mobile header

ବିଜେଡିରେ ମିଶିଲେ କଟକର ମିନତି ପଟ୍ଟନାୟକ

କଟକ: ବିଜେଡିରେ ମିଶିଲେ କଟକର ମିନତି ପଟ୍ଟନାୟକ । ଆଜି ବିଧିବଦ୍ଧ ଭାବେ ବିଜେଡିର ସାଙ୍ଗଠନିକ ସମ୍ପାଦକଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ମିନତି ସାମିଲ ହୋଇଛନ୍ତି । ପୁଷ୍ପଗୁଚ୍ଛ ଦେଇ ମିନତିଙ୍କୁ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସ୍ୱାଗତ କରିଛନ୍ତି । ପୂର୍ବରୁ ମିନତି ତାଙ୍କ ମହାନତାକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଥିଲେ । ଜଣେ ରିକ୍ସା ଚାଳକଙ୍କୁ ତାଙ୍କର କୋଟିଏ ଟଙ୍କାର ସମ୍ପତ୍ତି ଦାନ କରିଥିଲେ । କିଛି ବର୍ଷ ପୂର୍ବରୁ ତାଙ୍କ ସ୍ୱାମୀଙ୍କ ଦେହାନ୍ତ ହୋଇଥିବା ବେଳେ ତାଙ୍କର ଏକ ମାତ୍ର ଝିଅର ମଧ୍ୟ ଦେହାନ୍ତ ହୋଇଛି । ସେ ନିରାଶ୍ରୟ ହୋଇପଡ଼ିଥିବା ବେଳେ ରିକ୍ସା ଚାଳକଙ୍କ ପରିବାର ତାଙ୍କର ବହୁ ଯତ୍ନ ନେଉଥିବା ସେ କହିଥିଲେ । ପରେ ପରେ ଗରିବ ରିକ୍ସା ଚାଳକଙ୍କୁ ତାଙ୍କର କୋଟିଏ ଟଙ୍କାର ସମ୍ପତ୍ତି ଦାନ କରିଥିଲେ ।

Leave A Reply

Your email address will not be published.