mobile header

ଦ୍ରୌପଦୀଙ୍କୁ ପ୍ରାର୍ଥୀ କରି ଓଡ଼ିଶାକୁ ଭଲ ପାଇବାର ଶ୍ରେଷ୍ଠ ଉଦାହରଣ ଦେଇଛନ୍ତି

କେନ୍ଦ୍ରରେ ମୋଦି ସରକାର ଆସିବା ପରେ ଓଡ଼ିଶାକୁ ମିଳିଛି ବିଶେଷ ଗୁରୁତ୍ୱ ଦିନ ! କେନ୍ଦ୍ର ପାଇଁ ଅବହେଳିତ ଥିବା ଓଡ଼ିଶା, ମୋଦିଙ୍କ ଶାସନରେ ପାଇଛି ଅଗ୍ରାଧିକାର ! ଓଡ଼ିଶାକୁ ଭଲ ପାଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଶାସନ ସମୟରେ ଓଡ଼ିଆଙ୍କ ଉପରେ କରିଛନ୍ତି ଯଥେଷ୍ଟ ବିଶ୍ୱାସ ! କେବଳ ସେଥିପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱଭାର ରହିଛି ଓଡ଼ିଆ ପୁଅଙ୍କ କାନ୍ଧରେ !

କେନ୍ଦ୍ରରେ ମୋଦିଙ୍କ ସରକାର ଆସିବା ପରେ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଅଶ୍ବିନୀ ବୈଷ୍ଣବ, ବିଶ୍ୱେଶ୍ୱର ଟୁଡୁ ଙ୍କୁ କେନ୍ଦ୍ରମନ୍ତ୍ରୀ ହେବାର ସୁଯୋଗ ଦେଲେ ! ସେମାନଙ୍କ ମଧ୍ୟରୁ ଓଡ଼ିଆ ପୁଅ #ଧର୍ମେନ୍ଦ୍ର_ପ୍ରଧାନ ଙ୍କୁ ପେଟ୍ରୋଲିୟମ ମନ୍ତ୍ରୀ ଭାବେ ଦେଇଥିଲେ ଏକ ଗୁରୁ ଦାୟିତ୍ଵ ! ଶ୍ରୀ ପ୍ରଧାନଙ୍କ ଦକ୍ଷତା ଏବଂ ସୁସଙ୍ଗଠିତ କାର୍ଯ୍ୟ ସମ୍ପାଦନ ଦ୍ୱାରା କେନ୍ଦ୍ରମନ୍ତ୍ରୀ ମଣ୍ଡଳର ପାଲଟିଲେ ଜଣେ ପ୍ରମୁଖ ଚେହେରା !ଆଉ ତା ପରେ ବୃଦ୍ଧି ପାଇଲା ଓଡ଼ିଆଙ୍କ ପ୍ରତି ମୋଦି ସରକାରଙ୍କ ବିଶ୍ୱାସ !ନିର୍ବାଚନ ଠାରୁ ଆରମ୍ଭ କରି ଯୋଜନା କାର୍ଯ୍ୟକାରୀ ସବୁଥିରେ ମୋଦି, ଶାହାଙ୍କ ନିକଟରେ ରହି କେନ୍ଦ୍ର ସରକାରଙ୍କୁ ସହଯୋଗ କରିବା ସହ କେନ୍ଦ୍ରରେ ଓଡ଼ିଶାର ଯଶ ବଢାଇଲେ ଧର୍ମେନ୍ଦ୍ର ପ୍ରଧାନ !

ଏହା ପରେ ଦେଶର ପ୍ରମୁଖ ବିଭାଗ ଯେପରିକି ରିଜର୍ଭ ବ୍ୟାଙ୍କର ଗଭର୍ନର ଭାବେ ଶଶିକାନ୍ତ ମିଶ୍ର, ପି.କେ ମିଶ୍ରଙ୍କୁ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ, ମୃତ୍ୟଞ୍ଜୟ ମହାପାତ୍ରଙ୍କୁ #IMD ର ମୁଖ୍ୟ, #CAG ଭାବେ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ଦାୟିତ୍ଵ ଦେଲେ ମୋଦି ସରକାର !

ରାଜନୀତି ବିଶେଷଜ୍ଞଙ୍କ ମତ ଅନୁସାରେ କେନ୍ଦ୍ରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରମୁଖ ଭୂମିକା ପାଇଁ ଆଜି ଓଡ଼ିଆ ଏବଂ ଓଡ଼ିଶାକୁ କେନ୍ଦ୍ର ସରକାର ଏ ବିଶେଷ ଗୁରୁତ୍ୱ ଦେଉଛନ୍ତି ବୋଲି ଚର୍ଚ୍ଚା ହେଉଛି ! ରାଷ୍ଟ୍ରପତି ନିର୍ବାଚନ ପାଇଁ ଧର୍ମେନ୍ଦ୍ର ଏକ ମୁଖ୍ୟ ଦାୟିତ୍ଵ ନେଇଥିବା ମଧ୍ୟ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି !

ଆଉ ଚର୍ଚ୍ଚା ହେବା ସ୍ୱାଭାବିକ କଥା କାରଣ ଚଳିତବର୍ଷ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ #NDA ତରଫରୁ ପାର୍ଥି ଭାବେ ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା କରି ଓଡ଼ିଶାର ମାନ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର ! ସ୍ୱାଧୀନ ଭାରତର ପ୍ରଥମ ଓଡ଼ିଆ ରାଷ୍ଟ୍ରପତି ପାର୍ଥି ଭାବେ ମୁର୍ମୁଙ୍କ ନାମ ଘୋଷଣା ପରେ ଓଡ଼ିଆଙ୍କ ମନରେ ଆନନ୍ଦର ଲହରୀ ଖେଳି ଯାଇଛି ! ଓଡ଼ିଆଙ୍କୁ ବିଶେଷ ଗୁରୁତ୍ୱ ଦେଇଥିବା କାରଣରୁ ମୋଦି ସରକାରଙ୍କୁ ଧନ୍ୟବାଦ ଦେବା ସହ ଖୁସିବ୍ୟକ୍ତ କରିଛନ୍ତି ଅଗଣିତ ଓଡିଶାବାସୀ II

Leave A Reply

Your email address will not be published.