ପୂର୍ବତନ ମାଓନେତା ସୁକଦେବ ନିର୍ବାଚନ ମ‌ଇଦାନରେ।

କାଲିମେଳା , ୨୧।୬ ମାଓ ଅନ୍ୟୁଷିତ ମାଲକାନଗିରି ଜିଲ୍ଲାର ମାଓଗଡ଼ ଭାବେ ପରିଚିତ ବଡ଼ିଗେଟା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଟେକଗୁଡ଼ା କଲୋନୀର ମାଓନେତା ସୁକଦେବ ଓରଫ୍ ବୁଦ୍ରା କବାସି କାଲିମେଳା ଲ୍ୟାମ୍ପସ୍‌ର ଅଧ୍ୟକ୍ଷ ପଦ ପାଇଁ ମଇଦାନକୁ ଓହ୍ଲାଇଛନ୍ତି । କାଲିମେଳା ଲ୍ୟାମ୍ପସ୍‌ରେ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଲ୍ୟାମ୍ପସ୍‌ର ୧୫ ଟି ନିର୍ବାଚନ ମଣ୍ଡଳୀ ଜୋନ୍ ପାଇଁ ମୋଟ ୧୭ ଜଣ ଜୋନ୍ ପରିଚାଳନା ନିର୍ଦ୍ଦେଶକ ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିବା ବେଳେ ଅନ୍ୟଜଣଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥିଲା । ବଳକା ୧୫ ଜଣଙ୍କ ପ୍ରାର୍ଥୀପତ୍ର ନିର୍ବାଚନ ପାଇଁ ଚୁଡ଼ାନ୍ତ ହୋଇଥିଲା । ଚୁଡ଼ାନ୍ତ ପ୍ରାର୍ଥୀମାନଙ୍କ ମଧ୍ୟରେ କେହି ବିପକ୍ଷ ପ୍ରତିଦ୍ବନ୍ଦିତ ପ୍ରାର୍ଥୀ ନଥିବାରୁ ମୋଟ ୧୫ ଜଣ ନିନ୍ଦରେ ନିର୍ବାଚିତ ହୋଇଛନ୍ତି । ଏନେଇ ରବିବାର କାଲିମେଳା ଲ୍ୟାମ୍ପସ କର୍ତ୍ତୃପକ୍ଷ ପକ୍ଷରୁ ଚୁଡ଼ାନ୍ତ ତାଲିକା ପ୍ରକାଶ ପାଇଛି । ସେମାନଙ୍କ ମଧ୍ୟରେ ଜୋନ୍ ୧ ପାଇଁ ଏମପିଭି – ୩୫ ଗ୍ରାମର ଅଶୋକ ମଣ୍ଡଳ , ଜୋନ୍ ୨ ପାଇଁ ଏମପିଭି – ୩୧ ଗ୍ରାମର ହୃଦୟ ମଣ୍ଡଳ , ଜୋନ୍ ୩ ପାଇଁ ଏମଭି- ୬୯ ଗ୍ରାମର ଦୀଲିପ ସିଲ୍ , ଜୋନ୍‌ ୪ ପାଇଁ ଏମଭି – ୬୯ ଗ୍ରାମର ନିପୁଲ ସୁତାର , ଜୋନ୍ ୫ ପାଇଁ ତୁମ୍ବାଗୁଡ଼ା ଗ୍ରାମର କେନି କବାସି , ଜୋନ୍ ୬ ପାଇଁ ଲକ୍ଷ୍ମୀପୁର ମଙ୍ଗଳା କଲାବି , ଜୋନ୍ ୭ ପାଇଁ ଆଦିବାସୀ କଲୋନୀ ଗ୍ରାମର ମଙ୍ଗଳା ବଡ଼ନାୟକ ବୋଲି ଜଣାପଡ଼ିଛି । ଏହିକ୍ରମରେ ଜୋନ୍ ୮ ପାଇଁ ଟେକଗୁଡ଼ା କଲୋନୀ ଗ୍ରାମର ବୁଦ୍ରା କବାସି , ଜୋନ୍ ୯ ପାଇଁ ଏମଭି- ୭୫ ଗ୍ରାମର ଦୀଲ୍ଲିପ ବିଶ୍ବାସ , ଜୋନ୍‌ ୧୦ ପାଇଁ ଗନ୍ଦିଗୁଡ଼ା ଗ୍ରାମର ଇର୍ମା କବାସି , ଜୋନ୍ ୧୧ ପାଇଁ ଟେକଗୁଡ଼ା କଲୋନୀ ଗ୍ରାମର ସହଦେବ ମାଟମ , ଜୋନ୍ ୧୨ ପାଇଁ ଶିଙ୍ଗାୱାରାମ ଗ୍ରାମର କବାସି ଆଡ଼ମା , ଜୋନ୍‌ ୧୩ ପାଇଁ ତାମାନପାଲି ଗ୍ରାମର ମିନି ନାୟକ , ଜୋନ୍ ୧୪ ପାଇଁ ସାରବାନପାଲି ଗ୍ରାମର ମଲିନା ମାଡ଼କାମି ଏବଂ ଜୋନ୍‌ ୧୫ ପାଇଁ ଲକ୍ଷ୍ମୀପୁର ଗ୍ରାମରମତୀ ଖଲ ନିର୍ବାଚିତ ହୋଇଥିବା ଜଣାପଡ଼ିଛି । ଏହି ୧୫ ଜଣ ମଧ୍ୟରୁ ଜଣେ ଅଧ୍ୟକ୍ଷ ପଦ ଏବଂ ଜଣେ ଉପାଧ୍ୟକ୍ଷ ପାଇଁ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି । ତେବେ ଅଧ୍ୟକ୍ଷ ପଦ ପାଇଁ ମାଓନେତା ସୁକଦେବ ଓରଫ୍ ବୁଦ୍ରା କବାସି ମଇଦାନରେ ଥିବା ଜଣାପଡ଼ିଛି । ଅଧ୍ୟକ୍ଷ ପଦ ପାଇଁ ପୁରୁଷ ଓ ଉପାଧ୍ୟକ୍ଷ ପଦ ପାଇଁ ମହିଳା ସଂରକ୍ଷଣ ଥିବା ଜଣାପଡ଼ିଛି । ପୂର୍ବରୁ ଲ୍ୟାମ୍ପସରେ ଅଧ୍ୟକ୍ଷ ପଦରେ ଲକ୍ଷ୍ମୀପୁର ଗ୍ରାମର ମୋତୀ ଖୁଲ ଏବଂ ଉପାଧ୍ୟକ୍ଷ ପଦରେ ଟେକଗୁଡ଼ା କଲୋନୀ ଗ୍ରାମର ସହଦେବ ମାଟମ ରହିଥିଲେ ।

Leave A Reply

Your email address will not be published.