mobile header

ନିର୍ଦ୍ଵନ୍ଦରେ କାଲିମେଳା ସମବାୟ ସମିତି ବ୍ୟାଙ୍କ ରେ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ମାଓନେତା ସୁକଦେବ।


କାଲିମେଳା , ୨୧।୬ ମାଓ ଅନ୍ୟୁଷିତ ମାଲକାନଗିରି ଜିଲ୍ଲାର ମାଓଗଡ଼ ଭାବେ ପରିଚିତ ବଡ଼ିଗେଟା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଟେକଗୁଡ଼ା କଲୋନୀର କଂଗ୍ରେସ ଦଳର ସମର୍ଥିତ ମାଓନେତା ସୁକଦେବ ଓରଫ୍ ବୁଦ୍ରା କବାସି କାଲିମେଳା ଲ୍ୟାମ୍ପସ୍‌ର ଅଧ୍ୟକ୍ଷ ପଦ ପାଇଁ ମଇଦାନକୁ ଓହ୍ଲାଇଥିଲେ । କାଲିମେଳା ଲ୍ୟାମ୍ପସ୍‌ରେ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଲ୍ୟାମ୍ପସ୍‌ର ୧୫ ଟି ନିର୍ବାଚନ ମଣ୍ଡଳୀ ଜୋନ୍ ପାଇଁ ମୋଟ ୧୭ ଜଣ ଜୋନ୍ ପରିଚାଳନା ନିର୍ଦ୍ଦେଶକ ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିବା ବେଳେ ଅନ୍ୟଜଣଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥିଲା । ବଳକା ୧୫ ଜଣଙ୍କ ପ୍ରାର୍ଥୀପତ୍ର ନିର୍ବାଚନ ପାଇଁ ଚୁଡ଼ାନ୍ତ ହୋଇଥିଲା । ଚୁଡ଼ାନ୍ତ ପ୍ରାର୍ଥୀମାନଙ୍କ ମଧ୍ୟରେ କେହି ବିପକ୍ଷ ପ୍ରତିଦ୍ବନ୍ଦିତ ପ୍ରାର୍ଥୀ ନଥିବାରୁ ମୋଟ ୧୫ ଜଣ ନିନ୍ଦରେ ନିର୍ବାଚିତ ହୋଇଛନ୍ତି । ଏନେଇ ରବିବାର କାଲିମେଳା ଲ୍ୟାମ୍ପସ କର୍ତ୍ତୃପକ୍ଷ ପକ୍ଷରୁ ଚୁଡ଼ାନ୍ତ ତାଲିକା ପ୍ରକାଶ ପାଇସାରିଥିଲା। ଏହିକ୍ରମରେ ଜୋନ୍ ୮ ପାଇଁ କଙ୍ଗ୍ରେସ ଦଳର ସମର୍ଥିତ ପୂର୍ବତନ ମାଓନେତା ଟେକଗୁଡ଼ା କଲୋନୀ ଗ୍ରାମର ବୁଦ୍ରା କବାସି (ସୁକଦେବ)। ଏହି ୧୫ ଜଣ ମଧ୍ୟରୁ ମାଓନେତା ସୁକଦେବ ଓରଫ୍ ବୁଦ୍ରା କବାସି ଅଧ୍ୟକ୍ଷ ପଦବୀ ର ଆଶା ନେଇ ନିର୍ବାଚନ ମ‌ଇଦାକୁ ଓହ୍ଲାଇ ଥିଲେ।ଓ ଶେଷରେ ଆଜି ନିର୍ଦ୍ଵନ୍ଦରେ ରେ କାଲିମେଳା ସମବାୟ ସମିତି ବ୍ୟାଙ୍କ ର ଅଧ୍ୟକ୍ଷ ପଦରେ ନିର୍ବାଚିତ ହୋଇଛନ୍ତି ଓ ତାଙ୍କ ର ଆଶା ସ୍ଵପ୍ନ ମଧ୍ୟ ପୂର୍ଣ୍ଣ ହୋଇଛି ଆଗକୁ ଏ ଅଞ୍ଚଳର ଚାଷୀମାନଙ୍କ ସୁବିଧା ଅସୁବିଧା ଓ ଅନ୍ୟାନ୍ୟ ସରକାରୀ କାମ ରେ ପୂର୍ଣ୍ଣ ସହଯୋଗ କରିବେ ବୋଲି ମତପୋଷଣ କରୁଛନ୍ତି। ଅଧ୍ୟକ୍ଷ ପଦ ପାଇଁ ପୁରୁଷ ଓ ଉପାଧ୍ୟକ୍ଷ ପଦ ପାଇଁ ମହିଳା ସଂରକ୍ଷଣ ଥିବା ଜଣାପଡ଼ିଛି। ଏଠାରେ କେହି ପ୍ରତିଦ୍ବନ୍ଦିତା ନଥିବାରୁ ଆସନ୍ତା କାଲି ଉପାଧ୍ୟକ୍ଷ ପଦରେ ମାନ୍ୟମକୋଣ୍ଡା ଗ୍ରାମ ପଞ୍ଚାୟତ ଅଧୀନ ଲମ୍ଖୀପୁର ଗ୍ରାମ ର ଶ୍ରୀ ମତି ମୋତି ଖୀଲ ବୋଲି ଜଣାପଡିଛି। ଏମାନେ ସମସ୍ତେ କଙ୍ଗ୍ରେସ ଦଳର ସମର୍ଥିତ ଅଟନ୍ତି ।


ପ୍ରଶାନ୍ତ କୁମାର ବିହାରୀ
କାଲିମେଳା ବ୍ଲକ

Leave A Reply

Your email address will not be published.