୍ଗରାଜ ରାଓ, ମୟୁରଭଞ୍ଜ ଜିଲ୍ଲା ଶାଖାର କର୍ମକର୍ତା ସୁବୋଧ କୁମାର ଜେନା, ଦିଲ୍ଲୀପ କୁମାର ମିଶ୍ର, ମହେନ୍ଦ୍ର ପଲାଇ, ସନ୍ତୁଷ କୁମାର ନାଏକ, ବିଶ୍ୱସଙ୍କର କଲିଆ, ପ୍ରମୋଦ ଦାସବାବୁ, ପୁକିଲି ମୁଖି, ସୁଚିସ୍ମିତା ମହାକୁଡ, ମମତା ପଟ୍ଟନାୟକ, ରିନା ପାଣୀ, ଗାୟତ୍ରୀ ବାରିକ, କଳ୍ପନା ମହାନ୍ତ, ଅଜନ୍ତା ସାଠିଆ ଏବଂ ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ, ଉଦଳା ଓ ରାଇରଙ୍ଗପୁର ଉପଖଣ୍ଡ ଅଧିନରେ ଥିବା ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଅନେକ ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀ ଉପସ୍ଥିତ ରହିଥିଲେ । ସେମାନଙ୍କର ବିଭିନ୍ନ ଅସୁବିଧା ଓ ସମସ୍ୟାର ଦାବି ଉପସ୍ଥାପନ କରିଥିଲେ । ଏହି ବୈଠକରେ ଜିଲ୍ଲା ସମ୍ପାଦକ ଶୁସିଲ କୁମାର ସାହୁ ଜିଲ୍ଲାର ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଓ ଅସୁବିଧା ଗୁଡିକୁ ତାଙ୍କର ସମ୍ପାଦକୀୟ ବିବରଣୀ ମାଧ୍ୟମରେ ଉପସ୍ଥାପନା କରିଥିଲେ ଏବଂ ଓଡିଶା ମେଡିକାଲ କର୍ମଚାରୀ ସଂଘର ଉପଦେଷ୍ଟା ଆଇନ ଜୀବି ସୁନିଲ କୁମାର ନାୟକ, ମୟୁରଭଞ୍ଜ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗରେ ଠିକା ଭିତିକ କର୍ମଚାରୀ ନିଯୁକ୍ତି ଦେଉଥିବା ସଂସ୍ଥା ଗୁଡିକର ଅନିୟମିତତା ଓ ଅସ୍ଥାୟୀ କର୍ମଚାରୀ ମାନଙ୍କର ନ୍ୟାର୍ଯ୍ୟ ଅଧିକାରରୁ ବଂଚିତ ହେଉଥିବା ବିଷୟରେ ଅତିଥି ବୃନ୍ଦ ମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ଅଚଳ ଅବସ୍ଥାରେ ଥିବା କ୍ୟାଣି୍ଟନକୁ ପୁନଃ ଚାଲୁ କରିବା ଏବଂ କର୍ମଚାରୀ ମନଙ୍କର ସମସ୍ୟାର ସମାଧାନ କରାଯିବା ନିମନ୍ତେ ଉପସ୍ଥିତ ଅତିଥି ବୃନ୍ଦ ମତାମତ ଦେଇଛନ୍ତି ଏବଂ ରାଜ୍ୟ ସଭା ସାଂସଦ ମାନ୍ୟବର ଶ୍ରୀମତୀ ମମତା ମହାନ୍ତ ଆବଶ୍ୟକ ପାଣ୍ଠି ସଂଘର ଉନ୍ନୟନ ମୂଳକ କାର୍ଯ୍ୟପାଇଁ ଯୋଗାଇ ଦେବେ ବୋଲି ଦୃଢ ପ୍ରତିଶୃତି ଦେଇଛନ୍ତି । ସର୍ବ ଶେଷରେ ରାଜ୍ୟ ଉପସଭାପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.