mobile header

ଗତକାଲି ଗାଡି ଜାଳିଥିଲେ, ଆଜି ଜେସିବି ଲଗାଇ ଦୋକାନ ଘର ଭାଙ୍ଗିଦେଲା ପୋଲିସ । ୪ଜଣ ଅଭିଯୁକ୍ତ ରାଜଧାନୀରେ ରଚିଥିଲେ ଆତଙ୍କରାଜ

ଭୁବନେଶ୍ୱର ଡେଲଟା ଛକ ଆତଙ୍କ ଘଟଣାରେ ଆକ୍ସନ ମୋଡରେ ପୋଲିସ । ଅଟକ ୪ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଡେଲଟା ଛକରେ ଥିବା ଅଭିଯୁକ୍ତଙ୍କ ଘର ଭାଙ୍ଗିଛି ପୋଲିସ । ଗତକାଲି ସଂଧ୍ୟା ସମୟରେ ଭୁବନେଶ୍ୱର ଡେଲଟା ଛକରେ କିଛି ଅସମାଜିକ ଯୁବକ ପତିଆରା ଜାହିର କରିବାକୁ ନେଇ ଦୁଇ ଗୋଷ୍ଠୀ ଭିତରେ ପ୍ରଥମେ ଗଣ୍ଡଗୋଳ ହୋଇଥିଲା । ଏହା ପରେ ଭୟଙ୍କର ରୂପ ଧାରଣ କରିଥିଲା ଗଣ୍ଡଗୋଳ । ସ୍କୋର୍ପିଓ ଚାଳକଙ୍କ ସହ ଯୁକ୍ତିତର୍କ ପରେ ଗାଡ଼ିର କାଚ ଭଙ୍ଗାରୁଜା କରିଥିଲେ । ସ୍କୋର୍ପିଓ ଚାଳକଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି କିଛି ଯୁବକ । ଖଣ୍ଡା, ଚାପଡ଼ ବୁଲାଇ ସ୍ଥାନୀୟ ଅଞ୍ଚଳରେ କିଛି ଅସାମାଜିକ ଯୁବକ ଆତଙ୍କ ଖେଳାଇଥିଲେ । ଏହା ପରେ ସ୍କୋର୍ପିଓକୁ ନିଆଁ ଲଗାଇ ଦେଇଥିଲେ । ଚାହୁଁ ଚାହୁଁ ହୁତ୍ ହୁତ୍ ହୋଇ ଜଳି ଯାଇଥିଲେ ସ୍କୋର୍ପିଓ । ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ ଜଣେ ବ୍ୟବସାୟୀଙ୍କ ସହ ବଚସାକୁ ନେଇ ଏପରି କାଣ୍ଡ ଘଟିଛି । ଆଜି ସନ୍ଧ୍ୟାରେ ଡେଲଟା ଛକରେ ଜଣେ ବେପାରୀଙ୍କ ସହ ସ୍କର୍ପିଓ ଚାଳକଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା । ଏହାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପତିଆରା ଜାହିର କରିବା ପାଇଁ ଗୋଷ୍ଠୀ ସଂଘର୍ଷ ହୋଇଥିବା ସ୍ଥାନୀୟ ବାସିନ୍ଦା କହିଥିଲେ ।

Leave A Reply

Your email address will not be published.