mobile header

ୟୁଥ ୱାରୀୟର ପକ୍ଷରୁ ଅନ୍ତର୍ଜାତୀୟ ଯୋଗଦିବସ

ଫୁଲବାଣୀ 21/6 କନ୍ଧମାଳ ଜିଲ୍ଲା ଟିକାବାଲି ହାଇସ୍କୁଲ ପଡ଼ିଆ ଠାରେ ୟୁଥ ୱାରୀୟର ଯୁବ ସଂଗଠନ ର ସଦସ୍ୟ ଙ୍କ ଦ୍ୱାରା ଆଜି ସକାଳ 7.30 ଘଣ୍ଟିକା ସମୟରେ ଅନ୍ତର୍ଜାତୀୟ ଯୋଗଦିବସ ପାଳନ କରାଗଲା l ଏଥିରେ ଟିକାବାଲି ସମିତି ସଭ୍ୟ ମହୋଦୟ ମନୋଜ ଦଳବେହେରା ଙ୍କ ସହ ସଂଗଠନ ର ବରିଷ୍ଠ ସଦସ୍ୟ ଯଥା : କୁମୁଦ ଚନ୍ଦ୍ର ସାହୁ, ସୁବଳ ଦିଗାଳ,ଶିକ୍ଷକ ଅରବିନ୍ଦ ମହାପାତ୍ର, ଆଶୁତୋଷ ଦେହୁରୀ, ବଳିଆ,ଗୋବର୍ଧନ, ପ୍ରଭାତ, ନାରାୟଣ, ରାଜା ପାତ୍ର ସହ ଅନେକ ସଦସ୍ୟ ଯୋଗ ଦେଇଥିଲେ l ଶିକ୍ଷକ ଅରବିନ୍ଦ ମହାପାତ୍ର, ବରିଷ୍ଠ ସଦସ୍ୟ କୁମୁଦ ଚନ୍ଦ୍ର ସାହୁ ଓ ସମିତି ସଭ୍ୟ ମହୋଦୟ ଶ୍ରୀ ମନୋଜ କୁମାର ଦଳବେହେରା ଯୋଗ ର ଉପକାରିତା ଓ ଯୋଗ ର ପ୍ରକାର ସମ୍ବନ୍ଧରେ ବିଷଦ ବିବରଣୀ ପ୍ରଦାନ ସହ ପ୍ରତିଦିନ ଯୋଗ କରିବା ପାଇଁ ନିବେଦନ କରିଥିଲେ l “ଯୋଗ “ଆମ ଭାରତୀୟ ସଂସ୍କୃତି ର ଝଲକ ଅଟେ ତେଣୁ ପ୍ରତିବର୍ଷ ଅନ୍ତର୍ଜାତୀୟ ଯୋଗଦିବସ କୁ ପାଳନ କରିବା ପାଇଁ ଶପଥ ନେଇଥିଲେ l

Leave A Reply

Your email address will not be published.