mobile header

ବିଭାଗୀୟ ଅଧିକାରୀଙ୍କ ଅବହେଳା ରୁ ଅସନ୍ତୋଷ, ଭଙ୍ଗା ଦଦରା ଘରେ ଓଳିଏ ଖାଇଲେ ଓଳିଏ ଉପାସ ।

କାଲିମେଳା :ତା ୨୧/୬ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜନସାଧାରଣଙ୍କ ସୁବିଧା ପାଇଁ ମାଳମାଳ ଯୋଜନା ମାନ ପ୍ରଣୟନ କରିଛନ୍ତି। ଏଥିପାଇଁ ବିପୁଳ ଅର୍ଥ ମଧ୍ୟ ବ୍ୟୟ କରୁଛନ୍ତି। ମାତ୍ର ବିଭାଗୀୟ ଅଧିକାରୀ ଙ୍କ ଅବହେଳା ଯୋଗୁଁ ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ କାଙ୍ଗୁରୁକୋଣ୍ଡା ଗ୍ରାମ ପଞ୍ଚାୟତ ଅଧୀନ ପାତାକୋଣ୍ଡା ଗ୍ରାମ ର ସ୍ଵର୍ଗତ ଧନୁର୍ଜୟ ଦଳେଇ ଙ୍କ ବିଧବା ସ୍ତ୍ରୀ ଜମୁନା ଦଳେଇ ଙ୍କୁ ସରକାରୀ ଯୋଜନା ରୁ ବଂଚିତ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ବିଧବା ମହିଳା ଜମୁନା ର ଦୁଇ ବିକଳାଙ୍ଗ ଝିଅ ତାରା ଦଳେଇ ବୟସ ୧୧ ବର୍ଷ ଓ ମିରା ଦଳେଇ ବୟସ ୮ ବର୍ଷ ରହିଥିବା ବେଳେ ରହିବାକୁ ଘର ଖଣ୍ଡିଏ ନାହିଁ । ପାତାକୋଣ୍ଡା ଗ୍ରାମ ର ରାସ୍ତା ପାର୍ଶ୍ବରେ ଗୋଟିଏ ଝାଟିମାଟି କାନ୍ଥ ର ଭଙ୍ଗା ଦଦରା ଘରେ ଗୋଟେ ଅଳି ଖାଇଲେ ଆର ଅଳି ନ ଖାଇ ଭୋକ ଉପାସରେ ଦିନ କାଟୁଛନ୍ତି ବୋଲି ଜମୁନା ଗଣ ମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି। ତାଙ୍କ ର ସ୍ଵାମୀ ବଞ୍ଚିତ ଥିବା ସମୟରେ ବିଗତ କିଛି ବର୍ଷତଳେ ହୋଇ ଥିବା ହୁଡହୁଡ ଜନିତ ବାତ୍ୟା ସମୟରେ ରେ ତାଙ୍କର ଘର ପୋଡି ଯାଇଥଲା ହେଲେ ଏଯାଏଁ ତାଙ୍କୁ ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଘର ଖଣ୍ଡିଏ ମିଳିପାରିନଥିଲା। ଇତି ମଧ୍ୟରେ ସ୍ଵାମୀ ସ୍ତ୍ରୀ ମିଶି ଦୁଇ ଝିଅକୁ ନେଇ ଆନ୍ଧ୍ର ପ୍ରଦେଶର ଶ୍ରୀପୁରାମ ନାମକ ଜାଗାରେ ମରିଛ ତୋଳିବା ପାଇଁ ଯାଇଥିଲେ ସେଠାରେ ସ୍ଵାମୀ ‌ଧନୁରଯୟ ମୃତ୍ୟୁ ହୋଇଥିଲା ସେଠାରେ ଶବସକ୍ଥାର କରି ନିଜ ଗାଁ କୁ ଚାଲି ଆସି ଏହି ଭଙ୍ଗା ଦଦରା ଘରେ ରହୁଛନ୍ତି ବହୁ କଷ୍ଟରେ ଚଳୁଛନ୍ତି। ତଥାପି ସରକାରଙ୍କର ତରଫରୁ କୈାଣସି ଗୋଟିଏ ହେଲେ ଯୋଜନା ର ସୁବିଧା ସୁଯୋଗ ପାଇ ନାହାଁନ୍ତି। ୧୧ ବର୍ଷ ବୟସର ବଡ଼ ଝିଅ ଓ ମା ଲୋକଙ୍କ ଘରେ କାମ କରି ଦିପଇସା ଆଣି ଚାଉଳ ଡାଲି କିଣିଲେ ଘରର ଚୁଲା ଜଳୁଛି ତ ଆଉ କେତେବେଳେ ଗାଁ ର ଭଲମନ୍ଦ ଲୋକ ମାନଙ୍କ ଠାରୁ ଚାଉଳ ମାଗି ଆଣି ରୋସେଇ କରି ପିଲାଙ୍କୁ ଖାଇବାକୁ ଦେଉଛି ବୋଲି ଗାଁ ର ଲୋକ ମାନେ ପ୍ରକାଶ କରିଛନ୍ତି । ସ୍ଵାମୀ ର ମୃତ୍ୟୁ ପରେ ପ୍ରତ୍ୟେକ ବିଧବା ମହିଳା କୁ ଜାତୀୟ ମାତୃ ମଙ୍ଗଳ ଯୋଜନା ଦ୍ୱାରା ୨୦’୦୦୦ ଟଙ୍କା ମିଳିଥାଏ।ସେତୁର ମଧ୍ୟ ସେ ବଞ୍ଚିତ ହୋଇଛି। ନା ରହିଛି ରେସନ କାର୍ଡ,ନା ମିଳୁଛି ବିଧବା ଭତ୍ତା,ନା ମିଳିଛି ସରକାର ଙ୍କ ତରଫରୁ ଇନ୍ଦିରା ଆବାସ ଯୋଜନା ରେ ଘର ଖଣ୍ଡିଏ। ଏ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଏ ସଂକ୍ରାନ୍ତରେ ସମୃପ୍ତ କାଙ୍ଗୁରୁକୋଣ୍ଡା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀମତି ରେବତି କୁଞ ଙ୍କୁ ଅବଗତ କରାଇବା ରୁ ସେ କହିଲେ ମୁଁ ଜାଣିନଥିଲି ଆପଣଙ୍କ ମାଧ୍ୟମରେ ଜାଣିଲି ଯେ ମୋ ପଞ୍ଚାୟତ ଅଧୀନ ପାତାକୋଣ୍ଡା ଗାଁ ରେ ଜଣେ ବିଧବା ମହିଳା ତାଙ୍କ ଦୁଇ ଝିଅ ସହିତ ଅଛି ଓ ସେ ସରକାର ଙ୍କ କୈାଣସି ଯୋଜନାରେ ସହାୟତା ପାଇ ନାହାଁନ୍ତି। ଏଣିକି ଯଥା ସମ୍ଭବ ବିଧବା ଜମୁନା ଦଳେଇ ସରକାର ଙ୍କ ସମସ୍ତ ଯୋଜନା ରେ ପ୍ରଶାସନ ସହିତ ଆଲୋଚନା କରି ସମସ୍ତ ସୁବିଧା ପାଇବାରେ ସହାୟତା କରିବି ବୋଲି ମତ ପ୍ରକାଶ କରିଛନ୍ତି।ତୁରନ୍ତ ଏଥିପ୍ରତି ଉଚ୍ଚ କତ୍ତୃପକ୍ଷ ଦୃଷ୍ଟି ଦେବା ସହ ବିଧବା ମହିଳା ଜମୁନା ଦଳେଇ କୁ ସମସ୍ତ ପ୍ରକାର ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.