xmas

ଖଲି ସିଲାଇ ତାଲିମ ଦେଇ ମହିଳାଙ୍କୁ ସ୍ଵାବଲମ୍ବୀ କରୁଛି ବନବାସୀ ସେବା ସମିତି

ଫୁଲ ବାଣୀ୨୨/୬ କନ୍ଧମାଳ ଜିଲାର ବାଲିଗୁଡ଼ା ଠାରେ ଥିବା ଅଗ୍ରଣୀ ସ୍ବେଛାସେବୀ ସଂଗଠନ ବନବାସୀ ସେବା ସମିତି ଏବେ ଗ୍ରାମୀଣ ମହିଳାମାନଙ୍କୁ ମାଗଣାରେ ଉନ୍ନତମାନର ଖଲିସିଲେଇ ତାଲିମ ପ୍ରଦାନ କରି ସେମାନଙ୍କୁ ସ୍ଵାବଲମ୍ବୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଅଞ୍ଚଳର ଶତାଧିକ ଆଦିବାସୀ ମହିଳା ଏବେ ଉନ୍ନତମାନର ପେପର ପ୍ଟେଟ ଖଲିଓ ଦନା ସିଲେଇ କରି ତାକୁ ବଜାରରେ ବିକ୍ରିକରି ଭଲ ଦି ପଇସା ରୋଜଗାର କରୁଥିବା କହିଛନ୍ତି। ଆଉ କିଛି ମହିଳା ଖଲି ୟୁନିଟରେ ମଧ୍ୟ ଚାକିରି କରି ଭଲ ରୋଜଗାର ମଧ୍ୟ କରୁଛନ୍ତି । ଫଳରେ ଏହି ସଂସ୍ଥାର ସଂପାଦକ ଉତ୍ସବ ଚନ୍ଦ୍ର ଜେନା, ଓ ସହ ସଂପାଦକ ରବୀନ୍ଦ୍ର ନାଥ ପଣ୍ଡା। ଙ୍କ ଏଭଳି ସାଧୁ ଉଦ୍ୟମକୁ ପ୍ରସ ସାଂ କରିଛନ୍ତି।ଆଗରୁ ଆଦିବାସୀ ମହିଳାମାନେ ଜଙ୍ଗଲରୁର୍ଶିଆଳି ଓ ଶାଳପତ୍ର ସଂଗ୍ରହ କରି ଖଲି ସିଲେଇ କରି ବଜାରକୁ ଆଣି ବିକ୍ରି କରୁଥିଲେ। ଆଉ ବହୁତ କମ ପାରିଶ୍ରମିକ ପାଉଥିଲେ । ଏବେ କିନ୍ତୁ କମ ପରିଶ୍ରମରେ ଅଧିକ ମୂଲ୍ୟ ପାଉଛନ୍ତି ।ଏହି ସହ ବାହାଘର, ବାର୍ଥ ଡେ, ବ୍ରତ, ମିଟିଙ୍ଗ ,ହେ।ଟେଲ ଆଦି ରେ ଏହି ଖଲି ବହୁଳ ବ୍ୟବହାର କରାଯାଉଥିବା ସେମାନେ କହିଛନ୍ତି । ଜିଲ୍ଲାର ଏହି ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ବନବାସୀ ସେବା ସମିତିର ରାଜ୍ୟ ଓ ରାଜ୍ୟ ବାହାରେ ମଧ୍ୟ ବେଶ ନା ରହିଛି ।ଏହି ସଂସ୍ଥା ପକ୍ଷରୁ ଶିକ୍ଷା, ବୁଦ୍ଧା ଶ୍ରମ, ଶିଶୁ ସୁରକ୍ଷା, ସ୍ୱାସ୍ଥ୍ୟ ଓ ପରିବେଶ, ଆଦି ଅନେକ କାର୍ଯ୍ୟକ୍ରମମାନ କରାଯାଉଛି । ସେହିପରି ବିଭିନ୍ନ ପ୍ରକାର ତାଲିମ କାର୍ଯକ୍ରମ ମଧ୍ୟ ଅନୁଷ୍ଠିତ ହେଉଛି । ଗତ ୧୯୭୪ ରୁ ପ୍ରତିଷ୍ଠା ହୋଇଥିବା ଏହି ଅନୁଷ୍ଠାନଅତୀତରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ଜିଲ୍ଲା , ରାଜ୍ୟ ଓ ଜାତୀୟସ୍ତରରେ ମଧ୍ୟ ପୁରସ୍କୃତ ମଧ୍ୟ ହୋଇଛି । ଏଥିରେ ସଂପାଦକ ଶ୍ରୀ ଜେନା ଓ ସହ ସଂପାଦକ ରବୀନ୍ଦ୍ର ପଣ୍ଡାଙ୍କ ନିଷ୍ଠାପର ଉଦ୍ୟମ, ଆନ୍ତରୀକତା, ସଚ୍ଚୋଟତା ଓ ସର୍ବୋପରି ସେବା ମନୋବୃତ୍ତି ଯୋଗୁଁ ଏହି ଅନୁଷ୍ଠାନ ଆଜି ଜାତୀୟସ୍ତରରେ ସୁନାମ ଅର୍ଜନ ସହ ରାଷ୍ଟ୍ରପତି ପୁରସ୍କାର ମଧ୍ୟ ଲାଭ କରିଛି । ଏହି ଅନୁଷ୍ଠାନକୁ ଅଧିକରୁ ଅଧିକ ଅନୁବାନଯୋଗ।ଇଦେଲେ ଆହୁରିଅନେକ ଉନ୍ନୟନ୍ନ ମୂଳକ କାର୍ଯ୍ୟ ହାତକୁ ନିଆଯାଇପାରନ୍ତ। ବୋଲି ସହସଂପାଦକ ପଣ୍ଡା କହିଛନ୍ତି।

Leave A Reply

Your email address will not be published.