ଭାଟିକାନରେ ପୋପଙ୍କୁ ଭେଟିବେ ନବୀନ :

– ଖ୍ରଷ୍ଟ ଧର୍ମଗୁରୁ ପୋପ୍ ଫ୍ରାନସିସଙ୍କୁ ଭେଟିବେ ନବୀନ– ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପୋପଙ୍କୁ ଭେଟିବେ– ବିଶ୍ୱ ଜନସଂଖ୍ୟାର ପ୍ରାୟ ୬ ଭାଗରୁ ଭାଗେ ଲୋକଙ୍କ ଧର୍ମଗୁରୁ ପୋପ୍– ୧୩୨ କୋଟି ୨୯ ଲକ୍ଷ କ୍ୟାଥୋଲିକଙ୍କ ମୁଖ୍ୟ ଧର୍ମସ୍ଥଳ ଭାଟିକାନ୍– ମୁସଲମାନଙ୍କ ପାଇଁ ମକ୍କା ଭଳି, ଖ୍ରୀଷ୍ଟିଆନଙ୍କ ପାଇଁ ସର୍ବୋଚ୍ଚ ପୀଠ ଭାଟିକାନ୍– ୪୯ ହେକ୍ଟର ବା ୧୨୧ ଏକର ପରିମିତ ଭାଟିକାନ ସହର– ଭାଟିକାନ ସିଟିର ଲୋକସଂଖ୍ୟା ମାତ୍ର ୪୫୩– ଆୟତ୍ତନ ଓ ଜନସଂଖ୍ୟା ଦୃଷ୍ଟିରୁ ବିଶ୍ୱର ସବୁଠାରୁ ଛୋଟିଆ ଦେଶ– ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ପାଇଁ ଆସ୍ଥା ଓ ବିଶ୍ୱାସର ସବୁଠାରୁ ବଡ କେନ୍ଦ୍ର– ପୂର୍ବରୁ ଏହା ଇଟାଲୀର ଏକ ଅଂଶ ଥିଲା– ୧୯୨୯ ଲାଟେରାନ ଚୁକ୍ତି ବଳରେ ସ୍ୱତନ୍ତ୍ର ହେଇଥିଲା ଭାଟିକାନ୍– ଏହିଠାରେ ବସି ସାରାବିଶ୍ୱର ଖ୍ରୀଷ୍ଟିଆନଙ୍କ ପାଇଁ ନୀତି ସ୍ଥିର କରନ୍ତି ପୋପ୍ନବୀନଙ୍କ ବିଦେଶ ଗସ୍ତର ଉଦ୍ଦେଶ୍ୟ !– ନବୀନ ପଟ୍ଟନାୟକଙ୍କ ରାଜନୈତିକ ତୀର୍ଥଯାତ୍ରା ନେଇ ଚର୍ଚ୍ଚା– ଭାଟିକାନ ସିଟିରେ ପୋପ୍ ଫ୍ରାନସିସଙ୍କୁ ଭେଟିବେ ନବୀନ– ସେପଟେ ମୁସଲନମାନ ଦେଶ ଦୁବାଇ ଗସ୍ତ କରିବେ ନବୀନ– ବର୍ତ୍ତମାନ ବିଶ୍ୱରେ ପ୍ରବଳ ଅର୍ଥନୈତିକ ମାନ୍ଦାବସ୍ଥା ରହିଛି– ଭାରତରେ ସାମାଜିକ ବିଭେଦ ଓ ଅଶାନ୍ତ ବାତାବରଣ ରହିଛି– ତେଣୁ ଅନ୍ତର୍ଜାତୀୟ ନିବେଶକଙ୍କ ଆକର୍ଷଣ ହରାଉଛି ଭାରତ– ଏଭଳି ସ୍ଥିତିରେ ଦୁବାଇରେ ପୁଞ୍ଜି ନିବେଶକଙ୍କୁ ଭେଟିବେ ନବୀନ– ହେଲେ ଏହି ଗସ୍ତ କେବଳ ପୁଞ୍ଜି ଲଗାଣରେ ସୀମିତ ରହିବନି– ଖ୍ରୀଷ୍ଟିଆନଙ୍କ ଶୀର୍ଷଦେଶ ଭାଟିକାନ୍ ଗସ୍ତର ଥାଇପାରେ ରାଜନୈତିକ ଉଦ୍ଦେଶ୍ୟ– ମୁସଲମାନ ଦେଶ ଗସ୍ତ କରି ଧର୍ମନିରପେକ୍ଷତାର ପରିଚୟ ଦେବେ ନବୀନ– କନ୍ଧମାଳ ଦଙ୍ଗା ବେଳେ କହିଥିଲେ- ଶରୀରର ପ୍ରତ୍ୟେକ ହାଡ ଧର୍ମନିରପେକ୍ଷ– ରାଷ୍ଟ୍ରପତି ନିର୍ବାଚନରେ ବିଜେପିକୁ ବିଜେଡି ସମର୍ଥନ କରିବା ନେଇ ଚର୍ଚ୍ଚା– ଏହାଦ୍ୱାରା ନବୀନଙ୍କ ଧର୍ମନିରପେକ୍ଷ ଭାବମୂର୍ତ୍ତିକୁ ଆଂଚ୍ ଆସିବା ଆଶଙ୍କା– ତେଣୁ ଖ୍ରୀଷ୍ଟିଆନ ଓ ମୁସଲମାନ ଦେଶ ଗସ୍ତ କରି ସନ୍ତୁଳନ ରଖିଛନ୍ତି ନବୀନ– ଭବିଷ୍ୟତ ରାଜନୈତିକ ପଥକୁ ସୁଦୃଢ କରୁଥାଇପାରନ୍ତି ମୁଖ୍ୟମନ୍ତ୍ରୀ– ଜାତୀୟ ରାଜନୀତିରେ ନିଜର ପତିଆରାକୁ ଆହୁରି ପ୍ରଭାବୀ କରିବା ଲକ୍ଷ୍ୟରେ ନବୀନପୋପଙ୍କୁ ଭେଟିଥିଲେ ମୋଦୀ : –– କିଛିଦିନ ପୂର୍ବରୁ ପୋପଙ୍କୁ ସାକ୍ଷାତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ– ୮୫ ବର୍ଷୀୟ କ୍ୟାଥଲିକ ଚର୍ଚ୍ଚର ଧର୍ମଗୁରୁ ପୋପ୍ ଫ୍ରାନସିସ୍– ବେସରକାରୀ ସ୍ତରରେ ଯୋଗାଇ ଦିଆଯାଉଥିବା ସବୁଠୁ ବଡ ଶିକ୍ଷା ଓ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମର ମୁଖ୍ୟ– ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରୁ ଅନ୍ୟତମ ପୋପ୍ ଫ୍ରାନସିସ୍– ପୋପଙ୍କୁ ଭେଟି ପାରିନଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ– ଅନୁମତି ପ୍ରଦାନରେ କେନ୍ଦ୍ର ସରକାର ଟାଳଟୁଳ କରିଥିବା ଅଭିଯୋଗ କରିଥିଲେ ମମତା– ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପୋପ୍ ଫ୍ରାନସିସଙ୍କୁ ଭେଟିବେ ନବୀନ ପଟ୍ଟନାୟକ– ଏହି ଅନୁମତି ପାଇଁ କେନ୍ଦ୍ରରେ ମୋଦୀ ସରକାର ସମସ୍ତ ସହାୟତା କରିଥିବା ଚର୍ଚ୍ଚା୧୦ ବର୍ଷ ପରେ ନବୀନଙ୍କ ବିଦେଶ ଗସ୍ତ : –– ୨୦୧୨ରେ ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତରେ ଲଣ୍ଡନ ଯାଇଥିଲେ– ପ୍ୟାରୀମୋହନ ମହାପାତ୍ରଙ୍କ ମିଡନାଇଟ୍ ଅପରେସନ ବିଷୟରେ ଜାଣିପାରିଲେ– ଲଣ୍ଡନରେ ବସି ଫୋନରେ ସମର୍ଥକଙ୍କୁ କାମରେ ଲଗାଇ ଷଡଯନ୍ତ୍ରକୁ ବିଫଳ କଲେ– ଗସ୍ତ କାର୍ଯ୍ୟକ୍ରମକୁ କାଂଟଛାଂଟ କରି ଓଡିଶା ଫେରିଆସିଥିଲେ ନବୀନ– ହେଲେ ୧୦ ବର୍ଷ ଭିତରେ ଦଳରେ ସଂପୂର୍ଣ୍ଣ କଂଟକ ଶୂନ୍ୟ ହୋଇପାରିଛନ୍ତି ନବୀନ– ବର୍ତ୍ତମାନ ବିଦେଶ ଗସ୍ତରେ ଆଉ ଦଳ ଭିତରୁ ନବୀନଙ୍କୁ କୌଣସି ଭୟ ନାହିଁ– ଡିଜିଟାଲ ଯୁଗରେ ବିଦେଶରୁ ରହି ରାଜ୍ୟ ଶାସନ ଚଳାଇବେ ବାଧା ନାହିଁ

Leave A Reply

Your email address will not be published.