mobile header

‘ଶ୍ରୀ’ ସମ୍ମାନରେ ସମ୍ମାନିତ ହେଲେ ସୋଆ ଏସ୍‌ଏଚଏମ୍ ଡିନ୍‌


ଭୁବନେଶ୍ୱର,୨୧/୦୬: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍‌
ମ୍ୟାନେଜମେଂଟ ଡିନ୍ ତଥା ଉପଦେଷ୍ଟା ପ୍ରଫେସର ଶିତିକଣ୍ଠ ମିଶ୍ର ଙ୍କୁ ‘ଶ୍ରୀ’ ସମ୍ମାନ-୨୦୨୨ ରେ ସମ୍ମାନିତ
କରାଯାଇଛି । ସାମାଜିକ ଅନୁଷ୍ଠାନ “ପରିଚୟ ଫାଉଣ୍ଡେସନ” ପକ୍ଷରୁ ଅନୁଷ୍ଠିତ ଏକ ସ୍ୱତବ କାର୍ଯ୍ୟକ୍ରମରେ
ପ୍ରଫେସର ମିଶ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।
ଆତିଥ୍ୟ ଓ ପର୍ଯ୍ୟଟନ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ନିମନ୍ତେ ପ୍ରଫେସର ମିଶ୍ରଙ୍କୁ ଏହି ସମ୍ମାନ
ମିଳିଛି । ବିଭିନ୍ନ କ୍ଷେତ୍ରରେ ନିଜର ଅବଦାନ ଓ ପାରଦର୍ଶିତା ପ୍ରଦର୍ଶନ କରିଥିବା ପୁରୁଷମାନଙ୍କୁ ପରିଚୟ
ପାଉଣ୍ଡେସନ ତରଫର ପିତୃ ଦିବସ ଅବସରରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା ।
ପ୍ରଫେସର ମିଶ୍ର ଗ୍ୱାଲିୟର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ଟୁରିଜିମ୍ ଆଣ୍ଡ ଟ୍ରାଭେଲ ମ୍ୟାନେଜମେଂଟର
ପୂର୍ବତନ ନିର୍ଦ୍ଦେଶକ ରହିଥିବାବେଳେ ଅଲ୍ ଇଣ୍ଡିଆ ବୋର୍ଡ ଅଫ୍ ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଂଟ,
(ଏଆଇସିଟିଇ)ର ପୂର୍ବତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଛନ୍ତି ।
ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ, ପଂଚାୟତିରାଜ ଏବଂ ଜଙ୍ଗଲ ଓ ପରିବେଶ ବିଭାଗ
ମବୀ ଶ୍ରୀ ପ୍ରଦୀପ ଅମାତ ପ୍ରଫେସର ମିଶ୍ରଙ୍କୁ ‘ଶ୍ରୀ’ ସମ୍ମାନରେ ସମ୍ମାନିତ କରିଥିବା ବେଳେ ଏହି ଅବସରରେ
ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ରାଜ୍ୟସଭା ସାଂସଦ ଡକ୍ଟର ପ୍ରସନ୍ନ ପା…ଶାଣୀ ଓ ପରିଚୟ ଫାଉଣ୍ଡେସନ୍‌ର
ସଭାପତି ଶ୍ରୀମତି ରୋଜାଲିନ୍ ପା…ଶାଣୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.