mobile header

ଡକ୍ଟର ଶ୍ୟାମା ପ୍ରସାଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ।

କାଲିମେଳା ତା ୨୧/୬ ଆଜି ଏମ ଭି:୭୯ ଗ୍ରାମ ର ଡଃ ଶ୍ୟାମାପ୍ରସାଦ କନିଷ୍ଠ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ହୋଇଯାଇଛି। ବିଦ୍ୟାଳୟ ର ଏନ‌ଏସ‌ଏସ ତରଫରୁ ଅନୁଷ୍ଠିତ ହୋଇଥିବା କର୍ମଶାଳାରେ ଅଧ୍ୟକ୍ଷ ଡ଼ଃ ପ୍ରଶାନ୍ତ କୁମାର ପାଢ଼ୀ ଅଧ୍ୟକ୍ଷତା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଇତିହାସ ଅଧ୍ୟାପକ ଦୁଷ୍ମନ୍ତ କୁମାର ଦାସ,ଏନ‌ଏସ‌ଏସ ଅଧୀକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର,ଡେମନଷ୍ଟ୍ରେଟର ଶ୍ରୀ ଲୋକନାଥ ମହାକୁଡ଼, ଲାଇବ୍ରେରୀ ଆନ ଭରତ ଚନ୍ଦ୍ର ପଣ୍ଡା,କୀରାଣୀ ରିକି ବାରିକ,ଡିଇଓ ଶ୍ରୀ ସୁଜିତ୍ ଢାଲୀ, ଶ୍ରୀ ରବିନ୍ଦ୍ରନାଥ ମଲ୍ଲିକ, ଶ୍ରୀ ଲକ୍ଷ୍ମୀଧର ମାଝୀ, ଓ ପ୍ରଦିପ ମଣ୍ଡଳ ପ୍ରମୁଖ ଯୋଗ ଦେଇ ଯୋଗ ଦିବସ ଉପଲକ୍ଷେ ଯୋଗ ର ମହତ୍ଵ ସମ୍ପର୍କରେ ଉପସ୍ଥିତ ଛାତ୍ର ଛାତ୍ରୀମାନଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ଡେମଷ୍ଟ୍ରେଟର ଶ୍ରୀ ଲୋକନାଥ ମହାକୁଡ଼ ଛାତ୍ର ଛାତ୍ରୀମାନଙ୍କୁ ଯୋଗ ପ୍ରଶିକ୍ଷଣ ଦେଇଥିଲେ।ଓ ଛାତ୍ର ଛାତ୍ରୀମାନଙ୍କ ମଧ୍ୟ ରେ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥିଲା। ଶେଷରେ ଅଧ୍ୟାପକ ଶ୍ରୀ ଦୁଷ୍ମନ୍ତ ଦାସ ଧନ୍ୟବାଦ ଅର୍ପଣ ଦେଇ ସଭା ସମାପ୍ତ କରିଥିଲେ।

Leave A Reply

Your email address will not be published.