xmas

ଥାନା ରେ ଭଙ୍ଗାରୁଜା ଘଟଣାରେ 18 ଗିରଫ l

ଚିତ୍ରକୋଣ୍ଡା:-21/06/2022-ଅଳ୍ପ କିଛି ଦିନ ତଳେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପୁଲିସ ବେଧଡ଼କ ଭାବେ ଗଞ୍ଜେଇ ଚାଲାଣ କରୁଥିବା ନେଇ ନୂଆଗୁଡା ପଞ୍ଚାୟତ ଆରଏସସି ତେର ନମ୍ବର ଗ୍ରାମରେ ଗଞ୍ଜେଇ ଓ ଗାଡ଼ି ଜବତ କରି ଦୁଇ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋଟ ଚାଲାଣ କରିଥିଲା l ଉକ୍ତ ଗ୍ରାମରେପୁଲିସ ଚାରିଜଣ ମହିଳାଙ୍କୁ ମାଡ଼ ମାରିଥିବା ମହିଳା ମାନେ ଅଭିଯୋଗ କରିବା ସହ ଉକ୍ତ ମହିଳା ମାନଙ୍କୁ ବଡ଼ାଇବା ପ୍ରତିବାଦ ରେ ଗଲା କାଲି ମାଲକାନଗିରି ଜିଲା କଂଗ୍ରେସ ତରଫରୁ ଚିତ୍ରକୋଣ୍ଡା ରେ 5000 ରୁ ଉର୍ଦ୍ଧ ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ପ୍ରତିବାଦ ଶୋଭାଯାତ୍ରା ସହ ସଭା କରି ଚିତ୍ରକୋଣ୍ଡା ଏସଡିପିଓ ଙ୍କ ବଦଳି ଦାବି ସହ ଅନ୍ୟାନ୍ୟ ଦାବି କରିଥିଲେ l କଂଗ୍ରସ ସଭା ସମାପନ କରି କଂଗେସ ଦଳୀୟ ନେତୃବୃନ୍ଦ ବିଡ଼ିଓ ଙ୍କୁ ବ୍ଲକ କାର୍ଯ୍ୟାଳୟ ଭିତରକୁ ଦାବି ପତ୍ର ଯାଇଥିବା ବେଳକୁ ସଭା ସ୍ଥଳ ଥାନା ଆଗରେ ଥିବା କିଛି ଆଦିବାସୀ ଉତେକ୍ତ ହୋଇ ଚିତ୍ରକୋଣ୍ଡା ଥାନା ଗେଟ ଉପରେ ଚଢ଼ି ଗେଟ ଠେଲା ପେଲା କରି ଫିଟାଇ ପୁଲିସ ମାନଙ୍କୁ ମାରଣାସ୍ତ୍ର ଦେଖାଇ ଥାନା କାର୍ଯ୍ୟାଳୟ ଆଗରେ ଥିବା ବୋଲର ଗାଡ଼ି, ସିସି ଟିଭି, ଲାଇଟ ଓ ଆସବା ପତ୍ର କୁ ଭଙ୍ଗାରୁଜା କରିଥିଲେ l ଉକ୍ତ ଭଙ୍ଗା ରୁଜା ଘଟଣାରେ ଚିତ୍ରକୋଣ୍ଡା ଥାନା ତେଇଶି ଜଣ ଙ୍କୁ ଗିରଫ କରିଥିବା ଚିତ୍ରକୋଣ୍ଡା ଥାନା ଅଧିକାରୀ ଅନିଲ କୁମାର ପରିଡ଼ା ସୂଚନା ଦେଇଛନ୍ତ l ଉକ୍ତ ଚିତ୍ରକୋଣ୍ଡା ଥାନାରେ ଚିତ୍ରକୋଣ୍ଡା ପୁଲିସ ସମେତ ତିନି ପ୍ଲାଟୁନ ପୁଲିସ ମୁତୟନ ଅଛନ୍ତି l

Leave A Reply

Your email address will not be published.