mobile header

କୁନ୍ଦଳ ପଞ୍ଚାୟତରେ ଯୋଗ ଶିବିର

ବଡ଼ଚଣା :ଶରୀରକୁ ସୁସ୍ଥ ରଖିବାକୁ ହେଲେ ଆମକୁ ନିୟମିତ ଯୋଗର ଆବଶ୍ୟକତା ଦରକାର l ତେଣୁ ଏହି ମହାନ କାର୍ଯ୍ୟକୁ ପ୍ରଧାନମନ୍ତୀ ନେରେନ୍ଦ୍ର ମୋଦି ଏକ ଅଭିଯାନ ଆରମ୍ଭ କରିଥିଲେ l 2015ମସିହା ଜୁନ 21ତାରିଖରେ ଏକ ବିଶ୍ୱ ଯୋଗ ଦିବସ ଭାବେ ସାରା ବିଶ୍ୱ ପାଳନ କରିବ l କାହିଁକି ନା ଆଜିର ଦୁନିଆରେ ଆମକୁ ସୁସ୍ଥ ରହିବାକୁ ହେଲେ କେବେଳ ମେଡିକାଲ ନୁହେଁ ତାଠୁ ବଡ ମେଡିକାଲ ହେଉଛି ଯୋଗ l ନିୟମିତ ଭାବେ ଆମେ ଯଦି ଯୋଗ କରିବା ଆମ ଶରୀରରୁ ବହୁତ ରୋଗ ହେବା ସମ୍ଭାବନା କମ l ସେଥିପାଇଁ ସାରା ବିଶ୍ୱ ଏହି ଦିନଟିକୁ ଯୋଗ ଦିବସ ଭାବେ ପାଳନ କରିଆସୁଛି l ବଡ଼ଚଣା ବ୍ଲକ କୁନ୍ଦଳ ପଞ୍ଚାୟତ ମାଲ୍ୟାଶୁଣୀଙ୍କ ନିକଟରେ ବିଶ୍ୱ ଯୋଗ ଦିବସରେ ଏକ ଯୋଗ ଶିବିର ଆୟୋଜନ କରାଯାଇଥିଲା l ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଓଡିଶା ବିଜେପିର ସାଧାରଣ ସମ୍ପାଦକ ତଥା ବଡ଼ଚଣା ନିର୍ବାଚନ ମଣ୍ଡଳୀର ବିଧାୟକ ପାର୍ଥି ଅମର ନାୟକ (ବାପୁ ଭାଇ) ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ l ଏହି ଶିବିରରେ ପଞ୍ଚାୟତରୁ ସରପଞ୍ଚ ପାର୍ଥିନିଙ୍କ ସ୍ୱାମୀ ରବୀନ୍ଦ୍ର ରାଉତ, ସମିତି ସଭ୍ୟ ଗଗନ ଦାଶ, ବିଭିନ୍ନ ୱାର୍ଡର ୱାର୍ଡମେମ୍ବର ସଭ୍ୟ /ସଭ୍ୟା, ପଞ୍ଚାୟତ ଦାଇତ୍ୱରେ ଥିବା ନାରାୟଣ ସାମଲ ଏବଂ ମଦମୋହନ ବେହେରା ସମତେ ପ୍ରାୟ 70/80 ଜଣ ଯୋଗ ଦେଇ ବିଶ୍ୱ ଯୋଗ ଦିବସରେ ବିଭିନ୍ନ ଯୋଗ କରିଥିଲେ l ଏହି ଯୋଗ ଶିବିରରେ ଯୋଗ ଗୁରୁ କୁଶାସନ ସେଠି (କୁଶା ବାବା )ଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମଟି ହୋଇଥିଲା l ଶେଷରେ ଶିବିରରେ ଯୋଗ ଦେଇଥିବା ସମସ୍ତଙ୍କ ପାଇଁ ବିଜେପି କୁନ୍ଦଳ ତରଫରୁ ଜୁସ ବଣ୍ଟନ କରାଯାଇଥିଲା l

Leave A Reply

Your email address will not be published.