mobile header

ସୋଆରେ ସ୍କୁଲ୍ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ କ୍ରୀଡା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ଭୁବନେଶ୍ୱର, ୨୨/୦୬: କ୍ରୀଡା କ୍ଷେତ୍ରରେ ସ୍କୁଲ୍ ଛାତ୍ରଛାତ୍ରୀମାନଙ୍କୁ ଅଧିକ ପ୍ରଶିକ୍ଷିତ କରିବାର ଲକ୍ଷ୍ୟ ନେଇ ଶିକ୍ଷା ଓଅନୁସନ୍ଧାନ (ସୋଆ) ଦ୍ୱାରା ଆୟୋଜିତ ଏକ ପ୍ରଶିକ୍ଷଣ ଶିବିର ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି । ସୋଆର କ୍ୟାମ୍ପସ-୨ ରେ ଥିବା ସ୍ପୋର୍ଟ୍ସ କମ୍ପେ୍ଲକ୍ସରେ ଆରମ୍ଭ ହୋଇଥିବା ଏହି ୯ ଦିନିଆ ପ୍ରଶିକ୍ଷଣ ଶିବିରକୁ ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଉପସ୍ଥିତ ଥିଲେ ।ସୋଆର ସ୍ପୋର୍ଟ୍ସ ଅଫିସର ଶ୍ରୀମତି ସୁନିତା ବର୍ମାଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ୫ମ ଶ୍ରେଣୀରୁ ୧୦ମଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ବୟସର ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି । ସେମାନଙ୍କୁ ବାସ୍କେଟବଲ, ଟେବୁଲ ଟେନିସ୍ ଏବଂ ଟେନିସ୍‌ରେପ୍ରଶିକ୍ଷଣ ଦିଆଯାଉଛି । କୋଚ ଉର୍ବଶୀ ମଲ୍ଲିକ୍‌, ସହିଦ ହୁସେନ୍ ଏବଂ ସୁବ୍ରତ ନାୟକ ସେମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ।ଏସ୍‌ଓଏସ୍ ଭିଲେଜ ସମେତ ଆଖପାଖ ଅଂଚଳରେ ଥିବା ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲର ପ୍ରାୟ ୫୦ ଜଣଛାତ୍ରଛାତ୍ରୀ ଏହି ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଛନ୍ତି । ଆସନ୍ତା ୨୯ ତାରିଖ ଦିନ ଏହି ଶିବିରର ଉଦ୍‌ଯାପନୀ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ ପ୍ରତିଯୋଗୀମାନଙ୍କୁ ସାର୍ଟିଫିକେଟ୍ ମଧ୍ୟ ପ୍ରଦାନ କରାଯିବ ।

Leave A Reply

Your email address will not be published.