ମୟୂରଭଞ୍ଜ ଜିଲ୍ଲାର ଅନୁସୂଚୀତ ଜନଜାତି ତଥା ଅନୁସୂଚୀତ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ଆବାସିକ ବିଦ୍ୟାଳୟ ଗୁଡିକରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇ ଯାଇଛି।ପିଲାମାନେ ପ୍ରାତଃ ସମୟରେ ବିଭିନ୍ନ ପ୍ରକାର ଯୋଗ ଯଥା କପାଳଭାତି,ଶବାସନ, ଭୁଜଙ୍ଗା ସନ,ତ୍ରିକୋଣାସନ, ଚକ୍ରାସନ,ଗରୁଡାସନ, ପଦ୍ମାସନ ଆଦି ଯୋଗ କରିଥିଲେ |ଏହି ଅବସରରେ ଛାତ୍ରଛାତ୍ରୀମାନେ ଯୋଗ ସମ୍ଵଧିୟ ବିଭିନ୍ନ ଚିତ୍ରାଙ୍କନ କରିଥିଲେ |ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ତଥା ମେଟ୍ରୋନ ଦିଦି ମାନଙ୍କର ପ୍ରତ୍ୟକ୍ଷ ତତ୍ୱାବଧାନରେ ଯୋଗ ସମ୍ପର୍କରେ ଆଲୋଚନା ସଭାର ଆୟୋଜନ ହୋଇଥିଲା | ବିଶେଷ ଭାବେ କ୍ରୀଡା ଶିକ୍ଷକମାନେ କାର୍ଯ୍ୟକ୍ରମ ପରିଚାଳନାରେ ବିଶେଷ ସହଯୋଗ କରିଥିଲେ। ଜିଲ୍ଲାର ସମସ୍ତ ଅତିରିକ୍ତ ମଙ୍ଗଳ ଅଧିକାରୀ ତଥା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ମାନଙ୍କର ଉତ୍ତମ ପରିଚାଳନାରେ ଏ କାର୍ଯ୍ୟକ୍ରମ ସମ୍ପାଦିତ ହୋଇ ଥିଲା | ଜିଲ୍ଲା କାର୍ଯ୍ୟାଳୟର ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସୁନାରାମ ସିଂହ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତି।ଭବିଷ୍ୟତରେ ବିଦ୍ୟାଳୟ ମାନଙ୍କରେ ଯୋଗ କାର୍ଯ୍ୟକ୍ରମକୁ ନିୟମିତ କରାଯିବା ନିମନ୍ତେ ପଦକ୍ଷେପ ନିଆଯିବ ବୋଲି ଶିକ୍ଷା ମଣ୍ଡଳାଧିଶ ଚନ୍ଦ୍ରଭାନୁ ମହାପାତ୍ର, ଜିଲ୍ଲା ଶିକ୍ଷା ନିରୀକ୍ଷକ ମାନସ ରଞ୍ଜନ ତ୍ରିପାଠୀ ଓ ବିଷୟ ବିଶେଷଜ୍ଞ ରଶ୍ମିରଂଜନ ପଲେଇ ମତ ବ୍ୟକ୍ତ କରିଥିଲେ।

