mobile header

ଜଣଙ୍କ ପଟ୍ଟାଜମି ଅନ୍ୟ ଜଣଙ୍କ କବଜାରେ,ଆରଡିସିଙ୍କ ରିପୋର୍ଟ ତଲବ

ଫୁଲବାଣୀ – 22/6 କନ୍ଧମାଳ ଜିଲ୍ଲା ଚକାପାଦ ଅଞ୍ଚଳରେ ଥିବା ଜଣଙ୍କ ପଟ୍ଟା ଜମି ଓ ଘର ଅନ୍ୟଜଣେ ବେଆଇନ କବଜା କରି ରଖିବା ଅଭିଯୋଗ କରି ପଟ୍ଟା ଦାର ସୁଶାନ୍ତ କୁମାର ନାଏକ ନ୍ୟାୟ ପ୍ରଦାନ ଦାବୀ କରି ବ୍ରହ୍ମପୁରସ୍ଥିତ ଦକ୍ଷିଣାଞ୍ଚଳ ଆରଡିସି ଙ୍କ ନିକଟରେ ଆବେଦନ କରିଥିଲେ । ଉକ୍ତ ଆବେଦନକୁ ବିଚାର କରି ଆରଡିସି ଙ୍କ ନିର୍ଦ୍ଦେଶକ୍ରମେ ଅଣ୍ଡର ସେକ୍ରେଟେରୀ ଚିଠି ନମ୍ବର ୧୭୮୬ତା ୬/୬/୨୦୨୨ରେ ବାଲିଗୁଡା ଉପଜିଲାପାଳଙ୍କୁ ପତ୍ର ଲେଖି ବର୍ତ୍ତମାନରଯାଗାର ସ୍ଥିତି ସଂପର୍କରେ ଜଣାଇବା ଲାଗି କହିଛନ୍ତି । ଦକ୍ଷିଣାଞ୍ଚଳ ଆରଡିସିଙ୍କ ତ୍ବରୀତ ପଦକ୍ଷେପ ଯୋଗୁଁ ତାଙ୍କୁ ନିଶ୍ଚିତ ନ୍ୟାୟ ମିଳିବ ବୋଲି ଆବେଦନକାରୀ ଆଶା କରିଛନ୍ତି।ଅଭିଯୋଗ ପ୍ରକାରେ ସୁଶାନ୍ତ କୁମାର ନାୟକ, ପିତା-ମୂର୍ତ-ତ୍ରିନାଥ ନାୟକ, ଗ୍ରାମ – ଗାଲେରୀ, ଜିଲ୍ଲା-ଗଞ୍ଜାମ ନାମକ ଜନୈକ ସରକାରୀ କର୍ମଚାରୀ ଙ୍କ ନାମରେ କନ୍ଧମାଳ ଜ଼ିଲ୍ଲା ଚକାପାଦ ମୌଜାରେ ଖାତା ନମ୍ବର -249/331,ପ୍ଲଟ ନମ୍ବର 1717/3123, ଏରିଆ 0.120 ଆର, ଘରବାରୀ କିସମରେ ରେକର୍ଡଭୁକ୍ତ ଅଛି | ଉକ୍ତ ଜାଗା ଉପରେ ସୁଶାନ୍ତ ଙ୍କ ଅନୁପସ୍ଥିତର ସୁଯୋଗ ନେଇ ଚକାପାଦ ଅଂଚଳ ର ଖଗେଶ୍ୱର ପାତ୍ର ପିତା-ମୁତ-ଆନନ୍ଦ ପାତ୍ର ଏବଂ ତାଙ୍କର ଚାରିପୁଅ, ଚାରିବୋହୁ ମିଶି ବଳ ପୁର୍ବକ ଉକ୍ତ ଘରଵାରି କୁ ଦୀର୍ଘ ବର୍ଷ ଧରି ଜବରଦସ୍ତ ବେଆଇନ ଭାବରେ ମାଡି ବସିଛନ୍ତିl ଏନେଇ ସୁଶାନ୍ତ ନାୟକ ଉପ-ଜିଲ୍ଲାପାଳ, ବାଲିଗୁଡ଼ା ଙ୍କୁ ଜଣାଇଥିଲେ ଏବଂଉପଜିଲ୍ଲାପାଳ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାସହ କାଗଜ ପତ୍ର କୁ ତନ୍ନ ତନ୍ନ କରି ଯାଞ୍ଚ କରିବାପରେ ଏହି ଜାଗା ସୁଶାନ୍ତଙ୍କର ବୋଲି ରାୟ ଦେବା ସହ ତୁରନ୍ତ ଜବର ଦାଖଲକାରୀ ଙ୍କୁ ଉକ୍ତ ସ୍ଥାନରୁ ଉଛେଦ କରି ଜାଗା ହସ୍ତାନ୍ତର କରିବା ଲାଗି(OLR, Act 23A Case no.01/2019 ଅନୁଯାୟୀ ପାତ୍ର ସଂଖ୍ୟା -3613 ତାରିଖ-02-12-2020) ଅନୁଯାଇ ଚକାପାଦ ତହସିଲଦାର ଙ୍କୁ ନିର୍ଦେଶଦେଇଥିଲେ l କିନ୍ତୁ ଚକାପାଦ ତହସିଲଦାରଏ ନେଇ ସେଭଳି କିଛି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି l ତେଵେ ବାରମ୍ବାର ଅଭିଯୋଗ ପରେ ଜବରଦଖଲ କାରୀଙ୍କୁ ସୁହାଇଲା ପରି ତହସିଲଦାର ପତ୍ର ସଂଖ୍ୟା. 705 ତା-09-03-2021 ରେ ତା.15-03-2021 ରିଖଧାର୍ଯ୍ୟ କରିକୁଆଡେ ଉପର ଠାଉରିଆ ଭାବେ ଉଛେଦ କଲେ l କିନ୍ତୁ କୋଭିଡ କଟକଣା ଯୋଙ୍ଗୁ ଜାଗା ମାଲିକ ସୁଶାନ୍ତ ନାୟକ ଘରକୁ ତାଲା ପକାଇ ଚାଲିଯାଇଥିଲେ l ତାଲା ପଡିଥିବାର ସୁଯୋଗ ଉଣ୍ଡି ଜବରଦଖଲକlରି ମାନେ ପୁଣି ସୁଶାନ୍ତ ଙ୍କ ଘର ର ତାଲା ଭାଙ୍ଗି ଅକ୍ତିଆର କରିଆସୁଛନ୍ତି l ଏ ନେଇ ଜାଗା ମାଲିକ ନାୟକପୁର୍ନବାର ପ୍ରଶାସନ ର ଦ୍ରୁଷ୍ଟି ଆକର୍ଷଣ କରିବାରୁ ଜବର ଦାଖଲକାରୀ ଫୁଲବାଣୀ ସ୍ଥିତ ADM, କୋର୍ଟ ରେ, ବାଲିଗୁଡା ଉପ-ଜିଲ୍ଲା,କାରିଥିବା ଆଦେଶ ବିରୋଧରେ ଆବେଦନ କରିଥିଲା ଏଡ଼ିଏମ ସମସ୍ତବିଷୟ ଯାଞ୍ଚ ପରେ ନାୟକ ସପକ୍ଷରେ (RMA no.02/2021-OLR-23) ରେ ରାୟ ଶୁଣାଇଥିଲେ l କିନ୍ତୁ ସୁଶାନ୍ତ ନାୟକ ADM କନ୍ଧମାଳଙ୍କ ନିର୍ଦ୍ଦେଶ ନାମlର ନକଲ ନେଇ ଜାଗାକୁ ଯିବାରୁ ଜବରଦଖଲ କାରି ମାନେ ତାଙ୍କୁ ବିଭୀନ୍ନ ମାରଣଅସ୍ତ୍ରଧରିଜାଗା ଛାଡି ଚାଲି ଯିବାକୁ ଧମକ ଦେଇଥିଲେ ଏହି ଭୟରେ ସେଯାଇ ଚକାପାଦ ଥାନା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରି ନ୍ୟାୟ ମାଗିଥିଲେ l ଅଭିଯୋଗ କରିବାର ଏକ ମାସରୁ ଉର୍ଧ୍ଵ ସମୟ ବିତି ଯାଇଥିଲେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗକାରୀ ସୁଶାନ୍ତ କହିଛନ୍ତି l ଏ ନେଇ ସୁଶାନ୍ତ କନ୍ଧ ମାଳ ଜିଲ୍ଲାପାଳ ଏବଂ SP, କନ୍ଧ ମାଳ ଓ ଦକ୍ଷିଣାଞ୍ଚଳ ଆରଡିସି ଙ୍କୁ ଲିଖିତ ଭାବେ ଗୁହାରି ଜଣାଇଥିଲେ । ଫଳରେ ଦକ୍ଷିଣାଞ୍ଚଳ ଆରଡିସି କାର୍ଯ୍ୟନୁଷ୍ଠାନ ଆରମ୍ଭ କରିଛନ୍ତି।ତେଵେ ସୁଶାନ୍ତ ଙ୍କୁ କେବେ ନ୍ୟାୟ ମିଳୁଛି ତାହା ଦେଖିବାର କଥା ?

Leave A Reply

Your email address will not be published.