mobile header

ଫୁଲବାଣୀ ରେ ଯୋଗ ଦିବସ ପାଳିତ

ଆଜି ହେଉଛି ଆନ୍ତର୍ଜାତିକ ଯୋଗ ଦିବସ ଏହି ଅବସରରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଯୋଗ ମହୋତ୍ସବ ସମିତି ଫୁଲବାଣୀ ଏବଂ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର , ଫୁଲବାଣୀଙ୍କ ମିଳିତ ଆନୁକୁଲ୍ୟରେ ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲା ଆୟୁର୍ବେଦ ଚିକିତ୍ସା ଅଧିକାରୀ ଡାକ୍ତର ଭବାନୀ ଶଙ୍କର ପାଳ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇ ଦୀପ ପ୍ରଜ୍ଜଳନ କରିବା ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଆଜିର ସମାଜରେ ସମସ୍ତ ରୋଗକୁ ଯୋଗ ହିଁ ଉପସମ ଦେଇ ପାରିବ । ଯୋଗ ଜୀବନ ଚର୍ଯ୍ୟା ରଏକ ଅଂଶବିଶେଷ ହେବା ଆବଶ୍ୟକ l
ଯୋଗକୁ ଜୀବନ ଚର୍ଯ୍ୟା ରେ ଯୋଡିଲେ ମନ ,ଶରୀର ଓ ସ୍ୱାସ୍ଥ୍ୟ ଠିକ ରହିବ ବୋଲି ମତ ଦେଇଛନ୍ତି ଡାକ୍ତର ପାଳ । ସେପଟେ ଛାତ୍ର ଛାତ୍ରୀ ମାନେ ମଧ୍ୟ ଯୋଗ କରି ବେଶ ଆନନ୍ଦିତ ଥିବା ପ୍ରକାଶ କରିଛନ୍ତି ।ଏଥିରେ କନ୍ଧମାଳ ରାଷ୍ଟ୍ରୀୟ ସଂଘ ଚାଳକ ରମେଶ ଚନ୍ଦ୍ର ସାହୁ , ସହ ଜିଲ୍ଲା କାର୍ଯ୍ୟବାହ ନିରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଯୋଗ ସଂଯୋଜକ କୁନୁ ଭୋଇ ଛାତ୍ର ଛାତ୍ରୀ ଙ୍କୁ ଯୋଗ ଶିଖାଇଥିଲେ ।
ବାଇଟ – 1- ରାଜଲଷ୍ମୀ ବେହେରା (ଛାତ୍ରୀ)
ବାଇଟ – 2- ଭବାନୀ ଶଙ୍କର ପାଳ(ଜିଲା ଆୟୁର୍ବେଦ ଚିକିତ୍ସା ଅଧିକାରୀ, ଫୁଲବାଣୀ)

Leave A Reply

Your email address will not be published.