mobile header

ଭାରତ ସରକାରଙ୍କର କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ଆନୁକୂଲ୍ୟରେ ଆନ୍ତର୍ଜାତିୟ ଯୋଗଦିବସ

ଫୁଲବାଣୀ -21/6 ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ , ଫୁଲବାଣୀ ପକ୍ଷରୁମଙ୍ଗଳବାର ଖଜୁରୀପଡ଼ା ବ୍ଲକ୍ ର ସେବିକା ତାଲିମ୍ ମହାବିଦ୍ୟାଳୟ ,ଗୁଡୁରିସାହି ପରିସରରେ ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହାକୁ ସେବିକା ତାଲିମ ମହାବିଦ୍ୟାଳୟ ର ଅଧ୍ୟାକ୍ଷା ଶ୍ରୀମତୀ ସଂଘମିତ୍ରା ସିଂହ ପ୍ରଦୀପ ଜାଳି ଉଦଘାଟନ କରିଥିଲେ। ଯୋଗ ଗୁରୁମା ଶ୍ରୀମତୀ ସାଧନା ଦାସ ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ଯୋଗାଭ୍ୟାସ କରାଇଥିଲେ । ଜନସାଧାରଣ ଙ୍କ ଅବଗତି ପାଇଁ ଏକ ସଚେତନତା ପଦଯାତ୍ରା ର ମଧ୍ୟ ଆୟୋଜନ କରାଯାଇଥିଲା । ପରେ ପରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବକୃତା, କୁଇଜ, ଓ ଯୋଗ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ , କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ,କ୍ଷେତ୍ରୀୟ କାର୍ଯ୍ୟାଳୟ , ଫୁଲବାଣୀ କ୍ଷେତ୍ର ପ୍ରଚାର ସହାୟକ ସତ୍ୟନାରାୟଣ ନନ୍ଦ ପରିଚାଳନା କରିଥିବା ବେଳେ ସେବିକା ତାଲିମ୍ ମହାବିଦ୍ୟାଳୟ ର ପ୍ରଶାସନିକ ଅଧିକାରୀ ସନ୍ତୋଷ କୁମାର ମିଶ୍ର ସହଯୋଗ କରିଥିଲେ ।

Leave A Reply

Your email address will not be published.