mobile header

ଜାତୀୟ କରାଟେ ପ୍ରତିଯୋଗିତାରେ ଓଡ଼ିଶା ଦ୍ୱିତୀୟ

ଭୁବନେଶ୍ୱର : ଜୁନ୍‌ ୨୧ : ମହାରାଷ୍ଟ୍ରର ପୁନେଠାରେ ଜାତୀୟ କରାଟେ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଓଡ଼ିଶା ୪ଟି ସ୍ୱର୍ଣ୍ଣ, ୬ଟି ରୌପ୍ୟ ଓ ୯ଟି ବ୍ରୋଞ୍ଜ ପଦକ ସହ ମୋଟ୍‌ ୧୯ଟି ପଦକ ଜିତି ଦ୍ୱିତୀୟ ସ୍ଥାନରେ ରହିଛି । ଏହି ପ୍ରତିଯୋଗିତା ପୁନେର ବାଲୱାଡି ଇନ୍‌ଡୋର ଷ୍ଟାଡିୟମ୍‌ରେ ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।ଓଡ଼ିଶାର ୫୫ ଜଣିଆ ଖେଳାଳି ଓ ଅଫିସିଆଲ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ରାଜ୍ୟ କରାଟେ ସଂଘର ସମ୍ପାଦକ ଗୌରୀ ମହାନ୍ତି, ଖାରବେଳ ମଲ୍ଲିକ, ରାଜୀବ କୁମାର ସିଂ, ଦୀପକ କୁମାର ସାମନ୍ତରା, ରାଜେନ୍ଦ୍ର କେଶରୀ ସାମଲ ଓ ମ୍ୟାନେଜର ଦୁର୍ଗା ପ୍ରସାଦ ରଥ ପ୍ରମୁଖ ଦଳ ସହ ପୁନେ ଯାଇଛନ୍ତି । ଭାରତର ସମସ୍ତ ରାଜ୍ୟ, କେନ୍ଦ୍ରସାଶିତ ଅଞ୍ଚଳ ଓ ବିଭିନ୍ନ ସେନାବାହିନୀ ପ୍ରମୁଖରୁ ୩୫ଟି ଦଳର ୧୫ ଶହ ପ୍ରତିଯୋଗୀ ଭାଗ ନେଇଥିଲେ । ଏହି ପ୍ରତିଯୋଗିତାକୁ କରାଟେ ଇଣ୍ଡିଆ ଆୟୋଜନ କରିଥିଲେ । ଓଡ଼ିଶା ଦଳ ଓ ବିଜୟୀ ପ୍ରତିଯୋଗୀଙ୍କୁ ରାଜ୍ୟ କରାଟେ ଡୋ ସଂଘର ସମସ୍ତ ସଭ୍ୟ ଅଭିନନ୍ଦନ ଜଣାଇଛନ୍ତି । ଆଗାମୀ ୨୨ ତାରିଖରେ ଓଡ଼ିଶା ପ୍ରତିଯୋଗୀ ଭୁବନେଶ୍ୱର ଫେରିବେ ।

Leave A Reply

Your email address will not be published.